ଖାଇ ପାରିବେକି ଦୁଇ କିଲୋ ଓଜନର ସୁନା ମୋମୋ ! ଏବେ ବଜାରରେ ମିିଳୁଛି

ଆପଣ କେବେ ଭାବିଥିଲେକି ଦିନେ ବଜାରରେ ୨ କିଲୋଗ୍ରାମ ଓଜନର ମୋମୋ ମିଳିବ ବୋଲି କି ? ଆଉ ସେ ପୁଣି ସୁନା ପ୍ଲେଟରେ ସଜାଯାଇଥିବା । କେବେ ଏମିତି ଚିନ୍ତା କରିନାହାନ୍ତି ନା । କିନ୍ତୁ ଠିକ ଏମିତି ହିଁ ଏକ ଘଟଣା ଘଟିଛି । ମୁମ୍ବଈ ସ୍ଥିତ ଏକ କାଫେ ହିଁ ଏମିତି ଏକ ଅଦ୍ଭୁତ କାରସାଦି କରି ଦେଖେଇଛି । ଖାଲି ସେତିକି ନୁହେଁ ଏହାର ନାଁ ବି ବାହୁବଳୀ ନାଁରେ ହିଁ ଦିଆଯାଇଛି । ଏହି କାଫେ “ବାହୁବଳୀ ଗୋଲ୍ଡ ମୋମୋ” ପ୍ରସ୍ତୁତ କରିଛନ୍ତି । ଯେବେ ପବ୍ଲିକକୁ ଏହି କଥା ଜଣାପଡିଥିଲା ସମସ୍ତେ ଯେମିତି ତାଯୁବ ହୋଇଗଲେ । ସମସ୍ତଙ୍କ ମନରେ ଯେମିତି ଗୋଟିଏ ପ୍ରଶ୍ନ ଆସିଲା ମୋମୋ ପୁଣି ୨ କିଲୋ ଓଜନର । ଏମିତି କଣ ଅଛି ସେଥିରେ । ସତରେ କଣ ଏମିତି ସମ୍ଭବ । ଏମିତି କେତେ କଣ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ଭେଜ, ପନିର, ଚିକେନ, ଫ୍ରାଇ, ତନ୍ଦୁରି ପରେ ଏହାର କଳ୍ପନା ହୁଏତ କେହି ବି କରିନଥିବେ । ଯାହା ବି ହଉ ଏମିତି ଏକ ଘଟଣା ଲୋକଙ୍କ ମନରେ ଯେତିକି ଉତ୍ସାହ ଆଣି ଦେଇଛି ସେତିକି ବିସ୍ମିତ ବି କରିଛି । ତେବେ ଆସନ୍ତୁ ଦେଖିବା ଏହି ମୋମୋର ବିଶେଷତା କଣ ରହିଛି ।

 

ଏହା ହେଉଛି ଭାରତର ପ୍ରଥମ ଗୋଲ୍ଡ ମୋମୋ । ମୁମ୍ବାଇର ମେସି ଢ଼ାବା ହିଁ ଏମିତି ଏକ ଅଦ୍ଭୁତ ମୋମୋ ପ୍ରସ୍ତୁତ କରିଛନ୍ତି । ଏକ ଗୋଲ ଆକାରର ଷ୍ଟିଲ ପାତ୍ରରେ ହିଁ ଏଗକୁ ପରଶା ଯାଇଥାଏ । ଚାରିପାଖରେ ଓ ଠିକ ମଝିରେ ଗାଜର ଖଣ୍ଡ ଦିଆଯିବା ସହ ଉପର ସ୍ତରରେ ଖାଇବା ଯୋଗ୍ୟ ସୁନା ଲଗାଯାଇଛି । ଏହାର ଓଜନ ୨ କିଲୋଗ୍ରାମ ହୋଇଥିବା ବେଳେ ଏହା ସହିତ ଗୋଟେ ଅରେଞ୍ଜ ମିନ୍ଟ ମୋଜିଟୋ, ଦୁଇଟି ଚକୋଲେଟ ମୋମୋଜ ସମେତ ତିନିଟି ଡ଼ମ୍ପିଲିଙ୍ଗସ- ମସଲାଦାର ଚଟଣି, ମେୟୋନିଜ ଓ ପୁଦିନା ଚଟଣି କମ୍ବିଂନେସନ ରହିଛି ।ଆରାମରେ ୬ ରୁ ୮ ଜଣ ଲୋକ ଏହାକୁ ଖାଇପାରିବେ । ଆଉ ଏହାର ମୂଲ୍ୟ ୧୨୯୯ ଟଙ୍କା ରଖାଯାଇଛି ।

ଭିଡିଓଟିକୁ ଇନ୍ଷ୍ଟଗ୍ରାମ ୟୁଜର @whatafoodiegirl ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି, “ବାହୁବଳୀ ଗୋଲ୍ଡ ମୋମୋ”, ଯାହାକି ମୋଜରେଲା ଚିଜ ଓ ତାଜା ପନିପରିବାରେ ଭର୍ତ୍ତି । ମୁମ୍ବାଇରେ ଥିଲେ ଥରେ ହେଲେ ବି ଏହାର ମଜା ନିଅନ୍ତୁ ନଚେତ କେବେ ଯଦି ଯାଇଛନ୍ତି ତେବେ ଏହାର ସ୍ୱାଦ ଚାଖିବାକୁ ଭୂଲନ୍ତୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.