ଏହି ସମୁଦ୍ର ଜୀବକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ, କହୁଛନ୍ତି ଏହା ସମୁଦ୍ର ରାକ୍ଷସ

ଆପଣମାନେ ଅନେକ ପ୍ରକାରର ଜୀବ ଜନ୍ତୁ ଦେଖିଥିବେ। ସେମାନଙ୍କ ମଧ୍ୟରୁ ଅନେକ ଚମତ୍କାରୀ ଓ ରହସ୍ୟମୟ ଜୀବ ଜନ୍ତୁ ସମୁଦ୍ର ମଧ୍ୟରେ ବି ଅଛନ୍ତି। ଏହା ଛଡ଼ା ଅନନ୍ୟ ଜୀବଜନ୍ତୁ ଏବଂ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଅନ୍ୟାନ୍ୟ ଜିନିଷ ସମୁଦ୍ରରେ ଦେଖାଯାଏ। ସମୁଦ୍ରରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଜୀବବିଜ୍ଞାନୀମାନେ ପ୍ରତିଦିନ ସମୁଦ୍ରରେ ରହସ୍ୟମୟ ଜୀବକୁ ଖୋଜନ୍ତି। ଏମିତିକି ଅନେକ ଜୀବ ବୈଜ୍ଞାନିକମାନେ ଦେଖନ୍ତି ଯାହାକୁ ଦେଖିବା ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

ବର୍ତ୍ତମାନ ମଧ୍ୟ ସମୁଦ୍ରରେ ଏପରି ଜୀବର ଜୀବାଶ୍ମ ମିଳିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏପରି ଜୀବ କ’ଣ ସମୁଦ୍ର ମଧ୍ୟରେ ଥାଇପାରେ। ଆମେରିକାର ବୈଜ୍ଞାନିକମାନେ ୧୩ କୋଟି ବର୍ଷ ପୁରୁଣା ବୟସ୍କା ଗର୍ଭବତୀ ସମୁଦ୍ର ପ୍ରାଣୀର ଜୀବାଶ୍ମ ଖୋଜି ପାଇଛନ୍ତି। ଚିଲିରେ ଖୋଜା ଯାଇଥିବା ସମୁଦ୍ର ପ୍ରାଣୀର ପେଟରେ ଏହାର ଅନେକ ଶିଶୁଙ୍କୁ ଦେଖିବାକୁ ମିଳିଛି। ଏହି ଜୀବର ନାମ ହେଉଛି ଇଚିଥୋସର, ଯାହା ଡାଇନୋସର ସମୟର ସରୀସୃପ।ଦିନେ ଏହି ସରୀସୃପ ସମୁଦ୍ରରେ ଶାସନ କରୁଥିଲା।

sea monster
picture credit – amarujala

ପ୍ରଥମ ଥର ପାଇଁ ଆମେରିକାର ଚିଲିରେ ଏହି ଇଚିଥୋସରର ସମ୍ପୂର୍ଣ୍ଣ ଜୀବାଶ୍ମ ଦେଖିବାକୁ ମିଳିଛି। ନାଚେଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ପାଟାଗୋନିଆର ଟାଇଣ୍ଡାଲ ଗ୍ଲାସିଅରରେ ଏହି ଇଚଥୋସର ଜୀବାଶ୍ମକୁ ଖୋଜି ପାଇଛନ୍ତି।

ଡାଇନୋସର ପୂର୍ବରୁ ହିଁ ଏହି ସରୀସୃପ ପୃଥିବୀରେ ମିଳିଥିଲା। ପ୍ରାୟ ନଅ କୋଟି ବର୍ଷ ପୂର୍ବେ, ଏହା ପୃଥିବୀରୁ ଅଦୃଶ୍ୟ ହୋଇଯାଇଥିଲା। ଏମାନଙ୍କର ବିଲୁପ୍ତ ହେବାର କାରଣ ବିଷୟରେ କୌଣସି ସୂଚନା ମିଳିନାହିଁ। ତେବେ ଇଚିଥୋସର ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବୈଜ୍ଞାନିକ କହିଛନ୍ତି। ଯାହା ସମୁଦ୍ର ଡ୍ରାଗନ୍ ଭାବରେ ଜଣାଶୁଣା ଓ ଏହା ସମୁଦ୍ରର ସବୁଠାରୁ ଶକ୍ତିଶାଳୀ ଜୀବ ଥିଲା। ଆମେରିକାର ଚିଲିକାରେ ମହିଳା ଇଚଥୋସରର ଜୀବାଶ୍ମ ମିଳିଛି, ଯେଉଁଥିରେ ଅନେକ ଭ୍ରୁଣ ପେଟରେ ରହିଛି।

sea monster
picture credit – amarujala

ଅନୁସନ୍ଧାନ ଦଳରେ ଜଡିତ ଥିବା ପାଲିଓଣ୍ଟୋଲୋଜିଷ୍ଟ୍ ଡକ୍ଟର ଡିନ୍ ଲୋମାକ୍ସ କହିଛନ୍ତି ଯେ ଚରମ ପରିବେଶରେ ଆଇଚଥୋସରଗୁଡିକ ଏତେ ଭଲ ଭାବରେ ସଂରକ୍ଷିତ ହୋଇଛି ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଏହି ଅସ୍ଥିର ଗ୍ଲେସିୟର ଭିତରେ ଥିବା ଜିନିଷଗୁଡ଼ିକ ପ୍ରାୟତ ବାହାରକୁ ଆସେ ନାହିଁ। କିନ୍ତୁ ଏହା ପରେ ବି ଇଚିଥୋସରର ଜୀବାଶ୍ମର ଭିତର ଅଂଶ ବହୁତ ଭଲ ଅବସ୍ଥାରେ ଅଛି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଚିଲିର ଏହି ସାଇଟରେ ଇଚିଥୋସର ସହିତ ବହୁ ବୟସ୍କ, ନାବାଳକ ଏବଂ ନବଜାତ ଶିଶୁର ସମ୍ପୂର୍ଣ୍ଣ ଜୀବାଶ୍ମ ମିଳିଛି। ଏହାକୁ ଆଧାର କରି ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରାୟ ୧୩ କୋଟି ବର୍ଷ ପୂର୍ବେ ଏହି ଅଞ୍ଚଳରେ ଇଚିଥୋସର ଶାସନ କରୁଥିଲେ। ତେବେ ଆଜିର ଦିନର ଇଚିଥୋସର ଡଲଫିନ୍ ପରି ଦେଖାଯାଉଛି।

ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ଏକ ଅଭିଯାନ ସମୟରେ ଏକ ଇଚିଥୋସରର ଜୀବାଶ୍ମ ମିଳିଥିଲା। ଏହି ଗ୍ଲେସିୟର ଏପରି ଏକ ଅଞ୍ଚଳରେ ଅଛି, ଯେଉଁଠିକୁ ଯିବାକୁ ୧୦ ଘଣ୍ଟା ପାଦରେ ଚାଲିବାକୁ ପଡେ।

ଇଚଥୋସର ହେଉଛି ଭାଲାଙ୍ଗିନିଆନ୍-ହାଉଟେରିଭିଆନ୍ ଯୁଗର ପ୍ରଥମ ଗର୍ଭବତୀ ପ୍ରାଣୀ ଯାହା ପୃଥିବୀରେ ଖୋଜାଯାଇଛି। ଏହି ଅନୁସନ୍ଧାନର ନେତୃତ୍ୱ ନେଇଥିବା ମ୍ୟାଗେଲାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୁଡିଥ୍ ପାର୍ଡୋ-ପେରେଜ୍ କହିଛନ୍ତି ଯେ ଏହି ଜୀବାଶ୍ମ ଚାରି ମିଟର ଲମ୍ବା ଓ ଏହାର ଗର୍ଭରେ ଅନେକ ଭ୍ରୁଣ ଅଛି। ତେଣୁ ମିଳିଥିବା ଏହି ଜୀବ ଉପରେ ପରୀକ୍ଷଣ କରାଯିବ। ଯାହା ଦ୍ଵାରା ଜଣାପଡ଼ିବ ଯେ ସେମାନଙ୍କ ଜୀବନ କାଳରେ ଏମାନେ କେଉଁ ସବୁ ରୋଗ ସହ ପ୍ରଭାବିତ ହୋଇଥିଲେ। ଯାହା ଦ୍ଵାରା ବର୍ତ୍ତମାନ ମଣିଷମାନଙ୍କୁ ହେଉଥିବା ରୋଗ ବିଷୟରେ ମଧ୍ୟ ଜଣା ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.