୨୨ମାସର ଶିଶୁ କଲା ୧.୪ଲକ୍ଷ ଟଙ୍କାର ସପିଂ, ଟେନସନରେ ଦମ୍ପତ୍ତି

ଆଜିକାଲିର ପିଲାଙ୍କୁ ଆଉ ପାରିହେବନି । ଏକଥା ଆପଣ ବହୁତ ଥର ଶୁଣିଥିବେ । ଏମିତିକି ସେମାନଙ୍କ ହରକତ ଏକଥା ସ୍ପଷ୍ଟ କରୁଥିବ । ସେମିତି ଏକ କଥା ଶୁଣିଲେ ଆପଣ ବି ହୋଇଯିବେ ଅବାକ । ବର୍ତ୍ତମାନ ସମୟରେ ଅବିଭାବକ ମାନେ ଛୋଟ ପିଲାମାନଙ୍କୁ ଚୁପ କରିବାକୁ ହାତରେ ଧରାଇ ଦିଅନ୍ତି ମୋବାଇଲ । ମାନେ ସ୍ମାର୍ଟଫୋନ । ଆଉ ମୋବାଇଲ ପାଇଗଲେ ଅପରେଟିଂ ମନଇଚ୍ଛା ଚାଲେ, ଯେପର୍ଯ୍ୟନ୍ତ ପିଲାର ମନ ନବୁଝିଛି । ଆଉ ଏଠି ପିଲା ଖାଲି ଫୋନରେ ସନ୍ତୁଷ୍ଟ ହେଲାନି ଅନଲାଇନ ସପିଂ କରି ଖୁସ ।

ଆମେରୀକାର ନ୍ୟୁ ଜର୍ସିରେ ଜଣେ ୨୨ମାସର ଶିଶୁ କଲା ସପିଂ । ସେ ପୁଣି ଏକେରେ ଦୁଇଟା କି ୩ଟା ଶୂନ ନୁହେଁ, ପୁରା ୫ଟାଶୂନ । ମାନେ ପୁରା ଲକ୍ଷରେ । ୧.୪ ଲକ୍ଷରେ ସପିଂ କରି ପିତାମାତାଙ୍କୁ ଚମକାଇଦେଇଛି ପିଲାଟି । କେମିତି ଜାଣନ୍ତି? କଥା କିଛି ଏମିତି । ଶିଶୁଟି ଖେଳିଲା ବେଳେ ଭୁଲରେ ହାତ ପଡିଯାଇଥିଲା ସପିଂ ଆପ ଉପରେ । ଆପରୁ ଫର୍ଣ୍ଣିିଚର ଅର୍ଡର ହୋଇଥିଲା ଏବଂ ଯେତେବେଳେ ଡେଲିଭରି ହୋଇଥିଲା ତେବେ ଏହା ଜଣାପଡିଥିଲା । ଏହାପରେ ଶିଶୁଟୁର ଏହି କାମ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଘଟଣା ଅନୁଯାୟୀ ସ୍ମାର୍ଟଫୋନ ଥିଲା ମାଆଙ୍କର । ମୋବାଇଲରେ ଷ୍ଟୋର କରି ରଖିଥିବା ସପିଂ ଆପ, ଯାହାର ନାମ ୱାଲମାର୍ଟ ସପିଂ କାର୍ଟରୁ ହୋଇଥିଲା ଖରିଦଦାରି । ଖବର ମୁତାବକ ପିଲାକୁ ତାର ମାଆ ମୋବାଇଲ ଦେଇଦେଇଥିଲେ ଟିକେ ଶାନ୍ତିରେ ବସିବାକୁ । କିନ୍ତୁ ତାଙ୍କୁ ଜାଣିନଥିଲା କି ସେ ଶାନ୍ତିରେ ବସିବା ଅପେକ୍ଷା ଅଶାନ୍ତିକୁ ହାତଠାରି ଡାକୁଛନ୍ତି ବୋଲି ।

baby.
Pc-Indy 100

ଆମେରୀକାରେ ରହୁଥିବା ଭାରତୀୟ ଦମ୍ପତ୍ତି ମଧୁ ଓ ପ୍ରମୋଦ କୁମାରଙ୍କ ପୁଅ ଅୟାଂଶ । ଯଦିଓ ଆୟାଂଶକୁ ପଢିବା ଲେଖିବା ଏଯାଏଁ ଜଣାନାହିଁ କିନ୍ତୁ ମୋବାଇଲ ଚଳାଇବାରେ ସବୁ ପିଲାଙ୍କ ପରି ସେ ବି ବେଶ ମାହିର । ଏମାନେ ଘର ସିଫ୍ଟ କରିବା ପରେ ମଧୁ ଘର ପାଇଁ କିଛି ଫର୍ଣ୍ଣିଚର କାର୍ଟ କରିଥିଲେ କିନ୍ତୁ ଅର୍ଡର କରିନଥିଲେ । ହେଲେ ସେସବୁ ହଠାତ ଗୋଟିଏ ପରେ ଗୋଟିଏ ଘରକୁ ଡେଲିଭରି ହେବାରେ ଲାଗିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଯେତେବେଳେ ଘରେଥିବା ସଦସ୍ୟଙ୍କୁ ପଚରାଗଲା ସମସ୍ତେ ମନାକରିବାରୁ ସନ୍ଦେହ ଆୟାଂଶ ଉପରକୁ ଗଲା । ଆଉ ତାହା ହିଁ ସତ ଥିଲା । ଯାହା ପିଲାଟିର ଏକ ମିସଟେକ ଅଟେ ।

ପ୍ରମୋଦ କହିଛନ୍ତି ଏହା ଉପରେ ବିଶ୍ୱାସ କରିବା ଯଦିଓ ସହଜ ନୁହେଁ , କିନ୍ତୁ ଏହା ସତ ଅଟେ । ବର୍ତ୍ତମାନ ଏହି ଦମ୍ପତ୍ତ୍‌ି ସମସ୍ତ ଜିନିଷ ଡେଲିଭରି ହେବା ଯାଏଁ ଅପେକ୍ଷା କରିଛନ୍ତି । କାରଣ ସାମାନକୁ ପାଖ ଲୋକାଲ ୱାର୍ଲମାର୍ଟରେ ଫେରାଇ ରିଫଣ୍ଡ କରିବାର ଲକ୍ଷ୍ୟରେ ରହିଛନ୍ତି ଏମାନେ । କିନ୍ତୁ ହଁ, ନିଜ ପିଲାର ପ୍ରଥମ ଅନଲାଇନ ସପିଂ ହୋଇଥିବାରୁ ସେହି ସ୍ମୃତିକୁ ତାଜା ରଖିବାକୁ ଦୁହେଁ ଭାବିଛନ୍ତି । ତେଣୁ କିଛି ରଖିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.