ଘରେ ଲାଗିଥିବା ଭୟଙ୍କର ନିଆଁ ଭିତରେ ଫସିଗଲେ ୨ ଯୁବକ, ଜୀବନ ବଞ୍ଚାଇବାକୁ ଆପଣାଇଲେ ଏମିତି ଉପାୟ; ଭିଡିଓ ଦେଖିଲେ ଛାତି ଥରିଯିବ

ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଖାସ୍‌ ସେଇଥିପାଇଁ ଏହାକୁ ଅଜବ ଭିଡିଓର ଗନ୍ତାଘର ବୋଲି ମଧ୍ୟ କୁହାଯାଏ। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ଵିଟରରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳେ, ଯାହା ଆମ ଚିନ୍ତା ଧାରା ବାହାରେ ଥାଏ। ଆମେ ଯାହା ଚିନ୍ତା କରି ନଥିବା ସେସବୁ ଜିନିଷ ବେଶ୍‌ ଆରାମରେ ସୋସିଆଲ ମିଡିଆରେ ମିଳିଯାଏ। ତେବେ ଏବେ ମଧ୍ୟ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁୁରି ଉଠିବ।

ଛାତି ଥରାଇଦେବା ଭଳି ଏହି ଭିଡିଓ ନ୍ୟୁୟର୍କର ବୋଲି କୁହାଯାଉଛି। ଭିଡିଓରେ ଦୁଇ ଜଣ ଯୁବକ ହୁତୁ ହୁତୁ ହୋଇ ଜଳୁଥିବା ଏକ ଘରେ ଫସିଯାଇଥିବା ଦେଖାଯାଇଛି। ସେମାନେ ଜୀବନ ବଞ୍ଚାଇବାକୁ ଝରକାରେ ଲଟକିଛନ୍ତି। ଏଭଳି ସ୍ଥିତିରେ ସେମାନେ ବହୁ କଷ୍ଟରେ ପ୍ରାଣ ବଞ୍ଚାଇଥିବା ନଜର ଆସିଛି।

ଟ୍ଵିଟର ଆକାଉଣ୍ଟ ଗୁଡନ୍ୟୁଜ ମୁଭମେଣ୍ଟରେ ନିକଟରେ ଏକ ଭିଡିଓ ସେୟାର କରାଯାଇଛି। ଏହା ନ୍ୟୁୟର୍କ ସିଟିର ଇଷ୍ଟ ଭିଲେଜର। ଭିଡିଓରେ ଏକ ବଡ଼ ବିଲ୍ଡିଂରେ ନିଆଁ ଲାଗିଥିବା ଦେଖାଯାଇଛି। ବିଲ୍ଡିଂ ତଳେ ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ତେବେ ଏହି ସମୟରେ ବିଲ୍ଡିଂର ଝରକାରେ ଜଣେ ଯୁବକ ଲଟକିଥିବାର ନଜର ଆସିଛନ୍ତି। ସେତେବେଳେ ହଠାତ୍‌ ଆଉ ଜଣେ ଯୁବକ ଝରକା ବାଟେ ବାହାରୁଥିବା ଦେଖାଯାଇଛି। ଉଭୟେ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା କରୁଛନ୍ତି।

ଦେଖନ୍ତୁ ଭିଡିଓ:


ତେବେ ଏହି ସମୟରେ ପ୍ରଥମ ଯୁବକ ଜଣକ କଡ଼ରେ ଥିବା ଏକ ପାଇପ୍‌କୁ ଚାଲି ଆସୁଛନ୍ତି ଓ ଭିତରେ ଥିବା ଯୁବକଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ଏତିକି ବେଳେ ହଠାତ୍‌ ଘର ଭିତରୁ ନିଆଁ ହୁଳା ବାହାରକୁ ବାହାରୁଛି। ଯାହା ଦେଖିଲେ ଲାଗୁଛି ଯେମିତି ଏହି ଦୁଇ ଯୁବକଙ୍କ ବଞ୍ଚିବା ଅସମ୍ଭବ। କିନ୍ତୁ କଥାରେ ଅଛି – ରଖି ହରି ତ ମାରେ କିଏ। ଏହି ଦୁଇ ଯୁବକଙ୍କ ସହ ବି ସେମିତି କିଛି ହେଉଛି। ସେମାନେ ପାଇପ୍‌କୁ ଚାଲି ଆସୁଛନ୍ତି ଓ ଆରାମରେ ତଳକୁ ଓହ୍ଲାଉଛନ୍ତି। ଫଳରେ ତାଙ୍କ ଜୀବନ ବଞ୍ଚିଯାଉଛି।

ଏହି ଭିଡିଓର କ୍ୟାପସନ୍‌ରୁ ଜଣାପଡ଼ୁଛି ଯେ ନିଆଁରୁ ବର୍ତ୍ତିଯାଇଥିବା ଏହି ଦୁଇ ଯୁବକଙ୍କ ବୟସ ୧୩ ଓ ୧୮ ବର୍ଷ। ଟ୍ଵିଟରରେ ଏହି ଭିଡିଓକୁ ୨୬ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ଏଥିରେ କମେଣ୍ଟ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.