ଦୁଇବର୍ଷ ଛୁଆର ସାଙ୍ଗ ହେଉଛି କାଉ, ଲୋକେ କହୁଛନ୍ତି ଏ ଦୁହିଙ୍କ ସମ୍ପର୍କ ପୁର୍ବଜନ୍ମର
ମଣିଷ ଓ ପଶୁ ମଧ୍ୟରେ ରହିଥିବା ସମ୍ପର୍କ କୌଣସି ନୁଆ କଥା ନୁହେଁ । ଏମିତି ବହୁତ କାହାଣୀ ଆପଣ ଶୁଣିଥିବେ । କିଛି ବର୍ଷ ପୁର୍ବରୁ ମଣିଷ ଓ କିଛି ଜୀବ ପରସ୍ପର ସହ ରହି ଆସୁଛନ୍ତି । ଯେମିତିକି ମଣିଷ ସହ ଗାଇ, କୁକୁର,ବିଲେଇ,କିମ୍ବା ଛେଳି ସହ ରହିଆସୁଥିବା କଥା ଆପଣମାନେ ଜାଣିଛନ୍ତି । ତେବେ ଦର୍ଶକବନ୍ଧୁ ଆପଣ କେବେ ମଣିଷ ସହ ପକ୍ଷୀଙ୍କ ବନ୍ଧୁତା ବିଷୟରେ ଶୁଣିଛନ୍ତି କି ? ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଯେଉଁ ଭିଡିଓରେ ଏକ ଦୁଇ ବର୍ଷର କୁନି ପୁଅ ଏବଂ ଏକ କାଉର ବନ୍ଧୁତା ଉପରେ କୁହାଯାଇଛି । ଦୁହିଁଙ୍କ ଭିତରେ ଏତେ ବନ୍ଧୁତା ରହିଛି ଯେ ଆପଣ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ସେମାନେ ସବୁବେଳେ ପାଖରେ ରହିଥାନ୍ତି । କାଉଟି ସେହି କୁନି ପିଲା ସହ ଛାଇ ଭଳି ରହିଛି । ସେମାନଙ୍କୁ କିଛି ଲୋକ ଦେଖିଲା ପରେ ବିଶ୍ବାସ କରନ୍ତି ପୁର୍ବ ଜନ୍ମରେ ସେମାନଙ୍କ ମଧ୍ୟରେ କିଛି ସମ୍ପର୍କ ରହିଥିଲା ।
ଇନଷ୍ଟାଗ୍ରାମରେ @yourpaws.global ନାମକ ଆକାଉଣ୍ଟର ଏହାକୁ ପୋଷ୍ଟ କରାଯାଇଛି । ଯେଉଁଥିରେ ଏକ ଦୁଇ ବର୍ଷର କୁନିପୁଅ ଏକ କାଉ ସହ ଦେଖିବାକୁ ମିଳୁଛି । ଯିଏକି କୁନି ପୁଅ ସହ ସବୁ ସ୍ଥାନକୁ ସାଙ୍ଗ ହୋଇ ଯାଉଛି । ତେବେ କାଉର ନାମ ରସେଲ । ସେ ଏକ ଜଙ୍ଗଲୀ କାଉ ଅଟେ । ସେ ଦୁଇ ବର୍ଷର ପୁଅ ଅଟୋର ସାଙ୍ଗ । ସେ ଅଟୋ ସହ ଘରେ ରହେନାହିଁ । କିନ୍ତୁ ଯେତେବେଳେ ଅଟୋ ଘରୁ ବାହାରକୁ ଯାଇଥାଏ ସେହି ସମୟରେ ସେ ଅଟୋର ସାଙ୍ଗ ଛାଡେନାହିଁ ।
ଏହି ଫଟୋରେ ଆପଣ ଦେଖୁଛନ୍ତି କି ଏହି କୁନି ଛୁଅଟି କାଉ ସହ ଖେଳୁଛି ଓ ସାଙ୍ଗ ହୋଇ ବୁଲୁଛି । କାଉ ମଧ୍ୟ ତାକୁ ଭୟକରୁ ନାହିଁ କିମ୍ବା ତାକୁ କ୍ଷତି କରୁନାହିଁ । ଯେତେବେଳେ ଛୁଆଟି ଘର ଭିତରକୁ ଚାଲି ଯାଉଛି ସେହି ସମୟରେ କାଉଟି ଝରକା ଉପରେ ବସି ରହୁଛି । ସେ ସବୁବେଳେ ଇଛା କରୁଛି କେତେବେଳେ କୁନି ପୁଅଟି ଘରୁ ବାହାରକୁ ଆସିବ ଓ ସେ ତା ସହ ଖେଳିବ । ଯେତେବେଳେ ଅଟୋର ମା ପୁଅକୁ ସ୍କୁଲ ଛାଡିବା ଓ ଆଣିବାକୁ ଯାଉଛନ୍ତି ସେହି ସମୟରେ କାଉଟି ଘର ଉପରେ ବସି କୁନିପୁଅର ଯିବା ଓ ଫେରିବା ବାଟକୁ ଚାହିଁ ରହିଛି ।
ଯେପରିକି ସେ ତାର ସୁରକ୍ଷା ସୁନିଶ୍ଚିତ କରୁଛି । ସେମାନେ ପରସ୍ପରର ଭଲ ବନ୍ଧୁ ଅଟନ୍ତି । ଏହା ଜାଣି ମଧ୍ୟ ମହିଳା ପକ୍ଷୀ ସହ ଏକୁଟିଆ ଭାବେ ନିଜ ଛୁଆକୁ ଛାଡି ନଥାନ୍ତି । ଏହି ଭିଡିଓକୁ ୮୨ ଲକ୍ଷ ଲୋକ ଲାଇକ କରିଛନ୍ତି । ଏହାସହ କିଛି ଲୋକ କମେଣ୍ଟ ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଜଣେ ଲେଖିଛନ୍ତି ଏ କାଉଟି ନିଶ୍ଚୟ କୁନି ପୁଅର ସମ୍ପର୍କୀୟ । ଆଉ ଜଣେ କହିଛନ୍ତି କାଉ ଏକ ସ୍ନେହି ପ୍ରାଣୀ । ଆଉ ଜଣେ କହିଛନ୍ତି ଏହି କାଉଟି କୁନିଛୁଆର ଗତଜନ୍ମର ଏକ ପୁରୁଣା ବନ୍ଧୁ ଅଟେ ।