୧୧ ମାସର ଛୁଆ ଖାଉଛି ଚିକେନ୍‌ ଓ୍ଵିଙ୍ଗସ୍‌, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ଛୋଟ ପିଲାଙ୍କୁ ସାଧାରଣତଃ ଜଲଦି ହଜମ ହେବା ଭଳି ଖାଇବା ଦିଆଯାଏ। ପିଲା ଛୋଟ ଥିବା ବେଳେ ସେମାନଙ୍କ ହଜମ କରିବା କ୍ଷମତା କମ୍‌ ଥିବାରୁ ସେମାନଙ୍କୁ ସାଧାରଣ ପାନୀୟ ଦିଆଯାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ୧୧ ମାସର ଏମିତି ଛୁଆର ଭିଡିଓ ଭାଇରାଲ ହେଉଛି, ଯିଏ ଚିକେନ୍‌ ଖାଉଛି। ବିଶ୍ୱାସ ହେଉନଥିଲେ ବି କଥା ବି ଏକ ଦମ୍‌ ସତ। ଛୁଆଟିର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଭିଡିଓକୁ ଛୁଆର ମା’ ଅପଲୋଡ୍‌ କରିଛନ୍ତି। ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ୟୁଜର୍ସ ଏଥିରେ ମଜାଳିଆ କମେଣ୍ଟ ବି ଦେଇଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ୧୧ ମାସର ଏକ ଛୁଆ ବେଶ୍‌ ମଜାରେ ଚିକେନ୍‌ ଓ୍ଵିଙ୍ଗସ୍‌ ଖାଉଛି। ଛୁଆଟି ବଡ଼ ଲୋକଙ୍କ ଭଳି ଆରାମ୍‌ରେ ଚିକେନ୍‌ ଖାଉଛି। ଚିକେନ୍‌ ଖାଉଥିବା ଏହି ଛୁଆର ନାଁ ଇସ୍‌ଲେ। ଇସ୍‌ଲେ ପ୍ଲେଟ୍‌ରେ ରଖାଯାଇଥିବା ଏକ ଚିକେନ୍‌ ଓ୍ଵିଙ୍ଗସ୍‌କୁ ଉଠାଉଛି ଓ ଏହାକୁ ଧୀରେ ଧୀରେ ଚୋବାଇ ଚୋବାଇ ଖାଉଛି। ଦେଖୁ ଦେଖୁ ପିଲାଟି ପ୍ଲେଟ୍‌ରେ ଥିବା ସବୁ ଚିକେନ୍‌ ଓ୍ଵିଙ୍ଗସ୍‌କୁ ଖାଇ ଦେଉଛି। କେବଳ ଏତିକି ନୁହେଁ ସେ ପାଖରେ ରଖାଯାଇଥିବା ବୋତଲରୁ ସବୁ ପାଣିକୁ ମଧ୍ୟ ପିଇ ଦେଉଛି। ଇସ୍‌ଲେର ଚିକେନ୍‌ ଖିଆ ଭିଡିଓକୁ ଇତି ମଧ୍ୟରେ ୨.୫ ମିଲିୟନ୍‌ ଲୋକ ଦେଖି ସାରିଲେଣି।

୧୧ ମାସର ଇସ୍‌ଲେ ଏବେ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ହୋଇଛି। କିଛି ଲୋକ ଛୁଆଟିର କ୍ୟୁଟ୍‌ନେ୍‌ସକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଖାଇବା ଢଙ୍ଗକୁ ବଢ଼ିଆ ବୋଲି କହୁଛନ୍ତି। ଭିଡିଓରେ ଇସ୍‌ଲେ ପୂରା ପ୍ରଫେସନାଲଙ୍କ ଭଳି ଚିକେନ୍‌ ଖାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.