ଜେନେରେଟର ଲଗାଇ ଶୋଇଥିଲେ ଚାଲିଗଲା ୨ ଜୀବନ, ଅନ୍ୟ ଜଣେ ଜୀବନ ମୃତ୍ୟୁ ସହ କରୁୁଛନ୍ତି ସଂଗ୍ରାମ
ସବୁଦିନ ପରି ଆଜି ବି କାମ କରିବାକୁ ଯାଇଥିଲେ ଇଟାଭାଟିକୁ । ହେଲେ କିଏ ଜାଣିଥିଲା ଆଜିର କାମ ତାଙ୍କ ଜୀବନର ଶେଷ କାମ ହେବ ବୋଲି । ସେହି ଇଟାଭାଟିରେ ଛକି ବସିଥିଲା ଯମ । ଶୂନ୍ୟରେ ଉଡ଼ାଇନେଲା ଏହି ୨ ଶ୍ରମିକଙ୍କ ଜୀବନ । ଦିନ ମଜୁରିଆ ଭାବେ କାମ କଲେ ପେଟକୁ ମୁଠେ ଦାନା ମିଳେ । କିନ୍ତୁ ଆଜିର ଏହି ଅଘଟଣ ପରିବାର ମୁହଁରୁ ଛଡ଼ାଇ ନେଇଛି ହସ ।
ସବୁଦିନ ପରି ଆଜି ବି କାମ କରିବାକୁ ଯାଇଥିଲେ ଇଟାଭାଟିକୁ । ହେଲେ କିଏ ଜାଣିଥିଲା ଆଜିର କାମ ତାଙ୍କ ଜୀବନର ଶେଷ କାମ ହେବ ବୋଲି । ସେହି ଇଟାଭାଟିରେ ଛକି ବସିଥିଲା ଯମ । ଶୂନ୍ୟରେ ଉଡ଼ାଇନେଲା ଏହି ୨ ଶ୍ରମିକଙ୍କ ଜୀବନ । ଦିନ ମଜୁରିଆ ଭାବେ କାମ କଲେ ପେଟକୁ ମୁଠେ ଦାନା ମିଳେ । କିନ୍ତୁ ଆଜିର ଏହି ଅଘଟଣ ପରିବାର ମୁହଁରୁ ଛଡ଼ାଇ ନେଇଛି ହସ । ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଏଭଳି ଦୁଃଖଦ ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ।
ହଁ ଆଜ୍ଞା, ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧରୁ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁରରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି।
ସୁଚନା ମୁତାବିକ୍, ମାନପୁର ଗାଁରେ ଥିବା ଏକ ଇଟା ଭାଟିରେ ୩ଜଣ ଶ୍ରମିକ କାମ କରୁଥିଲେ। ସେହି ଇଟାଭାଟି ନିକଟରେ଼ ଥିବା ଏକ ଘର ରହୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ଜେନେରେଟର ଲଗାଇ ଘରେ ଶୋଇଥିଲେ। ଆଜି ସକାଳେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଅନ୍ୟ ଶ୍ରମିକମାନେ ଦେଖିଥିଲେ। ସଙ୍ଗେ ସଙ୍ଗେ ଆହତ ଶ୍ରମିକଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଜଣେ ଶ୍ରମିକ ଚିକିତ୍ସିତ ହେଉଛନ୍ତି। ତେବେ ସମସ୍ତ ମୃତାହତଙ୍କ ଘର ପାଲଲହଡ଼ାରେ।
ତେବେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଇଟାଭାଟିର ମାଲିକ ମଧ୍ୟ ଏହି ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ସେପଟେ ପୁଲିସ ଇଟାଭାଟି ମାଲିକକୁ ପଚରାଉରା କରୁଛି ଏବଂ ଏହି ଘଟଣାର ଅଧିକ ତଦନ୍ତ କରୁଛି।