ଆଶା ରହିଗଲା ଅଧୁରା, ସଡକ ଓ ବିଜୁଳି ଅପେକ୍ଷାରେ ଶେଷ ନିଶ୍ବାସ ତ୍ୟାଗ କଲେ ୧୧୦ ବର୍ଷିୟା ଏହି ଆଦର୍ଶ ମତଦାତା

କୁଲ୍ଲୁ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଶକ୍ତି-ମରୋଡ୍ ରେ ଆଜି ପର୍ଯ୍ୟନ୍ତ ନା ଯାଇଛି ସଡକ ନା ବିଜୁଳି ସେବା । ଗାଁର ବିକାଶ ପାଇଁ ପ୍ରତିଥର ଉତ୍ସାହର ସହିତ ମତଦାନ କରିଥାନ୍ତି ଗ୍ରାମବାସୀ । ସେମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କା ମହିଳା ସାଢୀ ଦେବୀ ଅନ୍ୟତ୍ତମ । ଆଜି ଯାଏ ସେ ମତଦାନ କରିଆସୁଥିଲେ କେବଳ ଏହି ଆଶାରେ କି ଗାଁକୁ କେମିତି ସଡକ ଏବଂ ବିଜୁଳି ସେବା ଆସିବ । ହେଲେ ତାଙ୍କର ଆଶା, ଆଶାରେ ହିଁ ରହିଗଲା । ୧୧୦ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ।

lightସୂଚନା ଥାଉକି, ଗାଡାପାରଲିର ଶକ୍ତି-ମରୋଡ ଗାଁଟି ଗ୍ରେଟ୍ ହିମାଳୟ ନ୍ୟାସନାଲ ପାର୍କ ଅଞ୍ଚଳରେ ଅବସ୍ଥିତ । ଗତ ବର୍ଷ ଏଠାରେ ପ୍ରଥମଥର ପାଇଁ ଏନଜିଓ ପକ୍ଷରୁ ସୋଲାର ଲାଇଟ୍ ଲଗାଯାଇଥିଲା । କିନ୍ତୁ ଘର ଭିତରେ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି । ବର୍ତ୍ତମାନ ସେଂଜ୍ ପ୍ରକଳ୍ପରେ ୮୨୦ ମେଗାୱାର୍ଟର ପାର୍ବତୀ-୩,୫୨୦ ମେଗାୱାର୍ଟର ପାର୍ବତୀ-୨ ଏବଂ ୧୦୦ମେଗାୱାର୍ଟର ସେଂଜ୍ ପରିଯୋଜନା ସମେତ ୫ଟି ବିଜୁଳି ପ୍ରୋଜେକ୍ଟ ରହିଛି।

light1ଏହି ଗାଁରେ ସରକାରୀ ସୁବିଧା ନାମରେ ମାତ୍ର ଗୋଟିଏ ମାତ୍ର ପ୍ରାଥମିକ ବିଦ୍ୟାଳୟ ରହିଛି । ଏଠାରୁ ପାଠପଢା ସରିବା ପରେ ଅଧିକ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀମାନେ ୮କିମି ଚାଲିକି ଅନ୍ୟ ଗାଁରୁ ଯାଇଥାନ୍ତି ପୁଣି ୮ କିମି ଚାଲିକି ଗାଁକୁ ଫେରିଥାନ୍ତି । ଗାଁଠାରୁ ସଡକ ପାଖାପାଖି ୩୦କିମି ଦୁରରେ ରହିଛି। ଜିଲ୍ଲାର ସବୁଠାରୁ ଦାୟିତ୍ବବାନ୍ ମତଦାତା ଭାବେ ପରିଚିତ ସାଢି ଦେବୀଙ୍କ ପାଇଁ ଚଳିତ ନିର୍ବାଚନରେ ଏହି ଗାଁ ଚର୍ଚ୍ଚାର ପରିସରକୁ ଆସିଥିଲା ।

studentଜିଲ୍ଲା ପ୍ରଶାସନ ସାଢି ଦେବୀଙ୍କୁ ଆଦର୍ଶ ମତଦାତା ରୂପେ ପୁରସ୍କ୍ରୁତ କରିଥିଲେ । ବୟସର ଅନ୍ତିମ ପାହାଚରେ ସାଢି ଦେବୀ ଦୁଇ ପଦ କହିଥିଲେ କି ବିକାଶ କରାଯାଉ, ନହେଲେ ଭୋଟ ଦେବୁନାହିଁ । ସରକାରଙ୍କୁ ବାରମ୍ବାର ଗାଁକୁ ବିଜୁଳି ଏବଂ ସଡକ ଯୋଗାଇଦେବା ପାଇଁ ନିବେଦନ କରୁଥିଲେ । ବିଜୁଳି ବଲ୍ବ ଜଳିବାର ଆଶା ସାଢି ଦେବୀଙ୍କର ଅନ୍ତିମ ନିଶ୍ବାସ ପର୍ଯ୍ୟନ୍ତ ରହିଥିଲା । ମରୋଡ ଗାଁର ଫୁଲା ଦେବୀ,ଡୋଲା ସିଂ,ରାମ ଲାଲ,ଲଗନ ନନ୍ଦ,ହରାଦାସୀ,ତେଜ ରାମ,ଭାଗ ଚନ୍ଦ,ଗୋବିନ୍ଦ,ରାମ ଚନ୍ଦ,ଜୀତ ରାମ,ଦୁର୍ଗା ଦେବୀ ଏବଂ ସୁକରୀ ଦେବୀ ଆଦି ଲୋକେ କହିଛନ୍ତି କି, ସାଢି ଦେବୀ ଦେବା ଦେବୀଙ୍କୁ ଅନ୍ୟ ଏକ ରୂପ ଥିଲେ ।

roadତେବେ ସାଢି ଦେବୀଙ୍କ ନିଧନରେ ବଂଜାର ବିଧାୟକ ସୁରେନ୍ଦ୍ର ସୋରି, ପୂର୍ବ ସାଂସଦ ମହେଶ୍ବର ସିଂ,ଜିଲ୍ଲା ପରିଷଦ ଅଧକ୍ଷ ରେହିଣୀ ଚୌଉରୀ,କଂଗ୍ରେସ ନେତା ଆଦିତ୍ୟ ବିକ୍ରମ ସିଂ, ବଂଜାର କଂଗ୍ରେସ ଅଧକ୍ଷ ଦୁଷ୍ମନ୍ତ ଠାକୁର ଏବଂ ଜିଲ୍ଲା ଭାଜପା ଉପାଧକ୍ଷ ଓମ୍ ପ୍ରକାଶ ଠାକୁରଙ୍କ ସହିତ ବିଭିନ୍ନ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ବିଧାୟକ ସୋରି କହିଛନ୍ତି କି, ଗାଁକୁ ସଡକ ଏବଂ ବିଜୁଳି ପାଇଁ ବର୍ତ୍ତମାନ ଯୋରଦାର ପ୍ରୟାସ ଜାରି ରହିଛି । କିନ୍ତୁ ଏହା ସତ କି ସାଢି ଦେବୀଙ୍କ ଆଶା ଆଶାରେ ହିଁ ରହିଗଲା ।