ବାଃ କି ଟ୍ୟାଲେଣ୍ଟ, ଇଚ୍ଛା ଅନୁସାରେ ଆଖିର ଡୋଳାକୁ ନଚେଇ ପାରୁଛନ୍ତି ଯୁବକ

ଶରୀରର ମାଂସପେଶୀ ଉପରେ ନିୟନ୍ତ୍ରଣ ରଖିପାରୁଥିବା ଅନେକ ଲୋକଙ୍କୁ ଆପଣ ମାନେ ଦେଖିଥିବେ ନଚେତ ଶୁଣିଥିବେ । କିନ୍ତୁ ଏମିତି କୌଣସି ଲୋକଙ୍କୁ ଦେଖିନଥିବେ ଯିଏ ନିଜ ଆଖିର ଡୋଳା ନିଜ ଇଶାରାରେ ନଚେଇ ପାରୁଥିବେ । ଜର୍ମାନୀର ଜଣେ ୨୩ ବର୍ଷୀୟ ଛାତ୍ର କିନ୍ତୁ ଏମିତି ଏକ ଚମତ୍କାର କରି ଦେଖେଇ ପାରିଛନ୍ତି । ଛାତ୍ର ଜଣଙ୍କର ଏମିତି କାରନାମା ବିଶ୍ୱର ଜଣାଶୁଣା ବୈଜ୍ଞାନିକ ମାନଙ୍କୁ ବି ଚକିତ କରିଛି । କହିରଖିବା ଉଚିତ ହେବକି, ଆଖିର ଡୋଳାକୁ କମେଇବା ବା ବଢେଇବା ନିଜ ଦ୍ୱାରା ହିଁ ନିୟନ୍ତ୍ରିତ ହୋଇପାରିଥାଏ । ସାଧାରଣତଃ ଆଖିର ମାଂସପେଶୀ ଉପରେ ଅତି ତେଜ କିମ୍ବା ଧୀର ଲାଇଟର ପ୍ରଭାବ ପଡିଥାଏ । ଯାହାଦ୍ୱାରା ଅନେକ ସମୟରେ ଆଖିର ପତ୍ତା ଖୁବ ଜୋରରେ ଖୋଲିବା ସମୟ ସମୟରେ ବନ୍ଦ ମଧ୍ୟ ହୋଇଯାଏ । କିନ୍ତୁ ଜର୍ମାନୀର ଏହି ଛାତ୍ରଙ୍କ ଠାରେ କିଛିଟା ଭିନ୍ନତା ଦେଖିବାକୁ ମିଳିଛି । ସେ ନିଜ ଇଚ୍ଛା ଅନୁସାରେ ଆଖିର  ଡୋଳା ଖୋଲିବା ସହ ବନ୍ଦ କରିପାରୁଛନ୍ତି । ଜର୍ମାନୀର ଏହି ଛାତ୍ର ଜଣଙ୍କ ନିଜ ଆଖିକୁ ୨.୪ ମିଲିମିଟର ପର୍ଯ୍ୟନ୍ତ ବଢ଼େଇ ପାରିବା ସହ ୦.୮୮ ମିଲିମିଟର ଯାଏଁ କୁଞ୍ଚିତ କରିପାରିଥାