ସ୍ପେଶାଲ

୨୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଉଡାଜାହାଜ ତିଆରି ପ୍ରୟାସ, ୧୦୦ ବର୍ଷ ପରେ ଭାରତୀୟ କଲେ କମାଲ

୨୦୦ ବର୍ଷ ପୂର୍ବେ ୧୭୯୯ରେ ସର୍ ଜିଆର୍ଜ, ଯିଏ କି ଜଣେ ଏରୋନେଟିକାଲ ଇଞ୍ଜିନିୟର ଥିଲେ ସେ ଏକ ଗ୍ଲାଇଦର୍ ଡିଜାଇନ୍ କଲେ ସେହି ଗ୍ଲାଇଡର ଏଭଳି ତିଆରି ହୋଇଥିଲା ଯେଉଁଥିରେ ଜଣେ ମଣିଷ ବସି ଉଡ଼ି ପାରିବ। ପାଞ୍ଚ ବର୍ଷ ପରେ ମାନେ ୧୮୦୪ ରେ ସର୍ ଜିଆର୍ଜଙ୍କ ଗ୍ଲାଇଦାର ବା ପରାଚୁଟ କିଛିବାଟ ଉଡ଼ିଥିଲା । ହେଲେ ସେ ସମୟରେ ଆକାଶ ରେ ଉଡ଼ିବା ଏକ ସ୍ଵପ୍ନ ଭଳି ଥିଲା ତେଣୁ ଏଭଳି ପ୍ରୋଜେକ୍ଟ ରେ କେହି କାମ କରିବାକୁ ରାଜି ହେଉ ନଥିଲେ। ଜ୍ଞାନ ସହ ପଇସାର ବି ଅଭାବ ଥିଲା ଏହି ସମୟରେ । ତେଣୁ ଗ୍ଲାଇଦାର୍ ତିଆରି କରିବା ଉପରେ ରୋକ୍ ଲଗାଗଲା।

୫୦ ବର୍ଷ ପରେ ୧୮୫୪ ବେଳକୁ ଦୁନିଆ ବହୁତ୍ ବଦଳି ଯାଇଥିଲା । ଜିଆନ ମେରି ଲି ବ୍ରିସ ଭଳି ଇଞ୍ଜିନିୟର ପକ୍ଷୀଙ୍କୁ ଦେଖି ସେମାନଙ୍କ ଶରୀରକୁ ତର୍ଜମା କରି ଏକ ଗ୍ଲାଇଦର ନିର୍ମାଣ କଲେ । ୧୮୫୬ ମସିହାରେ ଗ୍ଲାଇଦାର ଉଡିବା ପାଇଁ ପ୍ରସ୍ତୁତ ଥିଲା ହେଲେ ୧୮୫୭ ରେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଗଲା। ଏହି ପ୍ରୋଜେକ୍ଟ ଏହିଠାରେ ବନ୍ଦ୍ ହୋଇଗଲା।

ଏହାପରେ ଗ୍ଲାଇଡର ଉଡାଇବା ପାଇଁ ଚେଷ୍ଟା କଲେ ଓଟୋ ଲିଲି ଏନଥଲ। ସେ ମଧ୍ୟ ପକ୍ଷୀ ଙ୍କୁ ଧରି ତାଙ୍କ ଶରୀର ଗଠନ ଉପରେ ଅଧ୍ୟୟନ କଲେ, ଗୋଟେ ପରେ ଗୋଟେ ଗ୍କାଇଦର ତିଆରି କଲେ । ଏକାଥରେ ୧୦ ଟି ଗ୍ଲାଇଦାର ତିଆରି କଲେ, କେତେବେଳେ ପାହାଡ଼ ଉପରୁ ଗଲାଇଦାର ଉଡାଇଲେ ପୁଣି କେଲେ ସମୁଦ୍ର କୂଳରେ । ଏପଟେ ଜର୍ମାନୀ ରେ ଲିଲି ସେପଟେ ଆମେରିକା ରେ ଆଉ ଦୁଇ ଭାଇ ଏଭଳି ଏକ ପ୍ଲେନ୍ ତିଆରି ରେ ଲାଗିଥିଲେ ଯାହା ଉଡ଼ିବା ସହ ନିଜ ପାୱାର ରେ ବହୁତ୍ ବାଟ ଉଡ଼ିବା ପାଇଁ ଯେମିତି ସକ୍ଷମ ହେବ ।

