ପାର୍କିଂ ଗଣ୍ଡଗୋଳ ଦୁଇ ପରିବାରକୁ କରି ଦେଲା ପୁତ୍ରହରା

କ୍ୟାପିଟାଲ ହସ୍ପିଟାଲ କାଜୁଏଲଟି ସମ୍ମୁଖରେ ବାପାଟି କାନ୍ଦି କାନ୍ଦି ଏପାଖ ସେପାଖକୁ ପାଗଳ ଭଳିଆ ଦୌଡୁ ଥାନ୍ତି । କିଛି ସମୟ ପରେ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥାନ୍ତି ପୁଣି କେତେବେଳେ କାନ୍ଦି କାନ୍ଦି ଫୋନ କରି କାହାକୁ କହିଦେଉଥାନ୍ତି ଆଉ କଣ ପୁଅ ଅଛି l ତେବେ କଣ ଏହି ଘଟଣା ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ ଆଉ ପଚାରିଥିଲୁ କାନ୍ଦୁଥିବା ବ୍ୟକ୍ତିଙ୍କୁ l ଆଉ ଏମିତି କାନ୍ଦିବାର କିଛି ସମୟ ପରେ ପୋଲିସ ଏସିପି ଆଉ କେତେ ଜଣ ପୋଲିସ ପହଁଚିଲେ ତାଙ୍କ ନିକଟରେ l ବାପା ଜଣଙ୍କ ସହିତ ପୋଲିସକୁ ଦେଖିଲା ପରେ କଣ ସବୁ କଥା ବାର୍ତ୍ତା ହେଲେ l

ତେବେ ଏହି ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା l ପରିବାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, କାନ୍ଦୁ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଉପେନ୍ଦ୍ର ସେଠି l ଘର ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ଉପକଣ୍ଠ କୁହା ଗାଁରେ l ଉପେନ୍ଦ୍ରଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ l ପୁଅଟି ନାମ ରଶ୍ମୀ ରଞ୍ଜନ ସେଠି l ସେହି କୁହା ଗାଁ ନିକଟରେ କଲ୍ୟାଣୀ ପ୍ଲାଜ଼ା ଆନେକ୍ସ ବୋଲି ଗୋଟିଏ ଆପାର୍ଟମେଣ୍ଟ ରହିଛି l ପ୍ରତ୍ୟେକ ଦିନ ସେହି ରାସ୍ତା ପାର୍ଶ୍ୱରେ ରଶ୍ମୀ କୁଆଡେ ନିଜର କାରକୁ ପାର୍କିଙ୍ଗ କରନ୍ତି l

ତେବେ ସବୁ ଦିନ ଭଳି ଗତକାଲି ସନ୍ଧ୍ୟା ବେଳେ ମଧ୍ୟ ରଶ୍ମୀ ରଞ୍ଜନ ସେଠି ନିଜ କାରକୁ ପାର୍କିଙ୍ଗ କରିଥିଲେ l କୁହା ଗାଁର ଗଣେଶ ମଲିକ ନାମକ ଯୁବକ ସେହି ପ୍ଲାଜ଼ାରେ ସୁପରଭାଇଜର ଭାବରେ କାମ କରନ୍ତି l ପ୍ଲାଜ଼ା ନିକଟରେ ରଶ୍ମୀ ସେଠିଙ୍କର କାର ପାର୍କିଂକୁ ଗଣେଷ ମଲିକ ବିରୋଧ କରିଥିଲେ ଆଉ କାରକୁ ସେହି ସ୍ଥାନରୁ ତୁରନ୍ତ ଉଠାଇ ଦେବା ପାଇଁ କହିଥିଲେ l କିନ୍ତୁ ରଶ୍ମୀ ରଞ୍ଜନ ସେଠି କହିଥିଲେ କାଲି ଉଠାଇ ଦେବାକୁ l ତାପରେ ବଚସା ଆରମ୍ଭ ହୋଇଥିଲା l ସେହି ବଚସା ଉଗ୍ର ରୂପ ନେଲା l ଗଣେଷ ମଲିକ ଓ ଅନ୍ୟ ସହଯୋଗୀ ମାନେ ମିଶି ରଶ୍ମୀ ରଞ୍ଜନ ସେଠିଙ୍କୁ ମାରଣାଅସ୍ତ୍ରରେ ଆକ୍ରମଣ କରିଥିଲେ l ରଶ୍ମୀ ରଞ୍ଜନ ସହିତ ଜୁଲୁ ନାମକ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳର ଯୁବକ ସାଙ୍ଗରେ ଥିଲେ ତାଙ୍କୁ ମଧ୍ୟ ଆକ୍ରମଣ କରି ମାରଣାଅସ୍ତ୍ରରେ ଗୁରତ୍ତର କରିଥିଲେ l ଏକଥା ଦେଖି ରଶ୍ମି ରଞ୍ଜନଙ୍କ ବାପା ଉପେନ୍ଦ୍ର ସେଠି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ପରିବାର ଲୋକ କହିଥିଲେ l ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଡାକ୍ଟର ମୃତ ଘୋଷଣା କରିଥିଲେ l

ରଶ୍ମୀ ଆଉ ସାଙ୍ଗ ଜୁଲୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ l ଆଉ ଘଟଣାର ତଦନ୍ତ ପାଇଁ ଡିସିପି ପ୍ରତୀକ ସିଂ କ୍ୟାପିଟାଲ ହସ୍ପିଟାଲ ରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ l ଦୁଇଟି ଯାକ ଶବକୁ କ୍ୟାପିଟାଲ ଶବ ବ୍ୟବଚ୍ଛେଦ ଗୃହରେ ରଖା ହୋଇ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଗଲା l ତେବେ ସେଠାରେ ମଧ୍ୟ ପରିବାର ଲୋକ ପହଞ୍ଚିଥିଲେ l କାନ୍ଦ ବୋବାଳି ସମ୍ପୂର୍ଣ ପରିବେଷ କମ୍ପି ଉଠୁଥିଲା l ଗୋଟିଏ ଭେଣ୍ଡିଆ ପୁଅକୁ ହରାଇ କାନ୍ଦି କାନ୍ଦି ଅଧୀର ହେଉଥିଲେ ପରିବାର ଲୋକେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like