ଦୁଇ ମହାଦେଶକୁ ଯୋଡୁଛି ୬ମିନିଟର ବ୍ରିଜ, ଜାଣନ୍ତୁ ଏହି ବ୍ରିଜ ବିଷୟରେ

ବିଜ୍ଞାନର ଅଗ୍ରଗତି ଦ୍ୱାରା ଏବେ ଭୂଖଣ୍ଡ ବି ଛୋଟ ଲାଗିଲାଣି । ଏହାର କାରଣ ହେଉଛି ଯାତାୟତର ନୂଆ ନୂଆ ଉଦ୍ଭାବନ । ଏଭଳି ଉଦ୍ଭାବନ ଯାହା ଖାଲି ଜୀବନର ରାସ୍ତାକୁ ସହଜ ସୁଗମ କରିନି ଆମ ପହଞ୍ଚକୁ ମଧ୍ୟ ସରଳ କରୁଛି । ଏହାର ସବୁଠୁ ବଡ ଉଦାହରଣ ହେଉଛି ଏକ ବ୍ରିଜ । ଯାହା ଯୋଡୁଛି ଦୁଇ ମହାଦେଶକୁ । ସେପୁଣି ୬ମିନିଟରେ ।

ୟୁରୋପ ଓ ଏସିଆକୁ ଯୋଡୁଥିବା ଦୁନିଆର ସବୁଠୁ ଲମ୍ବା ହ୍ୟାଙ୍ଗିଙ୍ଗ ବ୍ରିଜ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଛି । ତୁର୍କୀରେ ବନାଯାଇଥିବା ବ୍ରିଜ ନିଶ୍ଚିନ୍ତ ଭାବରେ ଖାସ ଅଟେ । ୨୦୫୦୩ କୋଟି ଖର୍ଚ୍ଚ ହୋଇଥିବା ଏହି ବ୍ରିଜ ତିଆରି ପାଇଁ ୫ବର୍ଷ ସମୟ ଲାଗିଥିଲା । ଏହାକୁ ତୁର୍କୀ ଓ ଦକ୍ଷିଣ କୋରିଆ କମ୍ପାନୀ ମିଶି ତିଆରି କରିଥିଲେ । ଜାଣିବା ଏହା ସାଧାରଣ ନାଗରିକଙ୍କ ପାଇଁ ଖୋଲିବା ଦ୍ୱାରା କଣ ଲାଭ ହେବ ଓ କାହିଁକି ଏହା ଅଲଗା ବା ଖାସ ଅଟେ ।

ଏହି ବ୍ରିଜର ନମ ହେଉଛି ୧୯୧୫ କ୍ୟାନେକେଲ ବ୍ରିଜ । ଏହାର ନାମରେ ୧୯୧୫ଯୋଡିବାର ମଧ୍ୟ ଏକ ଖାସ କଥା ରହିଛି । କାରଣ ୧୯୧୫ରେ ବ୍ରିଟିଶ ସେନା ଏହି ସ୍ଥାନ ଉପରେ କବଜା କରିବାକୁ ଚାହୁଁଥିଲ । କିନ୍ତୁ ଏଠାକାର ସେନା ବ୍ରିଟିଶ ସେନାର ଏହି ଚେଷ୍ଠାକୁ ସଫଳ ହେବାକୁ ଦେଇନଥିଲେ ।

୬ ଲେନର ଏହି ସଡକର ବ୍ରିଜ ଲମ୍ବ ୪.୬୦ କିଲୋମିଟର ଅଟେ । ସେଇଠି ଏହାର ଚଉଡା ୪୫.୬ ମିଟର ଅଟେ । ଏହି ବ୍ରିଜ ତିଆରି ହେବା ପାଇଁ ପୁରା ୫ବର୍ଷ ଲାଗିଗଲା । ବ୍ରିଜ ନିର୍ମାଣର ଆରମ୍ଭ ୨୬ଫେବୃଆରୀ ୨୦୧୭ରେ ହୋଇଥିଲା । ୨୬ଜାନୁଆରୀ ୨୦୨୨ରେ ଏହା ଶେଷ ହୋଇଥିଲା । ଏବେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଛି ।

ଏହି ବ୍ରିଜ ତୁର୍କୀର ଦ୍ୱିତୀୟ ଉଚ୍ଚ ବ୍ରିଜ ଅଟେ । ଏହା ପୂର୍ବରୁ ହୋଇଥିବା ଏଠାକାର ସବୁଠୁ ଉଚ୍ଚ ବ୍ରିଜର ନାମ ୟାବୁଜ ସୁଲତାନ ସଲମ ବ୍ରିଜ ଅଟେ । ଖାଲି ଏତିକି ନୁହେଁ କ୍ୟାନେକାଲ ବ୍ରିଜ ୟୁରୋପ ଓ ଏସିଆକୁ ଯୋଡେ । ଏହି ବ୍ରିଜ ଏବେ ତୁର୍କୀର ରାଜଧାନୀ ଇସ୍ଥାନବୁଲ ବାହାରେ ୟୁରୋପ ଓ ଏସିଆକୁ ମାତ୍ର ୬ମିନିଟର ରାସ୍ତା ସହ ଯୋଡି ରଖିଛି ।

ବ୍ରିଜ ଉପରେ ବନାଯାଇଥିବା ଦୁଇ ଟାୱାରର ଉଚ୍ଚତା ୧୦୪୩ ଫୁଟ ଅଟେ । ବ୍ରିଜ ବନିବାର ପୂର୍ବରୁ ଯୋଉଁଠି ପାରିହେବାକୁ ପଡିଥାଏ ଦେଢଘଣ୍ଟା ସେଠି ଏହି ବ୍ରିଜ ଦ୍ୱାରା ଲାଗୁଛି ମାତ୍ର ୬ମିନିଟ । ତେଣୁ ଚିନ୍ତା କରନ୍ତୁ ଏହା କିଭଳି ଭାବରେ ସାଧାରଣ ଜନତାଙ୍କର ଲାଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.