ସ୍ପେଶାଲ

ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ ସାରି ସମସ୍ତେ ଘରକୁ ଫେରିବେ । ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ସତେ ଯେମିତି ତାଙ୍କ ଖୁସିରେ କାହାର କଳା ନଜର ଲାଗିଗଲା । ଗାଡ଼ି ଭିତରେ କିଏ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ତ କିଏ ଝରକା ଫାଙ୍କରେ ଥଣ୍ଡା ପବନର ମଜା ନେଉଥିଲେ । କିନ୍ତୁ ତାଙ୍କର ଏହି ମଜା ସଜ୍ଜା ପାଲଟିଗଲା । ହଠାତ୍‌ ଆକାଶରେ ଘୋଟିଆସିଲା କଳାବାଦଲ … ଘଡ଼ଘଡ଼ି ବିଜୁଳିରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ । ପବନ ବହିବା ସାଙ୍ଗକୁ ମୂଷଳଧାରାରେ ବର୍ଷା ହେଲା…ଆଉ କ୍ଷଣକେ ତାଙ୍କ ଖୁସି ସବୁ ଛାରଖାର କରି ଚାଲିଗଲା।

ହଁ ଆଜ୍ଞା, ଛତିଶଗଡ଼ରୁ ଧାଇଁ ଆସିଥିଲେ ପୁରୀ । କଣ ନା ଜଗା ଦର୍ଶନ କରିବୁ । ହେଲେ କୋଉଠି କେଜାଣି ଛକି ବସିଥିଲା ଯମ ଜଗା ପାଖରେ ପହଞ୍ଚିବା ପୂର୍ବରୁ ବାଟରୁ ଝାମ୍ପିନେଲା । ୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିପଡ଼ିଲା ବୋଲେରୋ । ଚାହୁଁ ଚାହୁଁ ଲିଭିଗଲା ୨ ଜଣଙ୍କ ଜୀବନ ଦୀପ । ସେହି ବୋଲେରୋରେ ୧୦ ରୁ ଉର୍ଦ୍ଧ୍ୱ ଲୋକେ ଯାତ୍ରା କରୁଥିଲେ । ହେଲେ କାଳିଆ ଦର୍ଶନ କରିବା ପୂର୍ବରୁ ସିଧା ଯାଇଥିଲେ ହସ୍ପିଟାଲ । ଏଭଳି ଦୁଃଖଦ ଖବର ସମ୍ବଲପୁରରୁ ଆସିଛି ।

ସମ୍ବଲପୁର ଯୁଯୁମୁରା ନିକଟ ଝାଙ୍କରପଡା ସ୍ଥିତ ଖଏରାପଡା ନିକଟରେ ନର୍ମାଣଧିନ ପୋଲ ଉପରେ ବୋଲେରୋ ଖସିପଡ଼ିିଥିଲା l ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି l ତେବେ ସମ୍ବଲପୁର କଟକ ଜାତୀୟ ରାଜପଥରେ ଯୁଯୁମରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ହାତୀ କରିଡରେ ଅଣ୍ଡରପାସ ତିଆରି ଚାଲିଛି l ତେବେ କାମ ସରିନଥିବା ବେଳେ ସେହି ଅଣ୍ଡରପାସ ଉପରେ ଏକ ଛତିଶଗଡର ବୋଲେରୋ ଗାଡି ଭୁଲରେ ଚଢି ଯାଇଥିଲା l ଗାଡିଟିରେ ଛତିଶଗଡରୁ ପୁରୀ ଯାଉଥିଲେ ଯାତ୍ରୀମାନେ l ଫଳରେ ବ୍ରିଜ ବା ଅଣ୍ଡରପାସ ଉପରୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୧୦ ଜଣଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି l

ସେପଟେ ପୋଲିସ କହିଛି ଯେ, ଆହତ ଓ ଗୁରୁତରଙ୍କ ସମ୍ପର୍କୀୟମାନେ ଖବର ପାଇବା ପରେ ବୁର୍ଲା ମେଡିକାଲରେ ପହଞ୍ଚିଥିଲେ । ସେଠାରୁ ସମସ୍ତଙ୍କୁ ନେଇ ନିଜ ରାଜ୍ୟ ଛତିଶଗଡ଼ ମେଡିକାଲରେ ଚିକିତ୍ସା କରାଉଛନ୍ତି । କିନ୍ତୁ ଏହି ଦୁର୍ଘଟଣା ପଛର ବଡ଼ କାରଣ ହେଉଛି କାଳବୈଶାଖୀ । ଛତିଶଗଡ଼ର ଡ୍ରାଇଭର ପ୍ରଥମ କରି ସେହି ରାସ୍ତାରେ ଯାଉଥିବାରୁ ବାଟ ପାଇନଥିଲେ ଯାହା ଫଳରେ ଏହି ଦୁର୍ଘଟଣା ଘଟିଯାଇଛି ।

କୁହନ୍ତି ଭାବ ଆଉ ଭକ୍ତିରେ ବନ୍ଧା ମହାବାହୁ…କିନ୍ତୁ ଜଗା ପାଖକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଗଲା । ଲିଭିଗଲା ଦୁଇଟି ଜୀବନ ଦୀପ । ଅନେକ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । କ’ଣ ଜଗାର ଏହାହିଁ ଇଚ୍ଛା ଥିଲା ?

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago