୧୯୪୭ର ଦରଦାମ୍‌ , ମାତ୍ର ୧୪୦ ଟଙ୍କା ଥିଲା ବିମାନ ଯାତ୍ରା ଆଉ ସୁନା ତ ମିଳୁଥିଲା ୮୮ ଟଙ୍କାରେ

୧୯୪୭ରେ ଯେତେବେଳେ ଦେଶ ସ୍ୱାଧୀନ ହୋଇଥିଲା ସେତେବେଳେ କେଉଁ ଜିନିଷ କେତେ ଟଙ୍କାରେ ବିକ୍ରି ହେଉଥିଲା। କେତେ ଟଙ୍କା ଥିଲା କ୍ଷୀର ଦାମ୍‌, କେତେରେ ମିଳୁଥିଲା ପେଟ୍ରୋଲ। ଖାଦ୍ୟ ପାନୀୟ ଜିନିଷର ମୂଲ୍ୟ କେତେ ଥିଲା। କଣ ଆପଣଙ୍କ ମନରେ ବି ଏମିତି ସବୁ ପ୍ରଶ୍ନ ଆସିଥିଲା, ଯେ ଦେଶ ଯେତେବେଳେ ସ୍ୱାଧୀନ ହୋଇଥିଲା। ସେତେବେଳେ ଜିନିଷ ପତ୍ରର ଦରଦାମ୍‌ କେତେ ଥିଲା। ସେତେବେଳେ ସୁନାର ଦାମ୍‌ ଏତେ କମ୍‌ ଥିଲା ଯେ ଆପଣ ହୁଏତ ବିଶ୍ୱାସ ବି କରିପାରିବେନି। ତାହେଲେ ଚାଲନ୍ତୁ ଆଉ ଡେରି ନକରି ଜାଣିବା ସେତେବେଳର ଦରଦାମ୍‌ କେମିତି ଆଉ କେତେ ଥିଲା।

ଡାକ

ଭାରତୀୟ ପୋଷ୍ଟ ଡିପାର୍ଟମେଣ୍ଟ ଅନୁସାରେ ୧୫ ଅଗଷ୍ଟ ୧୯୪୭ରେ ଗୋଟେ ଲଫାଫାର ପୋଷ୍ଟେଜ୍‌ ଶୁଳ୍କ ୯ ପଇସା ଥିଲା ଏବଂ ସେତେବେଳେ ଡାକ ବିଭାଗ ଲଫାଫାର ଓଜନକୁ ଗ୍ରାମରେ ନୁହେଁ ବରଂ ନିକିତିରେ ମାପୁଥିଲେ। ପ୍ରତ୍ୟେକ ଏକ୍ସଟ୍ରା ଓଜନରେ ଲଫାଫାର ପୋଷ୍ଟେଜ ଚାର୍ଜ ୬ ପଇସା ବଢ଼ିଯାଉଥିଲା। ପୋଷ୍ଟକାର୍ଡା ଦାମ୍‌ ୬ ପଇସା ଥିଲା। ଆଗାମୀ ଦଶ ବର୍ଷରେ ଏହାର ଦାମ୍‌ ବୃଦ୍ଧି ପାଇଲା କିନ୍ତୁ ବହୁତ କମ୍‌। ୧୯୫୭ ସୁଦ୍ଧା ଭାରତୀୟ ଡାକ ବିଭାଗର ଓଜନ ମାପକ ମଧ୍ୟ ନିକିତି ଥିଲା।

ଡଲାର

ଡଲାରର ଦାମ୍‌ ୧୯୨୫ ପର୍ଯ୍ୟନ୍ତ ଭାରତୀୟ ଟଙ୍କାରୁ କମ୍‌ ଥିଲା। ଆଉ ଏହାର ଦାମ୍‌ ଜାଣିଲେ ବିଶ୍ୱାସ କରନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟେ ଡଲାର କହିଲେ ଆମ ଭାରତୀୟ ମୁଦ୍ରାରେ ୧ ଟଙ୍କା ଅର୍ଥାତ୍‌ ୧୦ ପଇସା ବରାବର ଥିଲା। ୧୯୪୭ରେ ଏକ ଡଲାର ୪.୧୬ ଟଙ୍କା ବରାବର ହୋଇଗଲା। ୧୯୬୫ ସୁଦ୍ଧା ଏକ ଡଲାର ୪.୭୫ ଟଙ୍କା ବରାବର ରହିଲା। ଏହାପରେ ଏହା ବୃଦ୍ଧି ପାଇ ୦୬ ଟଙ୍କା ୩୬ ପଇସା ହୋଇଗଲା। ଏହାପରେ ଏହା ବଢ଼ିବାକୁ ଲାଗିଲା। ୧୯୮୨ରେ ୦୯ ଟଙ୍କା ୪୬ ପଇସା ହୋଇଗଲା। ଆଉ ଏହା ବଢ଼ି ବଢ଼ି ଏବେ କେତେ ରହିଛି ଆପଣ ସମସ୍ତେ ଜାଣିଥିବେ।

ସୁନା ମୂଲ୍ୟ

ଭାରତୀୟ ପୋଷ୍ଟ ଗୋଲ୍ଡ କଏନ୍‌ ସର୍ଭିସ୍‌ ଅନୁଯାୟୀ ୧୯୪୭ରେ ୧୦ ଗ୍ରାମ୍‌ ସୁନାର ଦାମ୍‌ ୮୮.୬୨ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଏହା ୪୫ ହଜାର ଉପରେ ଅଛି। ୧୯୪୭ ପରେ ସୁନା ଏମିତି କମୋଡିଟୀ, ଯାହାର ଦାମ୍‌ ଅନ୍ୟ ସମସ୍ତ ଜିନିଷ ତୁଳନାରେ ବହୁତ ଅଧିକ ବୃଦ୍ଧି ପାଇଛି।

ପେଟ୍ରୋଲ

ବର୍ତ୍ତମାନ ପେଟ୍ରୋଲର ଦାମ୍‌ ୯୫ ଟଙ୍କାରୁ ୧୦୦ ଟଙ୍କା ଆଖପାଖରେ ଅଛି। ଏହା ୧୦୦ ଟଙ୍କା ଉପରେ ମଧ୍ୟ ଯାଇସାରିଲାଣି। କିନ୍ତୁ ଯଦି ଆମେ କହିବା ୧୯୪୭ ମସିହା କଥା, ତାହେଲେ ଏହାର ଦାମ୍‌ ମାତ୍ର ୨୭ ଟଙ୍କା ପ୍ରତି ଲିଟର ଥିଲା।

ଏୟାର ଟ୍ରାଭେଲ

ସ୍ୱାଧୀନତା ସମୟରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଟିକେଟ ୧୪୦ ଟଙ୍କା ଥିଲା। କିନ୍ତୁ ଏବେ ଏହାର ଦାମ୍‌ ୫୫୦୦ ଟଙ୍କା ଏବଂ ତାଠାରୁ ଅଧିକ ବରଂ ହୋଇଗଲାଣି।

କ୍ଷୀର

କ୍ଷୀରର ଦାମ୍‌ ସେତେବେଳେ ଥିଲା ୧୨ ପଇସା ପ୍ରତି ଲିଟର। କିନ୍ତୁ ଏବେ ଏହା ୪୮ ଟଙ୍କା ରୁ ୫୦ ଟଙ୍କା ପ୍ରତି ଲିଟର ହୋଇଗଲାଣି।

୧୯୪୭ରେ ପ୍ରକାଶିତ ଏକ ବିଜ୍ଞାପନ ଅନୁଯାୟୀ ସେସମୟରେ ଭାରତକୁ ଆସି ବିକ୍ରି ହେଉଥିବା ଫୋର୍ଡ କମ୍ପାନୀର ବ୍ୟୁକ ୫୧ କାରର ଦାମ୍‌ ପ୍ରାୟ ୧୩୦୦୦ ଟଙ୍କା ଥିଲା। ୧୯୩୦ରେ ଫୋର୍ଡର ଏ ମଡେଲ ଫେଟନ କାର ପ୍ରାୟ ୩୦୦୦ ଟଙ୍କା ଦାମରେ ଭାରତରେ ବିକ୍ରି ହେଉଥିଲା।

୧୯୪୭ ରୁ ଏବେ ପର୍ଯ୍ୟନ୍ତ ଖାଦ୍ୟ ପାନୀୟ ଜିନିଷର ଦାମ୍‌ ଏତେ ଅଧିକ ବଢ଼ିଗଲା ଯେ ଆପଣ ଭାବିବାକୁ ବାଧ୍ୟ ହେବେ। ଏବେ ଚିନି ୪୦ ଟଙ୍କା କିଲୋ ତ ଆଳୁ ୨୫ ଟଙ୍କା କିଲୋ ରହିଛି। ଅବଶ୍ୟ ଗାଁ ଗହଳୀରେ ଏହା ସାମାନ୍ୟ ଶସ୍ତା ଥାଏ। ଆଳୁ ଏବଂ ଅନ୍ୟାନ୍ୟ ପରିବାର ଦାମ ୧୯୪୭ ଠାରୁ ନେଇ ୭୦ ଦଶକ ପର୍ଯ୍ୟନ୍ତ କୌଣସି ଖାସ୍‌ ପରିବର୍ତ୍ତନ ହେଲାନାହିଁ। କିନ୍ତୁ ତାପରେ ଏହା ଏତେ ବହୁତ ଅଧିକ ବଢ଼ିଗଲା। ୯୦ ଦଶକ ପରେ ଦାମ ଉପରେ ମହଙ୍ଗା ମାଡ ହୋଇଗଲା।

ଆଉ ଏହି ଦାମ୍‌ ସାବୁନ ଏବଂ ଜରୁରୀ ଜିନିଷ ଉପରେ ନଜର ଆସିଥାଏ। ଏବେ କୌଣସି ବି ନର୍ମାଲ ସାଇଜର ସାବୁନ ୧୫-୨୦ ଟଙ୍କାରୁ ତଳେ ମିଳୁନାହିଁ। ଏହାର ଦାମ୍‌ ବ୍ରାଣ୍ଡ ହିସାବରେ ଆହୁରି ଅଧିକ ବଢ଼ିଯାଏ। କଣ ଆପଣ ବିଶ୍ୱାସ କରିବେ ଗୋଟେ ସାଇକେଲ କେବଳ ୨୦ ଟଙ୍କା ଭିତରେ ଆସିଯାଉଥିଲା। ସେହିପରି ସିନେମା ଟିକେଟ ଯେଉଁଠି କମ୍‌ ଥିଲା ସେଠାରେ ନ୍ୟୁଜପେପର ଦାମରେ ମଧ୍ୟ ବାକି ଜିନିଷ ହିସାବରେ ବହୁତ ଅଧିକ ଦରଦାମ୍‌ ବଢ଼ିନଥିଲା। ତେବେ ସମୟ ସହିତ ଯୁଗ ବଳଦୁଛି ତାସହିତ ଦରଦାମରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.