ନୂଆବର୍ଷ ଆରମ୍ଭରେ ପଡ଼ୁଛି କାଳସର୍ପ ଯୋଗ, ଜ୍ୟୋତିଷାଚାର୍ଯ୍ୟ କଲେ ବଡ଼ ସଂକଟର ଭବିଷ୍ୟବାଣୀ

ନୂଆଦିଲ୍ଲୀ : ନୂଆ ବର୍ଷ ୨୦୨୨ ର ଆରମ୍ଭ କନ୍ୟା ଲଗ୍ନ ଓ ବିଚ୍ଛା ରାଶିରେ ହେଉଛି । ବର୍ଷର ପ୍ରାରମ୍ଭରେ ଲଗ୍ନର ସ୍ଥିତି ହସ୍ତା ନକ୍ଷତ୍ରର ପ୍ରଥମ ଚରଣ ଓ ଚନ୍ଦ୍ର ଜ୍ୟୋଷ୍ଠା ନକ୍ଷତ୍ରର ପ୍ରଥମ ଚରଣରେ ରହିବ । ଗ୍ରହର ଏହି ସ୍ଥିତି ଅନୁସାରେ ଆଗାମୀ ବର୍ଷ କର୍ମଚାରୀ ଓ ବୌଦ୍ଧିକ ଲୋକଙ୍କ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ ଅଟେ । ଜ୍ୟୋତିଷାଚାର୍ଯ୍ୟା କମଲନନ୍ଦ ଲାଲ୍‌ଙ୍କ କହିବା ଅନୁଯାୟୀ, ଏହି ବର୍ଷ ଭାଗ୍ୟ ଭରଷାରେ ରହିଥିବା ଲୋକେ ନିରାଶା ହେବେ । ବର୍ଷର ଆରମ୍ଭରୁ କାଳସର୍ପ ଯୋଗ ବନୁଥିବାରୁ ବହୁତ ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିପାରେ । ଆସନ୍ତୁ ଜାଣିବା ଆଗାମୀ ବର୍ଷ କେମିତି କଟିବାକୁ ଯାଉଛି ।

ବହୁତ ବଡ଼ ବିପଦର ସଂକେତ

ଜ୍ୟୋତିଷାଚାର୍ଯ୍ୟ କମଳନନ୍ଦ ଲାଲ୍‌ଙ୍କ ଅନୁଯାୟୀ, ବିଶ୍ୱ କୁଣ୍ଡଳୀରେ ବର୍ଷ ୨୦୨୨ ର ଆରମ୍ଭ ହେବାର ରାତି ୧୨ ଟା ପରେ କାଳସର୍ପ ଯୋଗ ବନୁଛି । ଯେଉଁଠି ରାହୁର ସ୍ଥାନ ଭାଗ୍ୟ ସ୍ଥାନରେ ରହୁଛି । ଏହାଛଡ଼ା କେତୁର ସ୍ଥାୟୀତ୍ୱ ଚନ୍ଦ୍ର ଓ ମଂଗଳଙ୍କ ସହିତ ପରାକ୍ରମ ଭାବରେ ରହୁଛି । ଯେଉଁଥିପାଇଁ ପୃଥିବୀ ଉପରେ ବହୁତ ଚିନ୍ତାଜନକ ପରିସ୍ଥିତି ରହିବ । କୌଣସି ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିପାରେ । ଆକାଶରୁ କିଛି ବିପଦ ଆସିପାରେ । ବହୁତ ବଡ଼ ବର୍ଷା, ବନ୍ୟା କିମ୍ବା ବହୁତ ମାତ୍ରାରେ ପାଣି ଆସିପାରେ । ଏଥିରେ ବହୁତ ଜୀବ ଜନ୍ତୁ ନଷ୍ଟ ହେବେ । ଭୂମିକମ୍ପ ଓ ସୁନାମୀ ଆସିପାରେ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କେମିତି ରହିବ ବର୍ଷ ୨୦୨୨ ?

ଜ୍ୟୋତିଷାଚାର୍ଯ୍ୟ କମଳନନ୍ଦ ଲାଲଙ୍କ ଅନୁଯାୟୀ, ଆଗାମୀ ୨୦୨୨ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମିଶ୍ରିତ ଫଳ ଦେବ । ଶିକ୍ଷା କଥା କହିବାକୁ ଗଲେ ଆଗାମୀ ବର୍ଷ ଛାତ୍ରଙ୍କ ପାଇଁ ସକରାତ୍ମକ ପରିଣାମ ମିଳିବ । ଗତ ବର୍ଷ କରୋନା ପାଇଁ ଶିକ୍ଷା କ୍ଷେତ୍ରରେ ଯେଉଁ ଅସୁବିଧା ଥିଲା ତାହା ଲାଇନକୁ ଆସିଯିବ । ସ୍ୱାସ୍ଥ୍ୟ କଥା କହିବାକୁ ଗଲେ ଆଗାମୀ ବର୍ଷ ସ୍ଥିତି ସାମାନ୍ୟ ରହିବ । ପିଲାଙ୍କ ସ୍ୱାସ୍ଥ୍ୟ ଓ ରୋଗ ପ୍ରତି ସତର୍କ ରହିବାକୁ ହେବ ।

ଆର୍ଥିକ ଅବସ୍ଥା

ଆର୍ଥିକ ଦିଗ କଥା ଯଦି କହିବା ଆସନ୍ତା ୨୦୨୨ ନୂଆ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଭଲ ରହିବ । କରୋନା ମହାମାରୀ ପାଇଁ ଯେଉଁ ପ୍ରତିବନ୍ଧକ ଥିଲା ନୂଆବର୍ଷରେ ଏଥିରେ ସୁଧାର ଆସିବ । ଅର୍ଥାତ ଗତ ବର୍ଷ ଅପେକ୍ଷା ନୂଆବର୍ଷ ଆର୍ଥିକ ସ୍ଥିତି ଭଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.