ସଙ୍କଟରେ ଗଜରାଜ ! ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ, ୪ ବର୍ଷରେ ଗଲେଣି ୧୯ ହାତୀ
ଶିମିଳିପାଳରେ ସଙ୍କଟରେ ଗଜରାଜ। ଲୋପ ପାଇଯିବକି ଏମାନଙ୍କ ବଂଶ? ଏବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କାହିଁକିନା ଗତ ଚାରି ବର୍ଷରେ ଗଲାଣି ୧୯ ହାତୀଙ୍କ ଜୀବନ। କହିବାକୁ ଗଲେ ତସ୍କରମାନଙ୍କ ପେଣ୍ଠସ୍ଥଳୀ ପାଲଟିଛି ଶିମିଳିପାଳ ଅଭୟାରଣ୍ଯ।
ବାରିପଦା(କେନ୍ୟୁଜ୍): ଶିମିଳିପାଳରେ ସଙ୍କଟରେ ଗଜରାଜ। ଲୋପ ପାଇଯିବକି ଏମାନଙ୍କ ବଂଶ? ଏବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କାହିଁକିନା ଗତ ଚାରି ବର୍ଷରେ ଗଲାଣି ୧୯ ହାତୀଙ୍କ ଜୀବନ। କହିବାକୁ ଗଲେ ତସ୍କରମାନଙ୍କ ପେଣ୍ଠସ୍ଥଳୀ ପାଲଟିଛି ଶିମିଳିପାଳ ଅଭୟାରଣ୍ଯ।
ଜୀବଜନ୍ତୁଙ୍କୁ ସୁରକ୍ଷା ଦେଉଥିବା ଶୀମିଳିପାଳ ଅଭୟାରଣ୍ଯ ଏବେ ଅସୁରକ୍ଷିତ ହୋଇପଡିଛି। ବନ୍ଯଜନ୍ତୁଙ୍କ ଜୀବନ ଦାଉରେ ଲାଗିଥିବା ବେଳେ ବିଲୁପ୍ତ ହେବାକୁ ବସିଲାଣି ମୂଲ୍ଯବାନ ବୃକ୍ଷଲତା ଓ ଗୁଳ୍ମ। ହାତୀ ମୃତ୍ୟୁ ଖବର ଏବେ ନିତିଦିନିଆ ହେଲାଣି। ଗତ ଏକ ମାସ ମଧ୍ୟରେ ୩ ଟି ହାତୀକୁ ଶିକାର କରି ଦାନ୍ତ କାଟିନେଲେ ଦୁର୍ବୁର୍ତ୍ତ। ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ ଚାଲିଛି ହାତୀଦାନ୍ତ, ବାଘଛାଲ ଓ ବନ୍ଯଜନ୍ତୁଙ୍କ କଙ୍କାଳ। ଗତ ଏକ ମାସ ମଧ୍ୟରେ ୩ ଟି ହାତୀ ଶିକାର ସାଙ୍ଗକୁ ଗୋଟିଏ ମହାବଳବାଘ ଛାଲ ଓ ଗୋଟିଏ କଲରାପତ୍ରିଆ ବାଘଛାଲ ବିକ୍ରୀ ଉଦ୍ୟମ ବେଳେ ଧରାପଡିବା ଘଟଣା ସମଗ୍ର ରାଜ୍ଯରେ ଚାଞ୍ଚଲ୍ଯ ଖେଳାଇ ଦେଇଛି। ଶିମିଳିପାାଳରେ ବନ୍ଯଜନ୍ତୁ ସୁରକ୍ଷିତ ତାହାକୁ ନେଇ ଉବେ ସବୁଠି ଉଠିଛି ପ୍ରଶ୍ନ। କେବଳ ଏତିକି ନହେଁ ଆନ୍ତରାଜ୍ଯ ଶିକାରୀଙ୍କ ଚରାଭୂଇଁ ଏବେ ଶିମିଳିପାଳ। ଏ କଥା ଆମେ କହୁନୁ କହୁଛନ୍ତି ଖୋଦ୍ ଶିମିଳିପାଳ କତ୍ତୃପକ୍ଷ। ଯେଉଁ କୌଶଳରେ ହାତୀକୁ ବିଷକ୍ରୀୟାରେ ଶିକାର କରାଯାଉଥିଲା ତାହା ଅରୁଣାଚଳ ପ୍ରଦେଶ ଶିକାରୀଙ୍କ କୌଶଳ ବୋଲି କହିଛ‘ି ଶିମିଳିପାଳ (ଦକ୍ଷିଣ) ବନ୍ଯଜନ୍ତୁ ଉପଖଣ୍ଡ ଉପ ନିର୍ଦ୍ଦେଶକ।
