ସ୍ପେଶାଲ

ଯବାନ ଦେଖାଯିବା ପାଇଁ ପ୍ରତିଦିନ ଖାଉଛନ୍ତି ୧୧୧ଟି ମେଡିସିନ, ପୁଅ ଠାରୁ ନିଅନ୍ତି ରକ୍ତ

ୟଙ୍ଗ୍‌ ଦେଖାଯିବା ପାଇଁ ପ୍ରତ୍ୟେକ ଦିନ ଖାଉଛନ୍ତି ୧୧୧ଟି ପିଲ୍ସ । ଖାଲି ମେଡିସିନ ନୁହେଁ ଦିନ ୧୧ଟାରେ ସାରି ଦିଅନ୍ତି ଡିନର୍‌ । ଏଭଳି କିଛି କରି ନିଜକୁ ସ୍ମାର୍ଟ ଦେଖାଇବାକୁ ଚାହୁଁଛନ୍ତି ଆମେରିକାର ଜଣେ ବ୍ୟକ୍ତି । ମଣିଷର ବୟସ ବଢ଼ିଲେ ତାର ଚିନ୍ତା ବଢ଼ିଯାଏ । ନିର୍ଦ୍ଦିଷ୍ଟ ବୟସ ଠାରୁ କମ ବୟସର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ କରେ । ବୟସକୁ ଲୁଚାଇବା ପାଇଁ ଚୁଟିରେ କଲର କରିବା ସହ ଏକ୍ସରସାଇଜ କରିବା ଭଳି କାମ କରେ ମଣିଷ । କିନ୍ତୁ ଆମେରିକାର ଜଣେ କୋଟିପତି ୟଙ୍ଗ୍‌ ଦେଖାଯିବା ପାଇଁ ଏପରି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନିଜ ଅଭ୍ୟାସ ପାଇଁ ବର୍ତ୍ତମାନ ସାରା ଦୁନିଆରେ ତାଙ୍କର ଚର୍ଚ୍ଚା ହେଉଛି । ସେ ୧୮ ବର୍ଷ ଭଳି ଦେଖାଯିବା ପାଇଁ ଭିନ୍ନ ଉପାୟ ଆପଣାଇଛନ୍ତି । ସେ ନିଜ ଶରୀରକୁ ଗୋଟିଏ ବୟସରେ ହିଁ ରଖି ଦେବାକୁ ଚାହୁଁଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଶରୀର ମଧ୍ୟ ଜଣେ ୧୮ ବର୍ଷର ଛାତ୍ର ଭଳି ଦେଖାଯାଉଛି କହିହେବ ।

କୋଟିପତି ବ୍ରାଇନ୍‌ ଜନସନ୍‌ ନାମକ ଏହି ବ୍ୟକ୍ତି ନିଜ ବୟସକୁ କମାଇବା ପାଇଁ ବର୍ଷକୁ ୨ ମିଲିୟନ ଡଲାର ଖର୍ଚ୍ଚ କରୁଛନ୍ତି । ନିକଟରେ ଟାଇମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ୧୧୧ଟି ପିଲ୍ସ ବା ବଟିକା ଖାଉଛନ୍ତି । ଏଥି ସହିତ ନିଜ ଉପରେ ନଜର ରଖିବା ପାଇଁ ସେ ହେଲ୍ଥ ମନିଟରିଂ ଡିଭାଇସ୍‌ ମଧ୍ୟ ବ୍ୟବହାର କରୁଛନ୍ତି । ସେ ଏକ ବେସବଲ୍‌ କ୍ୟାପ୍ ପିନ୍ଧନ୍ତି ଯାହା ତାଙ୍କ ତ୍ୱଚାରେ ଲାଲ୍ ଆଲୋକ ପକାଇଥାଏ । ଏହା ତାଙ୍କ ଶରୀରର ସମସ୍ତ ଯାଞ୍ଚ କରିଥାଏ ।

ଜନସନ୍‌ ତାଙ୍କ ପୂରା ଶରୀରକୁ ଆଣ୍ଟି-ଏଜିଂ ଆଲଗୋରିଦମକୁ ଫେରାଇବାକୁ ଚାହୁଁଛନ୍ତି । ତେବେ ଜନସନ ଲକ୍ଷ୍ୟ ରଖିଛନ୍ତି ତାଙ୍କର ୪୬ ବର୍ଷ ବୟସ୍କ ଅଙ୍ଗଗୁଡ଼ିକୁ ୧୮ ବର୍ଷର ଅଙ୍ଗ ପରି ଦେଖାଇବା ଏବଂ କାର୍ଯ୍ୟ କରାଇବା । କୋଟିପତି ଜନସନ୍‌ ଦିନ ୧୧ଟାରେ ହିଁ ନିଜର ରାତ୍ରି ଭୋଜନ କରି ନିଅନ୍ତି । ଜନସନ୍‌ ତାଙ୍କ ପୁଅ ଠାରୁ ରକ୍ତ ଅଦଳବଦଳ କରନ୍ତି, ଦିନକୁ ୧୦୦ରୁ ଅଧିକ ସପ୍ଲିମେଣ୍ଟ ନିଅନ୍ତି । ତେବେ ୩୦ ଜଣ ଡାକ୍ତରଙ୍କ ଏକ ଟିମ୍ ପ୍ରତିଦିନ ତାଙ୍କ ଶରୀରର ଫ୍ୟାଟ୍ ସ୍କାନ୍ ଏବଂ ରୁଟିନ୍ ଏମଆରଆଇ କରନ୍ତି । ରିପୋର୍ଟରେ କୁହାଯାଇଛି ଗ୍ରୀନ ଜିଆଣ୍ଟର ଏକ ସ୍ମଦି ପ୍ୟାକରୁ ତାଙ୍କ ଦିନର ଆରମ୍ଭ ହୁଏ ।

ତାଙ୍କ ଦିନର ଆରମ୍ଭ ସକାଳ ୫ ଟାରୁ ହୁଏ । ସେ ସମ୍ପୂର୍ଣ୍ଣ ଭାବେ ଭିଗାନ । ଯେଉଁଥିପାଇଁ ତାଙ୍କ ଖାଦ୍ୟରେ ଶାକାହାରୀ ଖାଦ୍ୟ ସାମିଲ ରହିଛି । ସେ ପ୍ରତିଦିନ ୧୯୭୭ କ୍ୟାଲୋରୀର ଖାଦ୍ୟ ଖାଇଥାନ୍ତି । ଓ୍ଵାର୍କଆଉଟ ସହ ଲାଇଫଷ୍ଟାଇଲକୁ ଠିକ ଭାବେ ପାଳନ କରନ୍ତି । ଏଭଳି ଭାବେ ସେ ନିଜକୁ ୟଙ୍ଗ୍‌ ରଖିବାକୁ ଚେଷ୍ଟା କରୁଛନ୍ତି ।

Subhalaxmi Das

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago