ଅନେକ ଚେତାବନୀ ପରେ ମଧ୍ୟ ଖୋଲାଗଲା ୨୦୦୦ ବର୍ଷ ପୁରୁଣା ରହସ୍ୟମୟ କବର, ଭିତରର ଦୃଶ୍ୟ ଦେଖି ଉଡିଯାଇପାରେ ହୋସ

ମିଶରର ଆଲେକ୍ଜାଣ୍ଡ୍ରିଆ ସହରରେ ଥିବା ନଅ ଫୁଟ ଗଭୀର ରହସ୍ୟମୟ ପଥରର କବରକୁ ଶେଷରେ ଖୋଲାଯାଇଛି । ଏହି କବରକୁ ନେଇ ପୂର୍ବରୁ ଅନେକ ପ୍ରକାର ଚେତାବନୀ ଦିଆଯାଇଥିଲା ଯେ ଏହା ଏକ ଅଭିଶପ୍ତ କବର ଅଟେ । ଯାହାକୁ ଖୋଲିବା ଦ୍ୱାରା ବହୁତ ସମସ୍ୟା ଉତ୍ପନ୍ନ ହୋଇପାରେ କିନ୍ତୁ ଏହଭଳି ଅନେକ ଚେତାବନୀକୁ ନଜରରେ ରଖି ଶେଷରେ ଏହି କବରକୁ ଖୋଳି ଦିଆଯାଇଛି । ୨୦୦୦ ବର୍ଷ ପୁରୁଣା ଏହି କବରରେ ଗବେଷକମାନଙ୍କୁ ସମ୍ପୂର୍ଣ ଭାବେ ସଢ଼ିଯାଇଥିବା ତିନୋଟି ମମ୍ମି ମିଳିଥିଲା । ଏହି ତିନୋଟି ମମ୍ମି କଳା ଗ୍ରାନାଇଟରେ ବନାଯାଇଥିବା କବର ମଧ୍ୟରେ ବହୁତ ଦୁର୍ଗନ୍ଧ ପାଣି ମଧ୍ୟରେ ଭାସୁଥିବାର ଦେଖାଯାଇଥିଲା । ଏହାକୁ ଆଲେକ୍ଜାଣ୍ଡ୍ରିଆ ସହରର ସବୁଠାରୁ ବଡ଼ ଆବିଷ୍କାର ବୋଲି କୁହାଯାଉଛି ।

mummy

ସୂଚନା ଅନୁଯାୟୀ ଏହି ଆବିଷ୍କାର ଜୁଲାଇ ମାସରେ କରାଯାଇଥିଲା ଯାହାକୁ ବର୍ତ୍ତମାନ ଦୁନିଆ ସାମ୍ନାକୁ ଅଣାଯାଇଛି । ଏହି କବରକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରକାର ଭୟ ରହିଥିଲା ଯେ ଏହା ଏକ ଅଭିଶପ୍ତ କବର ଅଟେ । ୧୯୨୨ ମସିହାରେ ରାଜା ତୁତନଖାମୁନଙ୍କର କବର ଖୋଲାଯାଇଥିଲା ଏବଂ କିଛି ଦିନପରେ ଏହାସହ ଜଡିତ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ସେହିଦିନ ଠାରୁ ଏହାକୁ ମଧ୍ୟ ଏକ ଅଭିଶପ୍ତ କବର ବୋଲି କୁହାଯିଯାଉଥିଲା । ମିଶରର ସୁପ୍ରିମ କାଉନସିଲ ଅଫ ଏନ୍ଟିକ୍ୱିଟିଜର ମହାସଚିବ କହିଛନ୍ତି ଯେ ଏହି ଆବିଷ୍କାର ସହିତ ଅଭିଶାପର କୌଣସି ସମ୍ପର୍କ ନାହିଁ । କାରଣ ଆମେ ସେହି କବରକୁ ଖୋଲିବା ପରେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହା ଆମକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନାହିଁ ।

Image result for 2000-years-old-coffin-finally-opened-in-egypt

ଏହାସହ ପଢନ୍ତୁ ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୂଚନା ଅନୁଯାୟୀ କବର ଭିତରୁ ମିଳିଥିବା ତିନୋଟି ମମ୍ମି ରୋମାନ ସାହି ପରିବାରର ସଦସ୍ୟଙ୍କର ନୁହେଁ । ଏହାସହିତ ସେ କହିଛନ୍ତି କବର ମଧ୍ୟରୁ କୌଣସି ପ୍ରକାରର ସୁନା କିମ୍ବା ଚାନ୍ଦିର ଧାତୁ ମିଳିନାହିଁ । ଏହାବ୍ୟତୀତ ଏଠାରୁ କୌଣସି ପ୍ରକାର ଶିଳାଲେଖ କିମ୍ବା ତାବିଜ ମଧ୍ୟ ମିଳିନାହିଁ । ଏନ୍ଟିକ୍ୱିଟିଜ ମନ୍ତ୍ରଣାଳୟର ମମ୍ମି ବିଶେଷଜ୍ଞଙ୍କ ମତରେ ଏହି ତିନୋଟି ମମ୍ମି ଯବାନଙ୍କର ମଧ୍ୟ ହୋଇଥାଇପାରେ । କାରଣ ଏହି ତିନୋଟି ମମ୍ମି ମଧ୍ୟରୁ ଗୋଟିଏ ମମ୍ମିର ଖପୁରୀରେ ତୀରର ଆଘାତ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.