୨୦୨୨ରେ ଏହି ରାଶିର ବ୍ୟକ୍ତି ଏବଂ ନବାଗତଙ୍କୁ ମିଳିପାରେ ନୂଆ ଚାକିରି, ପଦୋନ୍ନତିରୁ ଆରମ୍ଭ କରି ବ୍ୟବସାୟରେ ହେବ ଉନ୍ନତି

ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଆମ ଜୀବନର ଅନେକ ଦିଗ ଉପରେ ଗଭୀର ପ୍ରଭାବ ପକାଇଥାଏ, କ୍ୟାରିୟର ସେଥି ମଧ୍ୟରୁ ଗୋଟିଏ। ବୈଦିକ ଜ୍ୟୋତିଷଙ୍କ ଅନୁଯାୟୀ, ଗ୍ରହମାନଙ୍କର ରାଶି ପରିବର୍ତ୍ତନର ପ୍ରଭାବ ଚାକିରି ଏବଂ କ୍ୟାରିୟରରେ ପଡ଼ିଥାଏ। ୨୦୨୨ରେ ସମସ୍ତ ଗ୍ରହର ରାଶି ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା, ୨୦୨୨ ମସିହାରେ କେଉଁ ରାଶିର ଲୋକଙ୍କୁ ଚାକିରିରେ ପରିବର୍ତ୍ତନ ହେବ ଏବଂ କେଉଁ ରାଶିର ଲୋକଙ୍କର ପଦୋନ୍ନତି ହେବ।

ମେଷ: ଅତୀତରେ ଆପଣ କରିଥିବା ସମସ୍ତ କଠିନ ପରିଶ୍ରମର ଫଳ ମିଳିବ। ଆପଣ ବେତନ ବୃଦ୍ଧି ଆଶା କରି ପାରନ୍ତି। ବ୍ୟବସାୟ ସ୍ଥିତିରେ ବୃଦ୍ଧି ହେବ। ନବାଗତମାନଙ୍କୁ ଚାକିରି ମିଳିବ। ଆପଣ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରି ପାରନ୍ତି। ମେ’ କିମ୍ବା ଜୁଲାଇ ଆଖାପାଖରେ କ୍ୟାରିୟରରେ ପରିବର୍ତ୍ତନର ଆଶା ରଖନ୍ତୁ।

ମିଥୁନ: ଏହି ବର୍ଷ ଆପଣଙ୍କର ନୂତନ ଲକ୍ଷ୍ୟ ଏବଂ ଇଚ୍ଛା ରହିବ। କାମ ସମ୍ବନ୍ଧରେ ଆପଣଙ୍କୁ ବିଦେଶ ଭ୍ରମଣ କରିବାକୁ ପଡି ପାରେ। ଆପଣ କଠିନ ପରିଶ୍ରମ କରିବେ ଏବଂ ଏଥିରେ ଆପଣ ସର୍ବଶ୍ରେଷ୍ଠ ପ୍ରୟାସ ବି କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବେ, ଯିଏ ଆପଣଙ୍କ କ୍ୟାରିୟରର ସମ୍ଭାବନାକୁ ବଢ଼ାଇବେ। ଆପଣ ନିଜର ବ୍ୟବସାୟ ଆରମ୍ଭ କରି ପାରିବେ।

ସିଂହ: ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କ୍ୟାରିୟରରେ ଉନ୍ନତି ମିଳିବ। ଆପଣ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ ଏବଂ ଏହାକୁ ହାସଲ କରିବାକୁ ଚେଷ୍ଟା କରିବା ଉଚିତ୍। ଆପଣ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ସମର୍ଥ ହେବେ, ଯାହାକୁ ପୂର୍ବରୁ ହିଁ ସାମ୍ନା କରି ଆସୁଥିବେ। ଆପଣଙ୍କ ପ୍ରତିଷ୍ଠାରେ ଉନ୍ନତି ହେବ ଏବଂ ବରିଷ୍ଠମାନଙ୍କ ସହିତ ବୃତ୍ତିଗତ ସମ୍ପର୍କ ପ୍ରତ୍ୟେକ ଦିନକୁ ବଢ଼ିଆ କରି ଚାଲିଥିବ। କହିବାକୁ ଗଲେ, ନୂତନ ବର୍ଷ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ହେବ।

କୁମ୍ଭ: ଚଳିତ ବର୍ଷ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ଆକାଶ ଉଚ୍ଚ ରହିବ। ଆପଣ ନିଜ ଭିତରେ ଗତିଶୀଳ ରହିବେ। ନୂଆ ବର୍ଷରେ ସୁଯୋଗ ପ୍ରାପ୍ତ ହେବ। ଅଳସୁଆ ହେବାଠାରୁ ଦୂରେଇ ରୁହନ୍ତୁ ଏବଂ ନିଜର ସୁବିଧା ସ୍ଥାନରୁ ବାହାରକୁ ବାହାରିବା ପାଇଁ ପ୍ରସ୍ତୁତ ରୁହନ୍ତୁ।