ବୟସ ମାତ୍ର ୨ ବର୍ଷ ୧୧ ମାସ, ହେଲେ ନିଜ ପ୍ରତିଭା ବଳରେ ହାସଲ କଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍

ପ୍ରତିଭା ଦେଇଛି ପରିଚୟ । ଖୁବ୍ କମ୍ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର କୁନି ପ୍ରତିଭା ।

ମାହାଙ୍ଗା(କେନ୍ୟୁଜ୍): ପ୍ରତିଭା ଦେଇଛି ପରିଚୟ । ଖୁବ୍ କମ୍ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର କୁନି ପ୍ରତିଭା । କହିବାକୁ ଗଲେ ଆମ ଓଡିଶାରେ ପ୍ରତିଭାର ଅଭାବ ନାହିଁ । କିଏ ଅନର୍ଗଳ ଶ୍ଳୋକ ପଢୁଛି ତ, ଆଉ କିଏ ଦେଶ ବିଦେଶର ଜଣାଅଜଣା କଥାକୁ ନିର୍ଭୁଲ ଭାବରେ କହୁଛନ୍ତି । ଠିକ୍ ଏଭଳି ଏକ ନିଆରା ପ୍ରତିଭାକୁ ପୁଣି ମିଳିଛି ପୁରସ୍କାର ।

family

କୁନି ହତାରେ ବଡ଼ ପ୍ରତିଭା । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବ ପଂଚାୟତ ଅଲ୍ଲୀ ନଗର ଗ୍ରାମର ଗଣେଷ ଚନ୍ଦ୍ର ସାହୁଙ୍କ ୨ ବର୍ଷ ୧୧ ମାସର ପୁଅ ରୁଦ୍ର ପ୍ରସାଦ । ଯିଏକି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ରେ ସ୍ଥାନ ପାଇଛନ୍ତି । ଗତ ମାସକ ତଳେ ସେ ଅନ ଲାଇନ୍‌ ମାଧ୍ୟମରେ ଆବେଦନ କରି ଦେଶ ବିଦେଶ ଓ ସାଧାରଣ ଜ୍ଞାନ ବାବଦରେ ଦକ୍ଷତା ଦେଖାଇ ଥିବାରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପକ୍ଷରୁ ତାଙ୍କୁ ପୁରସ୍କୃତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରୁଦ୍ର ପ୍ରସାଦ କୌଣସି ବିଦ୍ୟାଳୟରେ ଅଧ୍ୟୟନ କରିନାହାନ୍ତି । କେବଳ ତାଙ୍କ ମାଆ ଶୁଭଲକ୍ଷ୍ମୀ ସାହୁଙ୍କ ପାଇଁ ସେ ଆଜି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ର ଅଧିକାରୀ ହୋଇ ପୁରସ୍କୃତ ହେବା ସହିତ ସମସ୍ତଙ୍କ ପାଇଁ ଗୌରବ ଆଣିଛନ୍ତି । ତେଣୁ ଏନେଇ ପାରିବାର ଓ ଗ୍ରାମବାସୀ ବେଶ ଖୁସି ଅଛନ୍ତି ।

ଆଜିକାଲି ଅନେକ ପ୍ରତିଭାକୁ ମିଳୁଛି ସମ୍ମାନ । କମ ବୟସରେ ବିରଳ ରେକର୍ଡ ଅଧିକାରୀ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣୁଛନ୍ତି ବହୁ କୁନି ପ୍ରତିଭା । ତେଣୁ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରୁଦ୍ର ପ୍ରସାଦଙ୍କ ପ୍ରତିଭା ଦେଖି ସେ ଆଗକୁ ଦେଶର ଜଣେ ପ୍ରତିଭାଶାଳୀ ବ୍ୟକ୍ତି ହେବେ ବୋଲି ସଭିଏଁ ଆଶା ରଖିଛନ୍ତି ।

 

You might also like