Categories: ସ୍ପେଶାଲ

ବୟସ ମାତ୍ର ୧୫ କିନ୍ତୁ ଦେଖାଯାନ୍ତି ୬୦ ବର୍ଷୀୟା, ଲୋକମାନଙ୍କ କଥା ଶୁଣି ଶୁଣି ଶେଷରେ ଯୁବତୀ କଲେ ଏପରି କାମ

ଆପଣ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର “ପା” ଦେଖିଥିବେ ନିଶ୍ଚୟ ଯେଉଁଥିରେ ତାଙ୍କର ବୟସ ଥିଲା କମ କିନ୍ତୁ ଲାଗୁଥିଲେ ଜଣେ ବୁଢାଙ୍କ ଭଳି । ତେବେ ଠିକ ଏହିପରି ଏକ ଘଟଣା ପ୍ରକୃତରେ ଦେଖିବାକୁ ମିଳିଛି ଚୀନରେ । ଏଠାରେ ସ୍କୁଲରେ ପାଠ ପଢ଼ୁଥିବା ଜଣେ ବାଳିକା ଯାହାର ବୟସ ୧୫ ବର୍ଷ କିନ୍ତୁ ଦେଖାଯାଇଥାନ୍ତି ଜଣେ ୬୦ ବର୍ଷର ମହିଳା ପରି । ଏହି କାରଣରୁ ସ୍କୁଲରୁ ନେଇ ଅନେକ ସ୍ଥାନ ପର୍ଯ୍ୟନ୍ତ ତାଙ୍କୁ ଲୋକମାନଙ୍କର କମେଣ୍ଟ ଶୁଣିବାକୁ ମିଳିଥାଏ । ଯେଉଁଥିପାଇଁ ବାଧ୍ୟହୋଇ ସେ ନିକଟରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି ।

ଏହି ଝିଅଟିର ନାମ ହେଉଛି ଜୀୟାଓଫେଙ୍ଗ ଓ ସେ ପ୍ରୋଯେରିଆ ନାମକ ଏକ ରୋଗରେ ପୀଡିତ । ଏହା ଏକ ପ୍ରୋଗ୍ରେସିଭ ଜେନେଟିକ ଡିସଅର୍ଡର ଅଟେ ଯେଉଁଥିରେ ପିଲାମାନଙ୍କ ବୟସ ଅତିଶୀଘ୍ର ବଢ଼ିବାରେ ଲାଗିଥାଏ ଏବଂ ସେମାନେ ଅତି କମ ବୟସରୁ ବୟସ୍କ ଦେଖାଯାଇଥାନ୍ତି । ସୂଚନା ଅନୁଯାୟୀ ପ୍ରୋଯେରିଆରେ ପୀଡିତ ପିଲାମାନଙ୍କର ଅତି ବେଶୀରେ ୧୨ ବର୍ଷ ଆୟୁଷ ହୋଇଥାଏ କିନ୍ତୁ କିଛି କିଛି ପିଲା ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି ।

ଜୀୟାଓଫେଙ୍ଗ ବାପାଙ୍କ କହିବା ଅନୁଯାୟୀ ଯେବେ ସେ ମାତ୍ର ୧ ବର୍ଷର ଥିଲେ ସେତେବେଳେ ତାଙ୍କ ଠାରେ ପ୍ରୋଯେରିଆର ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ଅଚାନକ ତାଙ୍କର ବୟସ ଧୀରେ ଧୀରେ ବଢିବାକୁ ଲାଗିଲା ଓ ଚେହେରାର ଚର୍ମ ଲୋଚାକୋଚା ହୋଇଯାଇଥିଲା । ଏହି କାରଣରୁ ତାଙ୍କୁ ସ୍କୁଲରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ବାକି ପିଲା ତାଙ୍କୁ ଚିଡଉଥିଲେ । ଶେଷରେ ବାଧ୍ୟହୋଇ ତାଙ୍କୁ ସ୍କୁଲ ଛାଡିବାକୁ ପଡିଲା । ତେବେ ଏହି ଖବର ଧୀରେ ଧୀରେ ଆଖପାଖ ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ଅନେକ ସଂସ୍ଥା ଜୀୟାଓଫେଙ୍ଗଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ଆଉ ତାପରେ ତାଙ୍କର ସର୍ଜରୀ କରାଯାଇଥିଲା ।

ଜୀୟାଓଫେଙ୍ଗଙ୍କୁ ସର୍ଜରୀ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ମୁଂହରୁ ପାଖାପାଖି ୭ ସେଣ୍ଟିମିଟର ପର୍ଯ୍ୟନ୍ତ ଚମଡା କଟାଯାଇଥିଲା । ତାସହିତ ନାକ ଓ ମୁଂହ ନିକଟରେ ଯେଉଁ ଚର୍ମଥିଲା ତାକୁ ମଧ୍ୟ କାଢ଼ିବାକୁ ପଡିଲା । ବର୍ତ୍ତମାନ ଜୀୟାଓଫେଙ୍ଗ ସ୍କୁଲ ଯିବାପାଇଁ ପ୍ରସ୍ତୁତ । ସେ କୁହନ୍ତି ଏବେ ଲୋକେ ତାଙ୍କୁ ସୁନ୍ଦର କୁହନ୍ତୁ କି ନକୁହନ୍ତୁ କିନ୍ତୁ ସେ ଏଥିପାଇଁ ଖୁସି ଯେ ତାଙ୍କୁ ବର୍ତ୍ତମାନ ସମସ୍ତେ ବାକି ପିଲାମାନଙ୍କ ପରି ଦେଖିବେ ।

KNews Bureau

Recent Posts

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇ ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

3 mins ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

14 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

19 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

40 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

53 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

1 hour ago