ମନୁଷ୍ୟ ସମାଜ ପାଇଁ ୨୦୨୨ ହେବ ପ୍ରଳୟଙ୍କରୀ, ନଷ୍ଟ କରିବ ଅନେକ ଧନଜୀବନ

ବର୍ଷ ୨୦୨୧ ସରିବାକୁ ଆଉ କିଛି ଦିନ ବାକି ଅଛି। ଏହି ବର୍ଷ ଆଉ କିଛି ଦିନରେ ଇତିହାସ ହେବାକୁ ଯାଉଛି। ନୂଆ ବର୍ଷ ୨୦୨୨ ଆପଣ ସମସ୍ତଙ୍କ ପାଇଁ ନୂଆ ଆଶାର କିରଣ ଆଣିବା ସହ ନୂଆ ସ୍ୱପ୍ନ ଏବଂ ନୂଆ ସଫଳତା ନେଇ ଆସୁ, ଆମେ ଆମ ପାଠକଙ୍କ ପାଇଁ ଏହି କାମନା କରୁଛୁ। ୨୦୨୧ ଶେଷ ହେବାକୁ ଆସିଲାଣି ଆଉ ୨୦୨୨କୁ ସ୍ୱାଗତ କରିବା ପାଇଁ ଲୋକେ ଦିିନ ଗଣିବା ଆରମ୍ଭ କରିଦେଲେଣି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ରହିବ ଆପଣଙ୍କ ବର୍ଷ ୨୦୨୨। ନୂତନ ବର୍ଷ ଆମ ଦେଶ ଭାରତ ପାଇଁ କେମିତି ରହିବ ଜାଣନ୍ତୁ ଏହି ଭବିଷ୍ୟବାଣୀ।

ଫ୍ରାନ୍ସର ଚର୍ଚ୍ଚିତ ଆଷ୍ଟ୍ରୋଲୋଜର ନୋଷ୍ଟ୍ରାଡମସଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ। ସେ ଅନେକ ଷହ ବର୍ଷ ତଳେ ଏକ ବହି ଲେଖିଥିଲେ ଯେଉଁଥିରେ ଦୁନିଆ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଥିଲା। ଯେଉଁଥିରେ ଅନେକ କିଛି ସତ ପ୍ରମାଣିତ ମଧ୍ୟ ହୋଇଛି। ସେ ନୂତନ ବର୍ଷ ୨୦୨୨ କୁ ନେଇ ମଧ୍ୟ କିଛି ଏମିତି ଭବିଷ୍ୟବାଣୀ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଆମେ ଆପଣଙ୍କୁ ଏଠାରେ କହିବୁ ତାଙ୍କ ଭବିଷ୍ୟବାଣୀ ଭିତରେ କଣ କଣ ସବୁ ଅଛି ଯାହା ଦୁନିଆରେ ଆଗକୁ ହେବାକୁ ଯାଉଛି।

bomaଦୁନିଆରେ ଫାଟିବ ପରମାଣୁ ବୋମା

ନୋଷ୍ଟ୍ରାଡମସ୍‌ ଙ୍କ ମୁତାବକ ଆସନ୍ତା ବର୍ଷ ଦୁନିଆରେ ବହୁତ ଖତରନାକ ପରମାଣୁ ବୋମା ବିସ୍ଫୋରଣ ହେବ। ଫଳରେ ଏହାଦ୍ୱାରା ବାହାରିଥିବା ରେଡିଏସନ୍‌ କାରଣରୁ ଦୁନିଆର ଜଳବାୟୁ ପରିବର୍ତ୍ତନ ହୋଇଯିବ ଏବଂ ବଡ ବଡ ଗ୍ଲାସିୟର ତରଳିବାକୁ ଲାଗିବ । ଏହାଦ୍ୱାରା ସମୂଦ୍ର ତଳର ଜଳ ସ୍ତର ବଢ଼ିଯିବ। ଯାହାଦ୍ୱାରା ଅନେକ ଦ୍ୱିପ ଏବଂ ଛୋଟ ଦେଶ ସମୂଦ୍ର ପାଣିରେ ବୁଡିଯିବ। ସେହିପରି ରେଡିଏସନ୍‌ କାରଣରୁ ଅକାଳ ମୃତ୍ୟୁରେ ବି ଲୋକଙ୍କର ମୃତ୍ୟୁ ହେବ ଏବଂ ଲୋକମାନେ ଅନେକ ଦୂରାରୋଗର ଶିକାର ହେବେ।

ଦୁନିଆ ୩ ଦିନ ପର୍ଯ୍ୟନ୍ତ ହୋଇଯିବ ଅନ୍ଧାର

ଭବିଷ୍ୟବାଣୀ ମୁତାବକ ବର୍ଷ ୨୦୨୨ ବହୁତ ଖତରନାକ ହେବ ସମସ୍ତଙ୍କ ପାଇଁ। ଅନେକ ଦେଶ ମଧ୍ୟରେ ଯୁଦ୍ଧ ହେବ। ଯେଉଁଥିରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହେବ। ଏହି ସମୟରେ ଏମିତି ଏକ ପ୍ରାକୃତିକ ଘଟଣା ଘଟିବ ଯେଉଁଥି ପାଇଁ ଦୁନିଆରେ ୩ ଦିନ ପର୍ଯ୍ୟନ୍ତ ଅନ୍ଧାର ଛାଇଯିବ। ଏହାଦ୍ୱାରା ଦୁନିଆରେ ଦେଶ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଅଚାନକ ବନ୍ଦ ହୋଇଯିବ। ତିନିଦିନ ପରେ ଯେତେବେଳେ ଦୁନିଆ ଆଲୋକିତ କରିବ ସେତେବେଳେ ଆଧୁନିକତାର ଅନ୍ତ ହୋଇଯିବ ଏବଂ ମାନବ ଜାତି ପୁଣି ଥରେ ପାଷାଣ ଯୁଗରେ ପହଁଚିଯିବ।

astroedପୃଥିବୀରେ ବାଡେଇହେବ ଆଷ୍ଟ୍ରଏଡ୍‌

ନାଷ୍ଟ୍ରୋଡମସଙ୍କ ଭବିଷ୍ୟବାଣୀ ମୁତାବକ ବର୍ଷ ୨୦୨୨ରେ ପୃଥିବୀକୁ ଏକ ବଡ ଉଲକାପିଣ୍ଡର ସାମ୍ନା କରିବାକୁ ପଡିବ। ଆସନ୍ତା ବର୍ଷ ବାହାର ଗ୍ରହ ଠାରୁ ଭାଙ୍ଗି ଏକ ଅଷ୍ଟ୍ରୋଏଡ ବହୁତ ଦୃତ ଗତିରେ ଆସି ପୃଥିବୀରେ ବାଡେଇହେବ। ଏବଂ ସେହି ଅଷ୍ଟ୍ରୋଏଡ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ମହାସାଗରରେ ଖସିବ। ସେହି ଆଷ୍ଟ୍ରଏଡର ସାଇଜ ଏତେ ବଡ ହେବ ଯେ ଯେଉଁଥିରେ ମହାସାଗରରେ ସୁନାମୀ ଉଠିଆସିବ। ଏହାଦ୍ୱାରା ଆଖପାଖ ଦେଶର ତଟୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ଏବଂ ହଜାର ହଜାର ଲୋକ ମୃତ୍ୟୁବରଣ କରିବେ।

ମାନବ ଜାତି ଉପରେ ହେବ ଏଆଇର ଆକ୍ରମଣ

ଭବିଷ୍ୟବାଣୀରେ ଦାବି କରାଯାଇଛି ଯେ ବର୍ଷ ୨୦୨୨ରେ ମଣିଷ ଦ୍ୱାରା ତିଆରି କରାଯାଇଥିବା କମ୍ପ୍ୟୁଟର ଏବଂ ରୋବଟ ମାନବ ଜାତି ପାଇଁ ଭଷ୍ମାସୁର ବନିଯିବ। ଏମିତି ରୋବଟ ମନୁଷ୍ୟର ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରିବାର କ୍ଷମତା ରଖୁଥିବ। ଏହି ରୋବଟ ବହୁତ ଜଲଦି ବେକାବୁ ହୋଇଯିବ ଏବଂ ପୃଥିବୀରୁ ସମ୍ପୂର୍ଣ୍ଣ ମାନବ ଜାତିକୁ ନଷ୍ଟ କରିଦେବ।

robotଲୋକଙ୍କୁ ଭୋଗିବାକୁ ପଡିବ ମହଙ୍ଗା

ନାଷ୍ଟ୍ରେଡମସ୍‌ଙ୍କ ଭବିଷ୍ୟବାଣୀ ଅନୁଯାୟୀ ଆସନ୍ତା ବର୍ଷ ଦୁନିଆର ଅର୍ଥବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିବ। ଆସନ୍ତା ବର୍ଷ ବିଟକଏନ ଏବଂ ସୁନା ରୂପାକୁ ହିଁ ସମ୍ପତ୍ତି ବୋଲି ଧରାଯିବ। ଆମେରିକୀ ଡଲାରରେ ବହୁତ ହ୍ରାସ ଦେଖିବାକୁ ମିଳିବ। ଦୁନିଆରେ ଦରବୃଦ୍ଧି ବହୁତ ଅଧିକ ବଢ଼ିଯିବ। ଯାହାଦ୍ୱାରା ଲକ୍ଷ ଲକ୍ଷ ଗରିବ ଅନାହାର ଉପାସ କାରଣରୁ ନିଜ ଜୀବନ ହରାଇବେ।

(ନୋଟ୍‌ : ଏହି ଲେଖାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ମୁତାବକ ଏବଂ ମାନ୍ୟତା ଉପରେ ଆଧାରିତ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.