ଭାରତରେ ଥିବା ପ୍ରସିଦ୍ଧ ୧୨ଟି ଜ୍ୟୋତିର୍ଲିଙ୍ଗ , ଜାଣନ୍ତୁ କେଉଁଠି ରହିଛନ୍ତି ଏହି ଶିବଲିଙ୍ଗ

ମହାଦେବ ଶିବ । ପାପୀଙ୍କ ବିନାସ କରିଥାନ୍ତି । ମହାଦେବଙ୍କୁ ତାଙ୍କ ଭକ୍ତମାନେ ଅଲଗା ଅଲଗା ନାମରେ ଡାକିଥାନ୍ତି । ତେବେ ଭାରତ ବର୍ଷରେ ଭଗବାନ ଶିବଙ୍କର ବହୁ ମନ୍ଦିର ରହିଛି । କିନ୍ତୁ ଏମିତି କିଛି ମନ୍ଦିର ଯାହା ବହୁ ପରିଚିତ ଏବଂ ୧୨ ଜୌର୍ତିଲିଙ୍ଗ ନାମରେ ପ୍ରସିଦ୍ଧ ଲାଭ କରିଛି ।
ତେବେ ଆସନ୍ତୁ ଜାଣିବା ଭାରତ ବର୍ଷରେ ଥିବା ୧୨ଟି ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ :
୧-ସୋମନାଥ ଜ୍ୟୋତିର୍ଲିଙ୍ଗ(ଗୁଜୁରାଟ) :
ଜ୍ୟୋତିର୍ଲିଙ୍ଗ ମାନଙ୍କ ମଧ୍ୟରୁ ପ୍ରଥମ ନାମ ହେଉଛି ଗୁଜୁରାଟର ସୋମନାଥ ମନ୍ଦିର । ଯାହା କାଠିଆୱାଡା ଜିଲ୍ଲାର ବିରାବଲ୍ ନିକଟରେ ଅବସ୍ଥିତ । ଏହା ଦେଶରେ ଏକ ପ୍ରତିଷ୍ଠିତ ଜୀର୍ଥ ସ୍ଥଳ ଭାବେ ପରିଚିତ । ଏହି ସୋମନାଥ ଜୌର୍ତିଲିଙ୍ଗ ସମ୍ବନ୍ଧରେ ପୌରାଣିକ କଥା ରହିଛି । ଶିବ ପୁରାଣ ଅନୁସାରେ ଚନ୍ଦ୍ରଙ୍କ ବିବାହ ଦକ୍ଷ ପ୍ରଜାପତିଙ୍କ ୨୭ ଜଣ କନ୍ୟାଙ୍କ ସହିତ ହୋଇଥିଲା । ଯାହାଙ୍କ ମଧ୍ୟରେ ସେ ରୋହିଣୀଙ୍କୁ ଅଧିକ ଭଲ ପାଥିଲେ । ଅନ୍ୟ ଝିଅଙ୍କ ପ୍ରତି ତାଙ୍କର ଦାୟିତ୍ବହିନତାକୁ ଦେଖଇ ପ୍ରଜାପତି ଚନ୍ଦ୍ରଙ୍କୁ ଅଭିଶାପ ଦେଲେ କି ସେ ନିଜର ସବୁ ଚମକ ହରାଇବେ । ଏହାପରେ ଚନ୍ଦ୍ର ରୋହିଣୀଙ୍କ ସହିତ ସୋମନାଥଙ୍କ ପାଖକୁ ଆସି ଅଭିଶାପ ଖଣ୍ଡନ ପାଇଁ ପୂଜା କଲେ । ଯାହାପରେ ଭଗବାନ ଶିବ ଚନ୍ଦ୍ରଙ୍କର ପୂର୍ବ ଚମକ ଫେରିପାଇବା ପାଇଁ ଆଶିର୍ବାଦ ଦେଲେ । ଅନୁରୋଧ କ୍ରମେ ଭଗବାନ ଶିବ ସୋମଚନ୍ଦ୍ର ନାମରେ ଏକ ଗ୍ରହଣ କଲେ ଏବଂ ସେଠାରେ ଅନନ୍ତ କାଳ ପର୍ୟ୍ୟନ୍ତ ନିବାସ କଲେ । ଉକ୍ତ ସ୍ଥାନ ସୋମନାଥ ନାମରେ ପ୍ରସିଦ୍ଧ ଲାଭ କଲା ।
୨-ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ(ଆନ୍ଧ୍ରପ୍ରଦେଶ) :
ଆନ୍ଧ୍ରପ୍ରଦେଶର ଦକ୍ଷିଣ ଭାଗରେ କ୍ରୁଷ୍ଣା ନଦୀ ତଟରେ ଶ୍ରୀ ଶୈଳ ପର୍ବତ ଉପରେ ଏହି ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ମନ୍ଦିର ଅବସ୍ଥିତ ।ଏହା ଦକ୍ଷିଣ କୈଳାଶ ନାମରେ ମଧ୍ୟ ପରିଚିତ । ଏହା ଭାରତର ପ୍ରଖ୍ୟାତ ତୀର୍ଥସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତ୍ତମ । ଏହି ମନ୍ଦିରର ଦେବତା ମଲ୍ଲିକାର୍ଜିନ(ଶିବ)ଏବଂ ଭ୍ରାମରାମ୍ଭ(ଦେବୀ)ଅଟନ୍ତି । ଶିବ ପୁରାଣ ଅନୁସାରେ ଗଣେଷଙ୍କ ବିବାହ ପ୍ରଥମେ ହୋଇଥିଲା । ଯାହାଫଲରେ କାର୍ତ୍ତୀକେଶ୍ବର ରାଜି ଯାଇଥିଲେ ଏବଂ ଘର ଛାଡି କ୍ରଞ୍ଚ ପର୍ବତ ଉପରକୁ ପଳାଇଆସିଥିଲେ । ସେଠାକୁ ଯାଇ ସବୁ ଦେବାଦେବୀ ମାନେ ତାଙ୍କ ସାନ୍ତ୍ବନା ଦେଇଥିଲେ କିନ୍ତୁ କାର୍ତ୍ତୀକ ବୁଝିନଥିଲେ । ଶେଷରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଉକ୍ତି ପର୍ବତ ଉପରକୁ ଆସିଥିଲେ ପୁଅକୁ ବୁଝାଇ ନେଇଯିବା ପାଇଁ କିନ୍ତୁ କାର୍ତ୍ତୀକ ଯାଇନଥିଲେ । ତେଣୁ ନିଜ ପୁଅକୁ ଏପରି ଅବସ୍ଥାରେ ଦେଖି ଭୋଳାନାଥ ଗଭିର ଭାବେ ଆହାତ ହୋଇଥିଲେ ଏବଂ ଉକ୍ତ ପର୍ବତ ଉପରେ ଜ୍ୟେର୍ତିଲିଙ୍ଗ ରୂପ ଧାରଣ କରି ମଲ୍ଲିକାର୍ଜୁନ୍ ନାମରେ ପର୍ବତ ଉପରେ ନିବାସ କଲେ । ତେବେ ମଲ୍ଲିକା ଅର୍ଥ ପାର୍ବତୀ ହୋଇଥିବାବେଳେ ଅର୍ଜୁନ ମାନେ ଶିବ ।
୩-ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ(ମଧ୍ୟପ୍ରଦେଶ):
ମଧ୍ୟପ୍ରଦେଶର ଉଜ୍ଜେନରେ ଘନ ମହାକାଳ ବଣରେ ଶିପ୍ରା ନଦୀ ତଟରେ ଏହା ଅବସ୍ଥିତ । ମଧ୍ୟପ୍ରଦେଶର ଏହି ଜ୍ୟୋତିର୍ଲିଙ୍ଗ ଭାରତର ଏକ ମହତ୍ତ୍ବପୂର୍ଣ୍ଣ ତୀର୍ଥ ସ୍ଥଳ ଅଟେ । ଏହାର ଅନେକ କିମ୍ବନ୍ଦନ୍ତି ରହିଛି । ପୁରାଣ ଶାସ୍ତ୍ର ଅନୁସାରେ ଏକ ପାଞ୍ଚ ବର୍ଷର ବାଳକ ଶ୍ରୀକର । ଯିଏ ଉଜ୍ଜେନର ରାଜା ଚନ୍ଦ୍ରସେଣଙ୍କ ଶିବଙ୍କ ପ୍ରତି ଭକ୍ତିରେ ବିଭୋର ହୋଇ ଏକ ପଥରକୁ ଆଣି ଶିବଙ୍କ ରୂପରେ ପୂଜା କରିଥିଲେ । ବହୁ ଲୋକ ବାଳକଟିକୁ ଏପରି କରୁଥିବାର ଦେଖଇ ବହୁ ବୁଝାଇବା ସତ୍ତ୍ବେ ଦିନକୁ ଦିନ ଶିବଙ୍କ ପ୍ରତି ବାଳକଟିର ଭକ୍ତି ବଢିବାରେ ଲାଗିଲା । ତେବେ ବାଳକଟିର ଭକ୍ତିରେ ପ୍ରସନ୍ନ ହୋଇ ମହାଦେବ ଏକ ଜ୍ୟୋର୍ତିଲିଙ୍ଗ ରୂପ ଧାରଣ କଲେ ଏବଂ ମହାକାଳ ବନରେ ନିବାସ କଲେ । ଯାହା ମହାକାଳେଶ୍ବର ମନ୍ଦିରରେ ନାମିତ ହେଲା । ଯାହା ସାତଟି ମୁକ୍ତି ସ୍ଥଳ ମାନଙ୍କ ମଧ୍ୟରେ ଗୋଟେ ।
୪-ଓଂକାରେଶ୍ବର ଜ୍ୟୋତିର୍ଲିଙ୍ଗ(ମଧ୍ୟପ୍ରଦେଶ) :
ଓଂକାରେଶ୍ବର ମନ୍ଦିର ବହୁ ପ୍ରତିଷ୍ଠିତ ମନ୍ଦିର ଅଟେ । ଲହା ମଧ୍ଯପ୍ରଦେଶର ନର୍ମଦା ନଦୀରେ ଶିବପୁରୀ ନାମକ ଏକ ଦ୍ବୀପ ଉପରେ ଅବସ୍ଥିତ । ଓଂକାରେଶ୍ବର ଶବ୍ଦର ଅର୍ଥ ଓମ୍ ଧ୍ବନୀର ଭଗବାନ । ପୁରାଣ ଶାସ୍ତ୍ର ଅନୁସାରେ ଦିନେ ଦେବତା ଏବଂ ଦାନବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯେଉଁଥିରେ ଦାନବମାନଙ୍କର ଜୟ ହୋଇଥିଲା। ଯେଉଁଥିଲେ ଦେବତାମାନେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ । ଦେବତାଙ୍କ ପ୍ରର୍ଥନାରେ ପ୍ରସନ୍ନ ହୋଇ ଭଗବାନ ଶିବ ଓଂକାରେଶ୍ବର ଜ୍ୟୋତିର୍ଲିଙ୍ଗ ରୂପରେ ଆସି ଦାନବ ମାନଙ୍କୁ ପରାଜିତ କଲେ । ଏହି ପ୍ରକାରରେ ଏହି ସ୍ଥାନ ହିନ୍ଦୁ ମାନଙ୍କର ଏକ ପବିତ୍ର ସ୍ଥଳୀଭାବେ ପରିଚିତ ହେଲା ।
୫-ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ(ଝାରଖଣ୍ଡ) :
ଏହି ମନ୍ଦିର ଝାରଖଣ୍ଡ ସଂତାଳ ପରଗନାର ଦେୱଗଡଠାରେ ଅବସ୍ଥିତ । ପ୍ରତିଷ୍ଠିତ ଜ୍ୟୋତିର୍ଲିଙ୍ଗ ମାନଙ୍କ ମଧ୍ୟରେ ଏହା ଅନ୍ୟତ୍ତମ । ଏହି ମନ୍ଦିରେ ଯାହା ମାଗିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ମାନଙ୍କ ମଧ୍ୟରେ ବିଶ୍ବାସ ରହିଛି । ଏଠାକୁ ଆସିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।
୬-ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ(ମହାରଷ୍ଟ୍ର) :
ଭୀମାଶଙ୍କର ମନ୍ଦିର ପୁଣେ ମହାରାଷ୍ଟ୍ରର ମହାଦ୍ରି କ୍ଷେତ୍ରରେ ଅବସ୍ଥିତ । ଏହା ଭୀମା ନଦୀ ତଟ ଉପରେ ଅବସ୍ଥିତ । ଏହି ଜ୍ୟୋତିର୍ଲିଙ୍ଗର ଅସ୍ତିତ୍ବ କୁମ୍ଭକର୍ଣ୍ଣଙ୍କ ପୁଅ ଭୀମ ସହିତ ସମ୍ବନ୍ଧିତ ।
୭-ରାମେଶ୍ବର ଜୌର୍ତିଲିଙ୍ଗ(ତାମିଲନାଡୁ) :
ରାମେଶ୍ବର ମନ୍ଦିର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତ୍ତମ । ଏହା ତାମିଲନାଡୁର ସେତୁ ତଟର ଦୂର ରାମେଶ୍ବର ଦ୍ବୀପରେ ଅବସ୍ଥିତ । ଏହି ବନ୍ଦିର ନିଜର ବାସ୍ତୁକଳା ପାଇଁ ପ୍ରସିଦ୍ଧ । ଏହି ମନ୍ଦିରରେ ପ୍ରମୁଖ ଭାବେ ଏକ ଲମ୍ବା ଅଳକ୍ରୁତ ଗ୍ୟାଲେରୀ ରହିଛି । ଏହା ବନାରସର ସହିତ ବହୁ ଲୋକମାନଙ୍କ ଦ୍ବାରା ଧରାଯାଉଥିବା ଏକ ସମ୍ମାନିତ ତୀର୍ଥସ୍ଥଳ ଅଟେ । ଏହି ଜୌର୍ତିଲିଙ୍ଗ ରାମାୟଣ ଏବଂ ଶ୍ରୀଲଙ୍କାରୁ ରାମଙ୍କ ବିଜୟ ହୋଇ ଫେରିବା ସହିତ ଜଡିତ ।
୮-ନାଗେଶ୍ବର ଜ୍ୟୋତିର୍ଲିଙ୍ଗ(ଗୁଜୁରାଟ) :
ନାଗେଶ୍ବର ମନ୍ଦିର ନାଗନାଥ ମନ୍ଦି ଭାବେ ମଧ୍ୟ ପରିଚିତ । ଗୁଜୁରାଟ ତଟର ଗୌମତି ଦ୍ବାରକା ଏବଂ ବେତ ଦ୍ବାରକା ଦ୍ବୀପ ମଧ୍ୟରେ ଥିବା ମାର୍ଗରେ ଅବସ୍ଥିତ । ଏହି ଜ୍ୟୋତିର୍ଲିଙ୍ଗର ବିଶେଷ ମହତ୍ତ୍ବ ରହିଛି କିଏହା ସବୁ ପ୍ରକାରର ବିଷର ସୁରକ୍ଷାର ପ୍ରତିକ ଅଟେ । ବିଶ୍ବାଷ ରହିଛି ଯେ ଯିଏ ଏହି ମନ୍ଦିରେ ପୂଜା କରିଥାଏ ସେ ବିଷର ପ୍ରକୋପରୁ ରକ୍ଷା ପାଇଥାଏ ।
୯-କାଶୀବିଶ୍ବନାଥ ଜ୍ୟୋତିର୍ଲିଙ୍ଗ (ବାରାଣସୀ) :
କାଶୀ ବିଶ୍ବନାଥ ମନ୍ଦି ଦୁନିଆର ସବୁଠାରୁ ପୂଜନୀୟ ସ୍ଥଳରେ ଅବସ୍ଥିତ । ଏହା ବନାରସ କିମ୍ବା ବାରାଣସୀର ପବିତ୍ର ସହରର ଭିଡ ଭିତରେ ଥିବା ଏକ ଗଳି ମଧ୍ୟରେ ଅବସ୍ଥିତ । ଏହି ମନ୍ଦିର ଭଗବାନ ଶିବଙ୍କ ସବୁଠାରୁ ପ୍ରିୟ ମନ୍ଦିର ବୋଲି ବିଶ୍ବାସ ରହିଛି । ଏହି ମନ୍ଦିରେ ଭକ୍ତମାନେ ଯାହା ମାନସିକ କରିଥାନ୍ତି ତାହା ପୁରଣ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥିବା ନେଇ ପୁରାଣରେ ବର୍ଣ୍ଣିତ ରହିଛି
୧୦-ତ୍ରୈମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ (ନାସିକ) :
ତ୍ରୈମ୍ବକେଶ୍ବର ଗୋଦାବରୀର ବ୍ରହ୍ମଗିରୀ ନାମକ ଏବ ପର୍ବତ ପାଖରେ ମହାରାଷ୍ଟ୍ରରେ ନାସିକ ଠାରୁ ପାଖଶପାଖି ୩୦ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିଏହି ମନ୍ଦିରକୁ ଗୋଦାବରୀ ନଦୀର ଏକ ସ୍ରୋତ ବୋଲି ଧରାଯାଏ ଯାହାକୁ ଜୋମତୀ ଗଙ୍ଗା ନାମରେ ନାମିତ କରାଯାଇଛି । ଏହା ଦକ୍ଷିଣ ଭାରତର ସବୁଠାରୁ ପବିତ୍ର ନଦୀ ଅଟେ ।
୧୧-କେଦାରନାଥ ଜ୍ୟୋତିର୍ଲିଙ୍ଗ(ଉତ୍ତରାଖଣ୍ଡ) :
ଭାରତର ସବୁ ତୀର୍ଥସ୍ଥଳୀ ମାନଙ୍କ ମଧ୍ୟରେ କେଦାରନାଥ ମନ୍ଦିର ଅନ୍ଯତ୍ତମ । ଏହା କେଦାର ନାମକ ଏକ ପର୍ବତ ଉପରେ ୧୨ହଜାର ଫୁଟ୍ ଉଚ୍ଚରେ ରୁଦ୍ର ହିମାଳୟ ପର୍ବତମାଳା ଉପରେ ସ୍ଥିତ । ଏହା ହରିଦ୍ବାରରୁ ପାଖାପାଖି ୧୦ କିମି ଦୂରରେ ଅବସ୍ଥାପିତ । ଏହି ଜ୍ୟୋତିର୍ଲିଙ୍ଗର ଦର୍ଶନ ପାଇଁ ବର୍ଷକୁ ମାତ୍ର ୬ମାସ ଖୋଲାରହିଥାଏ ମନ୍ଦିର । ପରମ୍ପରା ରହିଛି କି ଏଠାକୁ ଆସିବା ପୂର୍ବରୁ ଲୋକେ ପ୍ରଥମେ ୟମୁନତ୍ରୀ ଏବଂ ଗଙ୍ଗାତ୍ରୀ ଯାଇଥାନ୍ତି ଏବଂ ସେଠାରୁ ପବିତ୍ର ଜଳ ଆଣି କେଦାରନାଥକୁ ଅଭିଶେଷ କରିଥାନ୍ତି ।
୧୨-ଘ୍ରୁଣେଶ୍ବର ଜ୍ୟୋତିର୍ଲିଙ୍ଗ(ଔରଙ୍ଗାବାଦ) :
ମହାରାଷ୍ଟ୍ରର ଔରଙ୍ଗାବାଦ ନନିକଟ ଦୌଲତାବାଦରୁ ୨୦ କିମି ଦୁରରେ ଅବସ୍ଥିତ ବରୁଲ ନାମକ ଏକ ଗାଁରେ ଏକ ଅବସ୍ଥିତ । ଏହି ମନ୍ଦିର ନିକଟରେ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ଅଜନ୍ତା ଏବଂ ଏଲୋରା ଗୁମ୍ଫା ରହିଛି । ଏହି ମନ୍ଦିରର ନିର୍ମାଣ ଅହିଲ୍ୟାବାଇ ହୋଲକର କରିଥିଲେ ଯିଏ ବାରାଣସୀରେ କାଶୀବିଶ୍ବନାଥ ମନ୍ଦିରର ପୁନ୍ନନିର୍ମାଣ କରିଥିଲେ । ଘ୍ରୁଣେଶ୍ବର ମନ୍ଦିରକୁ କୁରୁମେଶ୍ବର ଘ୍ରୁମେଶ୍ବ ଏବଂ ଗ୍ରିସନେଶ୍ବର ନାମରେ ମଧ୍ୟ ଜଣାଯାଏ ।