ମାତ୍ର ୧୩ ବର୍ଷରେ ଛାତ୍ରଙ୍କ ସଫଳତା: ବିଜ୍ଞାନ ପ୍ରକଳ୍ପରେ ଆଣି ଚାଲିଛନ୍ତି ପୁରସ୍କାର ପରେ ପୁରସ୍କାର..

ବୟସ ମାତ୍ର ୧୩ ବର୍ଷ । ୧୩ ବର୍ଷରେ ବୟସରେ କୁନି ଛାତ୍ରଙ୍କ ସଫଳତା ଆକାଶ ଛୁଇଁଛି । ପ୍ରଥମ ଶ୍ରେଣୀରୁ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇ ଏବେ ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୭ ନମ୍ବର ୱାର୍ଡ ର ଏ ହେଉଛନ୍ତି ଶୁଭଜିତ୍ ମହାନ୍ତି ।

ଉଦଳା(କେନ୍ୟୁଜ): ବୟସ ମାତ୍ର ୧୩ ବର୍ଷ । ୧୩ ବର୍ଷରେ ବୟସରେ କୁନି ଛାତ୍ରଙ୍କ ସଫଳତା ଆକାଶ ଛୁଇଁଛି । ପ୍ରଥମ ଶ୍ରେଣୀରୁ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇ ଏବେ ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୭ ନମ୍ବର ୱାର୍ଡ ର ଏ ହେଉଛନ୍ତି ଶୁଭଜିତ୍ ମହାନ୍ତି ।

ଶୁଭଜିତ୍ ଉଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର । ବୟସ ୧୩ । ହେଲେ ପିଲାଟି ଦିନରୁ ମନରେ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଆଗ୍ରହ ଥିଲା । ତେବେ ସେ ପ୍ରଥମ ଶ୍ରେଣୀ ଠାରୁ ଏ ପର୍ଯ୍ୟନ୍ତ ସ୍କୁଲ ସ୍ତରୀୟ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହାକୁ ନେଇ ପରିବାର ଓ ବିଦ୍ୟାଳୟ ରେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛନ୍ତି।

ଶୁଭଜିତଙ୍କ ବାପା ନୀଳମାଧବ ମହାନ୍ତି ଜଣେ ସମବାୟ ସମିତି ଆରଏମସି ବିଭାଗର କର୍ମଚାରୀ ଓ ମାଆ ଶୁଭଲକ୍ଷ୍ମୀ ଗୃହିଣୀ । ମନରେ ଦୃଢ଼ ଇଚ୍ଛାଶକ୍ତି ଓ ମନବଳ ଶୁଭଜିତ୍ ଙ୍କୁ ଆଗକୁ ନେବାରେ ସହାୟକ ହୋଇଛି । ଏହି ସଫଳତା ପାଇଁ ବାପା, ମାଆ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଶ୍ରେୟ ରହିଥିବା କଥା କହିଛନ୍ତି ଶୁଭଜିତ୍ । ତାଙ୍କର ଏହି ଇଚ୍ଛାଶକ୍ତି ପାଇଁ ବିଜ୍ଞାନ ପ୍ରକଳ୍ପରେ ଆଜି ପର୍ଯ୍ୟନ୍ତ ସ୍କୁଲ ସ୍ତର ରେ ପ୍ରଥମ ହୋଇ ପାରିଛନ୍ତି ।

student

କିଛି ଦିନ ପୂର୍ବରୁ ସେ ସ୍କୁଲ ସ୍ତରରେ ବାୟୁଚାପ ପ୍ରକଳ୍ପରେ ପ୍ରଥମ ହୋଇ କପ୍ତିପଦା ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ଶୁଭଜିତ୍ ଗୋଟିଏ ପରେ ଗୋଟିଏ ସୋପାନକୁ ଯାଇ ଶେଷରେ ପଞ୍ଜାବ ଅମ୍ବ୍ରିତସରରେ ମଧ୍ୟ ଏହି ପ୍ରକଳ୍ପକୁ ନେଇ ସଫଳତା ହାସଲ କରିପାରିଛନ୍ତି । ଯାହାକୁ ନେଇ ପରିବାର ଓ ବିଦ୍ୟାଳୟ ରେ ଖୁସି ଖେଳିଯାଇଛି । ତେବେ ଶୁଭଜିତ୍ ଆଗକୁ ବିଜ୍ଞାନ କ୍ଷେତ୍ରରେ ଗଭେଷଣା କରିବାର ଲକ୍ଷ ରଖିଛନ୍ତି । ତେବେ ତାଙ୍କର ଏହି ଲକ୍ଷ ପୂରଣ ହେବା ସହିତ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ସମସ୍ତଙ୍କର ଏହା ଆଶା।

 

Leave A Reply

Your email address will not be published.