୧୨ ବର୍ଷ କଠିନ ପରିଶ୍ରମ ପରେ ପାହାଡ଼ କାଟି ତିଆରି କରିଦେଲେ ଏହି ବିଳାସମୟ ଘର, ଜାଣନ୍ତୁ କ’ଣ ସବୁ ସୁବିଧା ରହିଛି ଭିତରେ

ଆମେରିକାର San Isidro de Paraz Jledenରେ ରହୁଥିବା ଜଣେ ବ୍ୟକ୍ତି ୧୨ ବର୍ଷ ପରିଶ୍ରମ କରି ପାହାଡ଼ ଭିତରେ ଗୁମ୍ଫା ଘର ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ଘର ବହୁତ ଆଲିଶାନ ହୋଇଥିବା ବେଳେ ଭିତରେ ୩ଟି ବେଡରୁମ, ଗୋଟିଏ ଡାଇନିଂ ରୁମ ସହ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି।

hu

ମ୍ୟାନୁଅଲ ବ୍ୟାରେଣ୍ଟସ ନାମକ ଏହି ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହିତ ଏହି ଘରେ ରହୁଛନ୍ତି। ୨୦୦୦ ବର୍ଗ ଫୁଟରେ ତିଆରି ହୋଇଥିବା ଘରର ନାଁ ‘Topolandia’ ରଖାଯାଇଛି। ଏହାକୁ ଆଗ୍ନେୟଗିରି ଚଟାଣକୁ କାଟି ତିଆରି କରାଯାଇଛି। ଏହି ଘରେ ଏକ ମେଡିଟେଶନ ରୁମ ମଧ୍ୟ ଅଛି।

hhd

ଘରକୁ ସ୍କେଲିଟନ ଏବଂ ରଙ୍ଗ ବେରଙ୍ଗର କାର୍ଟୁନରେ ସଜାଯାଇଛି। ଏଠାରେ ଥିବା ବଡ଼ ଡାଇନିଂ ରୁମରେ ପୂରା ପରିବାର ଏକାଠି ବସି ଖାଇପାରିବେ। ମ୍ୟାନୁଅଲ ଏବେ ଏହି ଘରକୁ ଗେଷ୍ଟମାନଙ୍କ ପାଇଁ ଖୋଲି ଦେଇଛନ୍ତି। କାରଣ, ଏହାଦ୍ୱାରା ଲୋକେ ଯେପରି ଜାଣିପାରିବେ ସେ କିପରି ପରିଶ୍ରମ କରି ଏତେ ସୁନ୍ଦର ଘର ତିଆରି କରିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.