ମୋ ପାଗେଳି କୁଆଡ଼େ ଗଲା, ଛାତି ବାଡ଼େଇ କାନ୍ଦୁଛି ବାପା

ପାଗେଳି ..ଲୋ…ମୋ..ପାଗେଳି । ଛାତି ବାଡ଼େଇ କାନ୍ଦୁଛି ବାପା । କହୁଛି କିଏ ମୋତେ ବାପା ବୋଲି ଡାକିବ । କିଏ ମୋତେ ଏତେ ସ୍ନେହ । ମୋ ପାଗେଳି କୁଆଡ଼େ ଗଲା । ଫେରିଆ ମୋ ପାଖକୁ ….ଏ ଥିଲା ବାପାର କୋହ ଭରା କଣ୍ଠର ଶଦ୍ଦ ।

ପାଗେଳି ..ଲୋ…ମୋ..ପାଗେଳି । ଛାତି ବାଡ଼େଇ କାନ୍ଦୁଛି ବାପା । କହୁଛି କିଏ ମୋତେ ବାପା ବୋଲି ଡାକିବ । କିଏ ମୋତେ ଏତେ ସ୍ନେହ । ମୋ ପାଗେଳି କୁଆଡ଼େ ଗଲା । ଫେରିଆ ମୋ ପାଖକୁ ….ଏ ଥିଲା ବାପାର କୋହ ଭରା କଣ୍ଠର ଶଦ୍ଦ ।

ହଁ ଆଜ୍ଞା, ଏ ଦୃଶ୍ୟ ହେଉଛି ମେଡିକାଲର ପରିସରର । ଯେଉଁଠି ଝିଅର ମୃତ୍ୟୁ ଖବର ପାଇ ମୁଣ୍ଡ ପିଟି କାନ୍ଦୁଛି ବାପା । ଘଟଣା ହେଉଛି ଦୁଇ ଝିଅ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଏହି କଥାକୁ ସହ୍ୟ କରିପାରୁ ନାହାଁନ୍ତି ବାପା ଜଣକ । ସେଥିପାଇଁ ଝିଅକୁ ଝୁରି ପାଗଳ ଭଳି ହେଉଛନ୍ତି ବାପା ।

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ । ମୃତ ଝିଅ ଦୁଇଜଣ ହେଉଛନ୍ତି ସମ୍ପର୍କରେ ଦୁଇ ଭଉଣୀ । ଜଣକର ବୟସ ୭ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୧ ବର୍ଷର ଝିଅ । ଗୋପ ମଲ୍ଲିକଙ୍କ ଝିଅ ମୋହିନୀ କୁମାରୀ ମଲ୍ଲିକ ଏବଂ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ବର୍ଣ୍ଣପ୍ରଭା ମଲ୍ଲିକ ।

ତେବେ ରାହାସ ଗୁହାଳି ଗାଁ ନାଳର ହନୁମନ୍ତିଆ ଗଣ୍ଡରେ ଦୁଇ ଭଉଣୀ କେଡ଼େ ଖୁସିରେ ଗାଧୋଇବାକୁ ଯାଇଥିଲେ । ହେଲେ ସତେ ଯେମିତି ସେହି ଗଣ୍ଡରେ ଦୁହିଁଙ୍କ ପ୍ରାଣ ନେବା ପାଇଁ ଛକି ବସିଥିଲା ଯମ । ଏକାସାଙ୍ଗେ ନେଇଗଲା ଦୁଇ ଭଉଣୀଙ୍କ ଜୀବନ । ଗାଧୋଉଥିବା ବେଳେ ହଠାତ୍‌ କୌଣସି କାରଣରୁ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇଥିଲେ ଦୁଇ ଭଉଣୀ । ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଆଉ ସଙ୍ଗେ ସଙ୍ଗେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ବଡ଼ ଦୁଃଖର କଥା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଳକୁଣ୍ଡ ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଦୁଇ ଭଉଣୀଙ୍କ ମୃତ୍ୟୁକୁ ନେଇ ପୁରା ଗାଁ ରେ ଏବେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ପରିବାରରୁ ଦୁଇ ଭଉଣୀ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୂରା ପରିବାର । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଆମେ କେବଳ ଏତିକି କହିବୁ ଯେ, ନିକଟସ୍ଥ ପୋଖରୀ କିମ୍ବା ନଦୀକୁ ପିଲାମାନେ ଗାଧୋଇବାକୁ ଯାଉଥିଲେ ବାରଣ କରନ୍ତୁ । ନଚେତ୍‌ ତାଙ୍କ ସାଙ୍ଗରେ ଯାଆନ୍ତୁ ଏପରି ଏକା ଛାଡ଼ନ୍ତୁ ନାହିଁ ।

 

Leave A Reply

Your email address will not be published.