Categories: ସ୍ପେଶାଲ

ଆଶ୍ଚର୍ଯ୍ୟ ! ୧୮ ବର୍ଷୀୟ ବାଳକ ପେଟରୁ ବାହାରିଲା ୧୮ ବର୍ଷର ଭ୍ରୁଣ

ଯଦି ଆପଣଙ୍କୁ କେହି କୁହେ ଯେ ଜଣେ ପୁରୁଷ ଗର୍ଭଧାରଣ କରିଛନ୍ତି ତାହେଲେ କଣ ଆପଣ ବିଶ୍ୱାସ କରିବେ ? ଏହା ଶୁଣିବା ପାଇଁ ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ କିନ୍ତୁ ୟୁପିର ଆଲ୍ଲାହାବାଦରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି । ଏଠାରେ ଅପରେସନ ପରେ ଯୁବକଙ୍କ ପେଟରୁ ଏକ ଅବିକଶିତ ଭୃଣ ବାହାର କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଏହି ରୋଗକୁ ‘ଫିଟ୍ସ ଇନ ଫିଟୁ’ ବୋଲି କୁହାଯାଇଥାଏ ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ହରିୟମପୁର ଗ୍ରାମରେ ୧୮ ବର୍ଷୀୟ ନରେନ୍ଦ୍ର ନାମକ ଏକ ବାଳକର ପେଟରେ ଯନ୍ତ୍ରଣା ହେଉଥିଲା । ଅଲ୍ଟ୍ରାସାଉଣ୍ଡ ପରେ ଜଣାପଡିଲା ଯେ ତା ପେଟରେ ଏକ ଅଵିକଶିତ ଭୃଣ ବଢୁଛି । ତେବେ ଏହି ଭ୍ରୂଣଟି ୧୮ ବର୍ଷ ଧରି ତା ପେଟରେ ବଢି ଆସୁଥିଲା । ନରେନ୍ଦ୍ରର ସର୍ଜରୀ କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ସେ ଯେତେବେଳେ ତାର ମାଙ୍କ ଗର୍ଭରେ ଥିଲା ସେତେବେଳେ ତାର ମାଙ୍କ ଗର୍ଭରେ ଆଉ ଗୋଟିଏ ଭୃଣ ବଢ଼ୁଥିଲା ଯାହାକି ନରେନ୍ଦ୍ରର ଯାଁଆଳା ଥିଲା । ତେବେ ‘ଫିଟ୍ସ ଇନ ଫିଟୁ’ ରୋଗ କାରଣରୁ ଉକ୍ତ ଭ୍ରୂଣଟି ନରେନ୍ଦ୍ର ପେଟକୁ ଚାଲିଯାଇଥିଲା । ମେଡିକାଲ ସାଇନ୍ସରେ ଏଭଳି ଘଟଣା ବହୁତ କମ ଦେଖିବାକୁ ମିଳିଥାଏ ।

ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଯୁବକଙ୍କ ପେଟରୁ ସେହି ଅବିକଶିତ ଭ୍ରୂଣଟିକୁ ବାହାର କରାଯାଇଥିଲା । ସୂଚନା ଅନୁଯାୟୀ ନରେନ୍ଦ୍ରଙ୍କ ଜନ୍ମରୁ ହିଁ ତାଙ୍କ ପେଟରେ ଯନ୍ତ୍ରଣା ଓ ବାନ୍ତି ହେଉଥିଲା କିନ୍ତୁ ଡାକ୍ତର ତାର ରୋଗକୁ ଜାଣିପାରୁନଥିଲେ । ବହୁତ ଦିନ ପରେ ଡାକ୍ତର ଏହି ରୋଗକୁ ଚିହ୍ନଟ କରିଥିଲେ ।

ସର୍ଜରୀ ପରେ ନରେନ୍ଦ୍ରଙ୍କ ପେଟରୁ ଯେଉଁ ଅବିକଶିତ ଭୃଣ ବାହାର କରାଯାଇଥିଲା ତାର ମୁଣ୍ଡ, ଦାନ୍ତ, ସ୍ପାଇନାଲ ବୋନସ, ପଞ୍ଜରା ହାଡ଼ ଏବଂ ଦୁଇ ଫୁଟ ପର୍ଯ୍ୟନ୍ତ ଲମ୍ବା ବାଳ ରହିଥିଲା । ତେବେ ଅନେକ ଡାକ୍ତରଙ୍କ ଦୀର୍ଘ ପରିଶ୍ରମ ପରେ ଏହି ଅବିକଶିତ ଭ୍ରୂଣଟି ଯୁବକଙ୍କ ପେଟରୁ ବାହାର କରାଯାଇ ପାରିଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

55 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago