ସ୍ପେଶାଲ

ଏମିତି କଷ୍ଟ ଦେଲା ଦଇବ ଯାହାକୁ ସହିବା କଷ୍ଟକର, ଦେଖୁ ଦେଖୁ ଶୂନ୍ୟ ହୋଇଗଲା ଦୁଇ ମା’କୋଳ

ସୋର(କେନ୍ୟୁଜ୍): କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ଦୁଃଖ ଉପରେ ଦୁଃଖ ଲଦି ହୋଇପଡିଛି ଏହି ପରିବାର ଉପରେ । କେମିତି ବା ଛାତି ଧର୍ଯ୍ୟ ଧରିବ । ଘରର ବଡ ମୁଣ୍ଡ ଗଲାର ୧୦ ଦିନରେ ଦୁଇ ଭେଣ୍ଡିଆ ପୁଅ ଆଖି ବୁଜିଛନ୍ତି । ଯେଉଁ କଷ୍ଟକୁ ସମ୍ଭାଳିବା ଅସମ୍ଭବ ।

ଅଜାର ଦଶାହ କର୍ମରେ ରୁଣ୍ଡ ହୋଇଥିବା ଲୋକଙ୍କ ଆଖି ସାମ୍ନାରେ ପାଣିରେ ବୁଡ଼ି ଚାଲିଗଲା ଦୁଇ ନାତିଙ୍କ ପ୍ରାୟବାୟୁ । ଉଭୟ ହାତ ଧରା ଧରି ହୋଇ ଚାଲିଗଲେ ଆରପାରିକୁ । କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଥିଲା । ମାତ୍ର ୧୫ ମିନିଟରୁ ୩୦ ମିନିଟ ଭିତରେ ଦୁଇ ଯୁବକ ପାଣିରେ ବୁଡି ଯାଇଥିଲେ । ଯାହା ସୂଚନା ମିଳିଛି ଉଭୟ ସମ୍ପର୍କୀୟ ଦୁଇ ଭାଇ ହେବେ । ତେବେ ଦୁଇ ଦୁଇଟି ମାଙ୍କ କୋଳ ଶୂନ୍ୟ କରି ସବୁଦିନ ପାଇଁ ଚାଲିଯାଇଛନ୍ତି ଦୁଇ ପୁଅ।

ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ୱାଦା ଶାସନରେ । ୱାଦl ଗ୍ରାମରେ ବିଷ୍ଣୁ ପାଢ଼ୀଙ୍କର ଗତକାଲି ଦଶାହ କର୍ମ ଚାଲିଥିବା ବେଳେ ତାଙ୍କର ପୁଅ ପିତାମ୍ବର ପାଢୀଙ୍କ ପୁଅ କୁଲୁଆ ପାଢ଼ୀ ଓରଫ ଶୁସାନ୍ତ ଏବଂ ଭଣଜା ଚନ୍ଦନ କର ଲଣ୍ଡା ହୋଇ ଗାଧୋଇବା ପାଇଁ ବାଗୁଡ଼ି ପଥରକଟା ଖାଦାନ ପାହାଡ ମାଟି ଖାଲକୁ ଯାଇଥିଲେ ।

କିନ୍ତୁ କିଏ ଜାଣିଥିଲା ସେଠାରେ ସେମାନଙ୍କ ଜଗି ବସିଥିଲା ଯମ। ଗାଧୋଇ ସମୟରେ ହଠାତ୍ ଉଭୟଙ୍କ ଗୋଡ଼ ଖସିଯାଇଥିଲା । ଯାହାଫଳରେ ଦେଖୁ ଦେଖୁ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲି ଯାଇଥିଲା । ତେବେ ଏମିତି ଦୁଃଖରେ ପରିବାର ଲୋକଙ୍କ ହୃଦୟ ସତେ ଯେମିତି ଫାଟି ପଡୁଛି । ଚନ୍ଦନଙ୍କ ଘର ବାହାଦଲପୁର ଅଞ୍ଚଳରେ ହୋଇଥିଲା ବେଳେ ସେ ଅଜାଙ୍କ ଦଶାହ କର୍ମପାଇଁ ମା ଓ ଭାଇ ସହିତ ଆସିଥିଲେ ।

ଏପଟେ ଘଟଣାସ୍ଥଳରେ ମୃତ କୁଲୁଆଙ୍କର ବାପା ପିତାମ୍ବର ପାଢ଼ୀ ଓ ମୃତ ଚନ୍ଦନର ବଡ ଭାଇ ସମେତ ଦଶ ଦିନିଆ କର୍ମ ପାଇଁ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ । ତେବେ କିଏ କିଛି ବୁଝିବା ଆଗରୁ ସବୁ ସରିସାରିଥିଲା । ମୃତ ଚନ୍ଦନଙ୍କ ବଡ ଭାଇ ଓ ଅନ୍ୟ ମାନେ ଗାମୁଛା ରୁ ଗାମୁଛା ଗଣ୍ଠି ପକାଇ ପାଣିରେ ପଶି ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ଚନ୍ଦନକୁ ବାଗୁଡ଼ି ଡାକ୍ତରଖାନା ଓ କୁଲୁଆକୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

କୁଲୁଆ ଯୁକ୍ତ ୨ରେ ପଢୁଥିବାବେଳେ ଚନ୍ଦନ ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କୁଲୁଆ ବାପା ମା’ଙ୍କ ବଡ଼ ପୁଅ ହୋଇଥିବା ବେଳେ ଚନ୍ଦନର ବାପା ନାରାୟଣ କର ବର୍ଷେ ତଳେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଏହି ଦୁଃଖଦ ଘଟଣା ଉଭୟଙ୍କ ପରିବାରକୁ ଶକ୍ତ ଆଘାତ ପହଁଚାଇଥିବାବେଳେ, ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Sonalisa

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

49 seconds ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

2 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

20 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

45 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

49 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

52 mins ago