ବର୍ତ୍ତମାନ ସମୟରେ ମଣିଷ ପ୍ରାୟ ୬୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବଂଚୁଛନ୍ତି । ସାଧାରଣତଃ ୭୦ – ୮୦ ବର୍ଷ ପରେ ଯେକୌଣସି ବୟସ୍କ ବ୍ୟକ୍ତି ନିଜ ମୃତ୍ୟୁର ଅପେକ୍ଷାରେ ଥାଆନ୍ତି ଏବଂ ନିଜର ଶେଷ ସମୟ ବିଷୟରେ ଭାବିଥାନ୍ତି । କିନ୍ତୁ ଏଠାରେ କଥା କିଛି ଓଲଟା । ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ଗତ ୧୮୪ ବର୍ଷ ହେଲା ଜୀବିତ ଅଛନ୍ତି ଏବଂ ନିଜ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ଆଜ୍ଞା ହଁ ବାରଣାସୀରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ମହାଷ୍ଠା ମୁରାଶୀ । ଯିଏକି ଅନେକ ବର୍ଷ ହେଲା ନିଜ ମୃତ୍ୟକୁ ଅପେକ୍ଷା କରି ବସି ରହିଛନ୍ତି । ମୁରାଶୀ କୁହନ୍ତି ଯେ ମୃତ୍ୟୁ ମୋ ଘରର ରାସ୍ତା ଭୁଲିଯାଇଛି ବୋଧେ । ମୁଁ ଅନେକ ଦିନ ଧରି ତାକୁ ଅପେକ୍ଷା କରିଛି କିନ୍ତୁ ସେ ଆସିବାର ନା ହିଁ ନେଉନାହିଁ ।
ମୁରାଶୀଙ୍କ କହିବା ଅନୁଯାୟୀ ସେ ବାଙ୍ଗାଲୋରରେ ୧୮୩୫ ମସିହା ଜାନୁଆରୀ ମାସରେ ଜନ୍ମ ଗ୍ରହଣ କରିଥିଲେ । ଏବଂ 1903 ମସିହା ଯେତେବେଳେ ତାଙ୍କୁ ୬୮ ବର୍ଷ ହୋଇଥିଲା ସେହି ସମୟରେ ବାରଣାସୀ ପଳାଇ ଆସିଥିଲେ । ଆଉ ସେବେଠାରୁ ସେ ବାରଣାସୀରେ ରହି ଆସୁଛନ୍ତି । ତାଙ୍କୁ ୧୨୨ ବର୍ଷ ହେବା ପର୍ଯ୍ୟନ୍ତ ସେ ଏକ ମୋଚିର କାମ କରି ଆସୁଥିଲେ । 1957 ମସିହାରେ ସେ ଏହି କାମ ଛାଡି ଦେଇଥିଲେ ଏବଂ ତାଙ୍କର ବୟସକୁ ଦେଖିଲେ ଲୋକମାନେ ତାଙ୍କଠାରେ କିଛି ଦୈବୀଶକ୍ତି ଅଛି ବୋଲି କୁହନ୍ତି ।
ମହାଷ୍ଠା ମୁରାଶୀ କିଛି ଅଧିକାରୀଙ୍କୁ ଅନେକ ଥର ତାଙ୍କର ଜନ୍ମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ମଧ୍ୟ ଦେଖାଇ ସାରିଛନ୍ତି । କେବଳ ସେତିକି ନୁହେଁ ଅନେକ ଥର ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇ ସାରିଛି କିନ୍ତୁ ତାଙ୍କର ପ୍ରକୃତ ବୟସକୁ ନେଇ ଡାକ୍ତରମାନେ ଏବେ ବି ଆଶ୍ଚର୍ଯ୍ୟ । ଡାକ୍ତର ଓ ଗବେଷକମାନେ ମୂରାଶିଙ୍କୁ ପ୍ରକୃତିର ଏକ ଚମତ୍କାର ବୋଲି କହୁଛନ୍ତି ।