ସ୍ପେଶାଲ

ପାକିସ୍ତାନରେ ମିଳିଲା ୧୩୦୦ ବର୍ଷ ପୁରୁଣା ଭଗବାନ ବିଷ୍ଣୁଙ୍କ ମନ୍ଦିର, ହିନ୍ଦୁ ରାଜା କରିଥିଲେ ନିର୍ମାଣ

ପାକିସ୍ତାନର ଉତ୍ତର ପଶ୍ଚିମରେ ଅବସ୍ଥିତ ସ୍ବାତ ଜିଲ୍ଲାରେ ୧୩୦୦ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରର ଅବେଶଷ ମିଳିଛି। ବାରିକୋଟ ଗୁଣ୍ଡାଇରେ ଖନନ ସମୟରେ ବିଶେଷଜ୍ଞମାନେ ଏହି ମନ୍ଦିର ପାଇଛନ୍ତି। ଖାଇବର ପାଖ୍ଟନଖୱା ପ୍ରତ୍ନତତ୍ତ୍ୱ ବିଭାଗର ଫଜଲେ ଖାଲିକ୍ କହିଛନ୍ତି ଯେ, ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର । ୧୩୦୦ ବର୍ଷ ପୂର୍ବେ ହିନ୍ଦୁ ସାମ୍ରାଜ୍ୟ କାଳରେ ହିନ୍ଦୁମାନେ ଏହି ମନ୍ଦିର ନିର୍ମାଣ କରିଥିଲେ ।

ହିନ୍ଦୁ ଶାହି କିମ୍ବା କାବୁଲ ଶାହି (ଖ୍ରୀଷ୍ଟପୂର୍ବ ୮୫୦-୧୦୨୬) ଏକ ହିନ୍ଦୁ ରାଜବଂଶ ଥିଲା ଯାହା କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧର (ଆଧୁନିକ ପାକିସ୍ଥାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତ ଉପରେ ଶାସନ କରିଥିଲା। ଖନନ ସମୟରେ ପ୍ରତ୍ନତତ୍ତ୍ୱବିଦ୍‌ମାନେ ମନ୍ଦିର ନିକଟରେ କ୍ୟାମ୍ପ ଏବଂ ୱାଚ ଟାୱାର ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ବିଶେଷଜ୍ଞମାନେ ମନ୍ଦିର ନିକଟରେ ଏକ ଜଳ ପୁଷ୍କରଣୀ ମଧ୍ୟ ପାଇଛନ୍ତି । ଏହାକୁ ହିନ୍ଦୁମାନେ ମନ୍ଦିରକୁ ପୂଜା କରିବାକୁ ଯିବା ପୂର୍ବରୁ ବ୍ୟବହାର କରିଥିଲେ।

ଫଜଲ ଖାଲିକ କହିଛନ୍ତି, ସ୍ବାଟ ଜିଲ୍ଲାରେ ହଜାର ହଜାର ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥାନ ରହିଛି । ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ହିନ୍ଦୁ ରାଜକୀୟ ସମୟର ଚିହ୍ନ ମଳିଛି।’ ଇଟାଲୀ ପ୍ରତ୍ନତାତ୍ତ୍ୱିକ ମିଶନର ମୁଖ୍ୟ ଡ.ଲୁକା କହିଛନ୍ତି ଯେ ସ୍ବାଟ ଜିଲ୍ଲାରେ ମିଳିଥିବା ଗାନ୍ଦାର ସଭ୍ୟତାର ଏହା ହେଉଛି ପ୍ରଥମ ମନ୍ଦିର ।

ସ୍ବାଟ ଜିଲ୍ଲା ପାକିସ୍ତାନର ଶ୍ରେଷ୍ଠ ୨୦ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ପରି ସମସ୍ତ ପ୍ରକାର ପର୍ଯ୍ୟଟନ ସ୍ଥାନ ରହିଛି । ସ୍ବାଟ ଜିଲ୍ଲାରେ ବୌଦ୍ଧ ଧର୍ମର ଅନେକ ଧାର୍ମିକସ୍ଥଳ ମଧ୍ୟ ରହିଛି ।

Swagatika

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

18 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago