image source : india today
ମହାରାଷ୍ଟ୍ର ପୁନେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମା’ର ମୃତଦେହ ନିକଟରେ ୧୮ ମାସର ଶିଶୁଟି ଦୁଇ ଦିନ ଭୋକ ଉପାସରେ ବସିରହିଥିଲା । ସହରରେ କରୋନାର ଭୟ ଏତେ ଯେ, ଦେଢ଼ ବର୍ଷ ର ପୁଅକୁ ମରିବା ପାଇଁ ଛାଡ଼ିଦେଲେ ଲୋକେ। ମାତ୍ର କେହି ଟିକେବି ଛୁଆଟିକୁ ହାତ ଲଗାଇଲେନାହିଁ ।
ଦୁଇ ଦିନ ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିଲା ତାପରେ ପୋଲିସ୍ କୁ ଫୋନ୍ କଲେ ଲୋକ। ଆଉ ପୋଲିସ୍ ପହଞ୍ଚି ଦେଖିଲେ ଶିଶୁ ଟି ମାଆ ମୁହଁକୁ ଚାହିଁ ରହିଛି। ମହିଳାଙ୍କ ମୃତଦେହ ଜବତ କରି ଶିଶୁଟିକୁ ଉଦ୍ଧାର କଲା ପୋଲିସ୍। ପରେ ସରକାରୀ ହସ୍ପିଟାଲରେ କରୋନା ଟେଷ୍ଟ କରାଇଲେ । ଜଣା ପଡ଼ିଛି ଶିଶୁ କରୋନା ନେଗେଟିଭ ଆସିଛି।
ତାର ମାଆ ର ମୃତ୍ୟୁ କରୋନା ପାଇଁ ହେଇଛି କି ଅନ୍ୟ କାରଣ ପାଇଁ ଜଣା ପଡିନି। ମହିଳାଙ୍କ ଶବ ଦେଖି ପୋଲିସ୍ କହିଛନ୍ତି ମହିଳାଙ୍କ ମୃତ୍ୟୁ ୨ଦିନ ତଳୁ ହୋଈସାରିଛି। ତେଣୁ ଶିଶୁଟି ୨ ଦିନ ହେବ ଭୋକ ଉପାସରେ ମା’ର ମୃତଦେହ ନିକଟରେ ବସିଥିଲା । ମହିଳାଙ୍କୁ କରୋନା ହୋଇଥିବା ସନ୍ଦେହ କରି ପଡୋଶୀମାନେ ଶିଶୁଟିକୁ ହାତ ଲଗାଇନଥିଲେ । ପୋଲିସ ପହଞ୍ଚିବା ପରେ ଦୁଇ ଜଣ କନେଷ୍ଟବଳ ଶିଶୁଟିକୁ ବିସ୍କୁଟ କ୍ଷୀର ଖାଇବାକୁ ଦେଲେ। ମହିଳାଙ୍କ ସ୍ବାମୀ ଉତ୍ତରପ୍ରଦେଶରେ କାମ କରନ୍ତି । ପୋଲିସ ତାଙ୍କ ନିକଟକୁ ଖବର ପଠାଇଦେଇଛି ।
ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଆଉ କଷ୍ଟ ବି ହେଉଛି ପିଲାଟିର କଥା ଚିନ୍ତା କରି, ଭାବିଲେ ଦୁଇ ଦିନ ସେ କେମିତି ବିତେଇ ଥିବ। ହୁଏତ ସବୁକିଛି ଆଗକୁ ଭୁଲିଯିବ ଶିଶୁଟି, କିନ୍ତୁ ପଡୋଶୀ ମାନେ କେମିତି ନିଜକୁ କ୍ଷମା କରିବେ। ପାଖ ପଡୋଶୀ ଦୁଇ ଦିନ ଧରି ଜାଣି ଥିଲେ ବି ଚୁପ୍ ରହି ଯିବା ଏବେ ମଣିଷତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲାଗୁଚି ଏଇ ସମୟ ଚକ୍ରରେ ଶିଶୁ ବି ଫସି ଯାଇଛି ।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…