ବାଇକ ଯୋଗେ ବୁହାହୋଇ ଯାଉଛି ଓଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ
ଆମ ଦୈନନ୍ଦିନ ଜୀବନରେ ବହୁତ କିଛି ଘଟଣା ଘଟିଥାଏ । ଯାହାକୁ ଦେଖିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହେଇଥାଉ । ଏମିତି କିଛି ଘଟଣା ଯେତେବେଳେ ଆମେ ନିଜ ଆଖି ଆଗରେ ଦେଖିଥାଉ ତାହା ଆମେ ବିଶ୍ବାସ କରିଥାଉ । ତେବେ ଆପଣ ମାନେ ଏମିତି ଅନେକ ଘଟଣା ଜୀବନରେ ବହୁତ ଥର ଦେଖିଥିବେ । ସାଧାରଣତଃ ଆମେ ରାସ୍ତାରେ ଯାଉଥିବା ସମୟରେ ବାଇକ କିମ୍ବା କାର କିମ୍ବା କାରରେ କୁକୁରକୁ ସାଙ୍ଗରେ ନେଉଥିବା ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଭାବିଛନ୍ତି କି ଏକ ବିଶାଳକାୟ ଜୀବକୁ ସାଙ୍ଗରେ ନେବା କେମିତି କଥା ତାହା ପୁଣି ବାଇକରେ ।
ହଁ ଆଜ୍ଞା ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବାଇକରେ ଦୁଇଜଣ ଏକ ଓଟକୁ ନେଇ ଯାଉଛନ୍ତି । ଏହି ଓଟ ମଧ୍ୟ ଦୁଇ ମଣିଷଙ୍କ ମଝିରେ ବସି ଯାଉଛି । ଦେଖୁ ନାହାନ୍ତି କେମିତି ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଓଟ କୁ ଧରି ଯାଉଛନ୍ତି ଦୁଇ ଯୁବକ । ଜଣେ ଯୁବକ ବାଇକ ଚଳାଉଥିବା ବେଳେ ଆଉ ଜଣେ ଓଟ କୁ ଧରି ପଛରେ ବସିଛନ୍ତି । ଏହାକୁ ଆଖିରେ ନ ଦେଖିଲେ ସହଜରେ ବିଶ୍ବାସ କରି ହେଉନାହିଁ । ଦେଖୁ ନାହାନ୍ତି କେମିତି ଓଟ ର ଚାରି ଗୋଡକୁ ବନ୍ଧା ହୋଇ ଯତ୍ନର ସହିତ ବାଇକରେ ନିଆ ଯାଉଛି । ଏହି ଭିଡିଓରେ ଓଟ ଟି ଚିତ୍କାର କରୁଥିବା ଶୁଣାଯାଉଛି ।
ଓଟର ଗୋଡକୁ ବନ୍ଧା ଯାଇଛି ହୁଏତ ତାକୁ କଷ୍ଟ ହୋଇଥାଇପାରେ । ଯାହାଦ୍ହାରା ସେ ଚିତ୍କାର କରୁଛି ବୋଲି ଆନୁମାନ କରାଯାଇପାରେ । ଏହା ଏକ ଜନ ଗହଳି ପୁର୍ଣ ରାସ୍ତା ଅଟେ । ଯଦିଓ ଓଟ ଏକ ସ୍ଥିର ପ୍ରାଣୀ । ମରୁଭୁମିର ଯାହାଜ ବୋଲି ଆମେ ଓଟକୁ କହିଥାଉ । କିନ୍ତୁ ଏହି ଭିଡିଓ ଟି ଏକ୍ସ ରେ ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହା ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ଦେଖିବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।
କିଛି ଲୋକେ ଏହାକୁ ନିନ୍ଦା କରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି କେତେ ନିଷ୍ଠୁର ଭାବେ ମଣିଷ ଏହି ଜୀବକୁ ବୋହି ନେଇଯାଉଛି । ସତରେ କେତେ ନିର୍ଦୟ ମଣିଷ ତ ଆଉ କିଏ ଲେଖିଛନ୍ତି ପଶୁ ମାନଙ୍କୁ ଏଭଳି ନେବା ଠିକ ନୁହେଁ । ଏହା ଉପରେ କଠୋର ଆଇନ ହେବା ଜରୁରୀ । ପଶୁ ସୁରକ୍ଷା ଆଇନକୁ କଡାକଡି ହେବା ଉଚିତ କହିଛନ୍ତି । ଆଉ ଜଣେ ବକ୍ତି କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ପଶୁମାନଙ୍କୁ ଏଭଳି ବ୍ୟବହାର କରିବା ଯୁକ୍ତିଯୁକ୍ତ ନୁହେଁ । ଏକ ବିଶାଳକାୟ ଜୀବକୁ ବାଇକ ସାହାଯରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏଭଳି ନେବା କେତେଦୁର ଠିକ ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।