୨୭୫୦ ବର୍ଗ କିଲୋମିଟର ପରିବ୍ଯପ୍ତ ଶିମିଳିପାଳ ଅଭୟାରଣ୍ଯ ତଥା ଶିମିଳିପାଳ ବ୍ଯଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ରହିଛି ଶିମିଳିପାଳ( ଉତ୍ତର) ବନ୍ଯଜନ୍ତୁ ଉପଖଣ୍ଡ, ଶିମିଳିପାଳ (ଦକ୍ଷିଣ) ବନ୍ଯଜନ୍ତୁ ଉପଖଣ୍ଡ। ଏହି ଦୁଇ ବନ୍ଯଜନ୍ତୁ ଉପଖଣ୍ଡରେ ରହିଛି ୧୬ଟି ରେ କାଯର୍ୟାଳୟ। ରେ କାାର୍ଯୟାଳୟ କର୍ମଚାରୀ ମାନେ ଦିନ ରାତି କରୁଛନ୍ତି ପେଟ୍ରୋଲିଂ। ଏତେ କଡା ସୁରକ୍ଷା ମଧ୍ୟରେ ଅନ୍ତରାଜ୍ଯ ଶିକାରୀ କିଭଳି ଶିକାର କରିଛନ୍ତି ସମସ୍ତଙ୍କୁ ଚକିତ କରୁଛି। ଗତ ୪ ବର୍ଷ ମଧ୍ୟରେ ଶିମିଳିପାଳରେ ମଲେଣି ୧୯ ହାତୀ। ୨୦୧୯ ରେ ୪ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୦ ରେ ହାତୀ ମୃତ୍ୟୁ ସଖ୍ଯା ଥିଲା ୩ ଏବଂ ୨୦୨୧ ରେ ଏହି ସଂଖ୍ଯା ପହଁଚିଥିଲା ୫ । ସେହିଭଳି ୨୦୨୨ ରେ ହାତୀ ମୃତ୍ୟୁ ସଂଖ୍ଯା ଥିଲା ୩ । ତେବେ ୨୦୨୩ ଆରମ୍ଭରେ ହିଁ ୪ଟି ହାତୀର ମୃତ୍ୟୁ ଘଟିଛି। ୨୦୨୩ ରେ ମୃତ୍ୟୁ ବରଣ କରିଥିବା ୪ ଟି ହାତୀ ମଧ୍ୟରୁ ୩ ଟିକୁ ଶିକାରୀ ମାନେ ଶିକାର କରି ଦାନ୍ତ କାଟି ନେଇଛନ୍ତି। ଏହି ୪ ବର୍ଷରେ ମୃତ୍ଯୁବରଣ କରିଥିବା ୧୯ ହାତୀ ମଧ୍ୟରୁ ୫ଟି ହାତୀ ଆନ୍ଥାକ୍ସରେ ମୃତ୍ଯବରଣ କରିଥିବା ବେଳେ ଗୋଟିଏ କୁଙ୍କି ହାତୀର ସ୍ୱାବାବିକ ମୃତ୍ୟୁ ହୋଇଥିଲା। ଅନ୍ଯ ୧୩ ଟି ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ।
ଶିମିଳିପାଳ କୋର ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶ ନିଶେଧ ଥିବା ବେଳେ ବେଳେବେଳେ କର୍ମଚାରୀଙ୍କ ଜାଣତରେ ଶିକାରୀ ମାନେ ଶିକାର କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଶିମିଳିପାଳ ଅଭୟାରଣ୍ଯର ଜେନାବିଲ ରେରେ। ଗତ ଡିସେମ୍ବର 12 ତାରିଖରେ ଶିକାର ହାତୀକୁ ପୋଡି ଦେବାକୁ ଉଦ୍ୟମ କରି ଗିରଫ ହୋଇଥିଲେ ଭାରପ୍ରାପ୍ତ ରେଞ୍ଜରଙ୍କ ସମେତ ଫରେଷ୍ଟର ଓ ବନ କର୍ମଚାରୀ। ତେବେ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ହିଁ ଶିମିଳିପାଳକୁ ଅସୁରକ୍ଷିତ କରିବାର ମୁଖ୍ଯ କାରଣ ବୋଲି ଅଭିଯୋଗ କରିଛନ୍ତି ପରିବେଶବିଦ୍ ତଥା ବନ୍ଯଜନ୍ତୁ ପ୍ରେମୀ ମାନ
ଏପଟେ ୨୦୧୭ ମସିହାରେ ହାତୀ ଗଣନା ମୁତାବକ ବାରିପଦା ସର୍କଲ ଅଧିନରେ ୬୩୫ଟି ହାତୀ ଥିବା ବେଳେ ଦ୍ରୁତ ଗତୀରେ ହାତୀ ମୃତ୍ୟୁ ଶିମିଳିପାଳରେ ହାତୀ ଲୋପ୍ ପାଇବା ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଏପଟେ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଶିମିଳିପାଳ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିମିଳିପାଳ ଅଭୟାରଣ୍ଯରେ କତ୍ତୃପକ୍ଷ ବନ୍ଯଜନ୍ତୁଙ୍କୁ ଅଆଗକୁ କିଭଳି ସୁରକ୍ଷା ଦେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ।