୨୧ରେ ହେବାକୁ ଯାଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖନ୍ତୁ ଭାରତରେ ପଡ଼ିବନି ତ ପ୍ରଭାବ

ନୂଆବର୍ଷ ଆରମ୍ଭରୁ ସୂର‌୍ୟ୍ୟଗ୍ରହଣ ହୋଇଥିବା ବେଳେ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଚଳିତ ଥରର ପୂର୍ଣ୍ଣିମା ଚନ୍ଦ୍ରଙ୍କୁ ବୈଜ୍ଞାନିକ ଭାଷାରେ ସୁପର ବ୍ଲଡ ମୁନ୍ କୁହାଯାଉଛି ।

ବୈଜ୍ଞାନିକଙ୍କ ସୂଚନାକ୍ରମେ , ହେବାକୁଥିବା ପୂର୍ଣ୍ଣିମା ଚନ୍ଦ୍ର ଅନ୍ୟ ପୂର୍ଣ୍ଣିମା ଚନ୍ଦ୍ର ତୁଳନାରେ ୧୪ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ । ଅର୍ଥତ ପୂର୍ଣ୍ଣମୀ ଚନ୍ଦ୍ର ଅଧିକ ଗାଢ ଲାଲ ଦେଖାଯିବେ । ଏଣୁ ପୂର୍ଣ୍ଣଚନ୍ଦ୍ରଙ୍କୁ ରକ୍ତଚନ୍ଦ୍ର ନାମରେ ନାମିତ କରାଯାଇଛି ।

moon

କେତେ ସମୟରେ ପଡ଼ୁଛି ଗ୍ରହଣ ?

ଭାରତୀୟ ସମୟ ଅନୁସାରେ ୨୧ ତାରିଖ ସକାଳ ୧୦.୧୧ମିନିଟରୁ ଗ୍ରହଣ ଆରମ୍ଭ ହୋଇ ୧ଘଣ୍ଟା ପର‌୍ୟ୍ୟନ୍ତ ରହିବ। ଏହା ଚନ୍ଦ୍ରକୁ ପୂର୍ଣ୍ଣଗ୍ରାସ କରିବ । ତେବେ ଦିନ ୧୧.୧୨ ମିନିଟରେ ସଂପୂର୍ଣ୍ଣ ଗ୍ରହଣ ଛାଡିବ ।

ବୈଜ୍ଞାନିକଙ୍କ ଅନୁସାରେ ଯେତେବେଳେ ସୂର‌୍ୟ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ଅବସ୍ଥାନ କରନ୍ତି ସେତେବେଳେ ପୂଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଇଥାଏ । ତେବେ ଗ୍ରହଣ ନିୟମ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଏ । ତେଣୁ ୨୦ ତାରିଖ ରାତି ୯ଟାରୁ ଗ୍ରହଣ ନିୟମ ଲାଗୁ ହୋଇଯିବ ।

Eclipse

ଭାରତରେ ପଡ଼ିବ କି ପ୍ରଭାବ ?

ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବାର ସମ୍ଭାବନା ରହିନାହିଁ। ଏହା ଖାସ କରି ଆଫ୍ରିକା, ଇୟୁରୋପୀୟ ଦେଶ, ଉତ୍ତର ଦକ୍ଷିଣ ଆମେରିକା ଏବଂ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ବୀପରେ ଦୃଶ୍ୟମାନ ହେବ ।