ରୁହନ୍ତୁ କଣ ଆପଣ ଭାବୁଛନ୍ତି କେବଳ ଆମେରିକା ଜର୍ମାନୀର ଇଞ୍ଜିନିୟର ପ୍ଲେନ ତିଆରି ପାଇଁ ଚିନ୍ତା କରି ପାରନ୍ତି। ୧୮୫୮ ବେଳକୁ ଭାରତର ମହାରାଷ୍ଟ୍ରରେ ଜଣେ ମହାନ୍ ବୈଜ୍ଞାନିକ ସିର କର ବାପୁଜୀ ତଲପଡ଼େ ଏଭଳି ଏକ ପ୍ଲେନ ତିଆରି କରି ସାରିଥିଲେ ଯାହା ନିଜ ପାୱାରରେ ଉଡୁଥିଲା। ଯାହାର ନାଁ ଥିଲା ମରିକ ଶଖା । ଏହା ଫ୍ଲାଇଙ୍ଗ ମେସିନର ଏକ ଦେମୋ ଥିଲା। ୧୮୯୫ ରେ ଏହି ଫ୍ଲାଇଙ୍ଗ ମେସିନକୁ ଉଡ଼ାଇ ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଲେ ଭାରତୀୟ ବୈଜ୍ଞାନିକ ସିରକର୍ ତଲପଡେ।

ତାଙ୍କ ମୃତ୍ୟୁ ପରେ ୧୯୧୬ ମସିହାରେ ତାଙ୍କ ସବୁ ଡକ୍ୟୁମେଣ୍ଟ ସରକାରଙ୍କ ନିଜ ଅଧୀନକୁ ନେଇଗଲେ। ଭାରତୀୟ ହୋଇ ଏତେ ଇଂରେଜଙ୍କୁ ଚାଲେଞ୍ଜ ଦେଉଥିବାରୁ ତାଙ୍କ ନିର୍ମିତ ପ୍ଲେନକୁ ଲୁଚାଇ ଦିଆଗଲା। ଏବେ ତ ମରିକ୍ ସଖାର କିଛି ଫୋଟୋ ହିଁ ଇଣ୍ଟରନେଟରୁ ମିଳୁଛି, ତା ବିଷୟରେ ଆଉ କୌଣସି ସୂଚନା ମିଳିନାହିଁ ।

ସେପଟେ ଜର୍ମାନ ଦୁଇ ଭାଈ ସେମିତି ଲାଗିଥିଲେ ଗ୍ଲାଇଡାର ରେ ବସି ଉଡ଼ିବା ପାଇଁ । ଆଉ ବହୁତ୍ ଅସଫଳତା ଚାଖିବା ପରେ ଶେଷରେ ଗଲାଇଦର୍ ଉଡ଼ାଇଵାରେ ସଫଳ ହେଲେ । ଲିଲି ଏଣ୍ଠାଲ ଙ୍କ ଟେକ୍ନିକ ବ୍ୟବହାର କରି ଜର୍ମାନର ସେହି ଦୁଇ ଭାଈ ରାଇଡ ବ୍ରଦର୍ସ ଉଡାଜାହାଜ ଉଡାଇ ଦେଖାଇ ଦେଲେ। ରାଇଦ ବ୍ରଦର୍ସ କୁହନ୍ତି ଯଦି ଲିଲି ଏଣ୍ଠାଲ ଗ୍ଲାଉଦର୍ ତିଆରି କରି ନଥାନ୍ତେ କି ନିଜ ଏକ୍ସପିରିଏନ୍ସକୁ ନେଇ ବହି ଲେଖି ନଥାନ୍ତେ ତେବେ ଆଜି ଆପଣ ଯେଉଁ ପ୍ଲେନ ରେ ବସି ଉଡ଼ୁଛନ୍ତି ହୁଏତ ତାହା ସମ୍ଭବ ହୋଇ ନଥାନ୍ତା।

KNews Bureau

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

8 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

15 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

16 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

34 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

59 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago