୨୦୦ ବର୍ଷ ପୂର୍ବରୁ ପ୍ରଚଳିତ ଥିଲା ବୈଦ୍ୟୁତିକ କାର: ଜାଣନ୍ତୁ କେତେ ଥିଲା ଘଣ୍ଟା ପ୍ରତି ବେଗ

୨୦୦ ବର୍ଷ ପୂର୍ବରୁ ହିଁ ବୈଦ୍ୟୁତିକ କାର ନିର୍ମାଣ କରିବା ଆରମ୍ଭ କରାଯାଇଥିଲା । ବୈଦ୍ୟୁତିକ କାର ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ପାଖାପାଖି ୨.୫ କିଲୋମିଟର ଚାଲୁଥିଲା । ଏହାର ୨୦ ବର୍ଷ ପରେ ଚାର୍ଜିଂ ବ୍ୟାଟେରୀ ଦ୍ୱାରା ଚାଳିତ ବୈଦ୍ୟୁତିକ କାର ପ୍ରସ୍ତୁତ କରାଯାଇଥିଲା ।

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ବୈଦ୍ୟୁତିକ କାର ର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି । ତେଲର ସୀମିତ ଭଣ୍ଡାର ଏଂବ ପ୍ରଦୁଷଣ ପାଇଁ ଏହି ବୈଦ୍ୟୁତିକ ଯାନର ଅତ୍ୟଧିକ ବ୍ୟବହାର ହେଉଛି । ଅଟୋମୋବାଇଲ କମ୍ପାନୀ ଅନେକ ବୈଦ୍ୟୁତିକ କାର ମାର୍କେଟରେ ଲଞ୍ଚ କରିଛି । ବୈଦ୍ୟୁତିକ କାର ର ବ୍ୟବହାର ନୂଆ ନୂଆ ହେଉଥିବା ଲୋକଙ୍କ ବିଶ୍ୱାସ କିନ୍ତୁ ଏହା ସତ ନୁହେଁ । ବୈଦ୍ୟୁତିକ କାର ର ବ୍ୟବହାର ବହୁ ପୂର୍ବରୁ ହୋଇ ଆସୁଛି । ୨୦୦ ବର୍ଷ ପୂର୍ବରୁ ହିଁ ବୈଦ୍ୟୁତିକ କାର ନିର୍ମାଣ କରିବା ଆରମ୍ଭ କରାଯାଇଥିଲା । ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ଯେପରି ପୁରୁଣା ବୈଦ୍ୟୁତିକ କାର ମଧ୍ୟ ସେହିପରି ପୁରୁଣା ।

ଉନବିଂଶ ଶତାବ୍ଦୀର ଆରମ୍ଭରୁ ବିଶ୍ୱର ଅନେକ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଯାନ ନିର୍ମାଣ ହେବାକୁ ଲାଗିଥିଲା । ସେହି ସମୟରେ ଚାରି ଚକିଆ ଯାନର ଚାହିଦା ଅଧିକ ଥିଲା । ସେହିପରି ଡିଜେଲରେ ଚାଲୁଥିବା ଗାଡ଼ି ହିଁ ଅଧିକ ନିର୍ମାଣ କରାଯାଉଥିଲା । ୧୮୩୨ ମସିହାରେ ସ୍କଟଲ୍ୟାଣ୍ଡର ରବଟ ଏଣ୍ଡରସନ ନାମକ ଜଣେ ମେକାନିକ କିଛି ଏପରି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ଡିଜେଲରେ ଚାଲୁଥିବା ଏକ ପୁରୁଣା କାରକୁ ବୈଦ୍ୟୁତିକ କାରରେ ପରିବର୍ତ୍ତନ କରିଥିଲେ । ଏକ ସିଙ୍ଗଲ ଚାର୍ଜ ବ୍ୟାଟେରୀ ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଥିଲେ । ଏହି ବୈଦ୍ୟୁତିକ କାର ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ପାଖାପାଖି ୨.୫ କିଲୋମିଟର ଚାଲୁଥିଲା ।

ଏହାର ୨୦ ବର୍ଷ ପରେ ଚାର୍ଜିଂ ବ୍ୟାଟେରୀ ଦ୍ୱାରା ଚାଳିତ ବୈଦ୍ୟୁତିକ କାର ପ୍ରସ୍ତୁତ କରାଯାଇଥିଲା । ଫ୍ରାନ୍ସର ଏକ ବୈଜ୍ଞାନିକ ୧୮୬୫ ମସିହାରେ ପ୍ରଥମଥର ପାଇଁ ଲେଡ ଏସିଡ ବ୍ୟାଟେରୀ ସହିତ ବୈଦ୍ୟୁତିକ କାର ବ୍ୟବହାର କରିଥିଲେ । ଏହିପରି ଭାବେ ବୈଦ୍ୟୁତିକ କାର ର ବିକାଶ ହେଲା ଏବଂ ୧୮୯୧ ମସିହାରେ ପ୍ରଥମଥର ପାଇଁ ଆମେରିକା ସଡ଼କରେ ବୈଦ୍ୟୁତିକ କାର ଚାଲିଥିଲା । ଏହାର ୮ ବର୍ଷ ପରେ ଥୋମାସ ଏଡିସନ ବୈଦ୍ୟୁତିକ କାର ଦୀର୍ଘ ସମୟ ଚାଲିବା ପାଇଁ ନିକେଲ ଅଲ୍କଲାଇନ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.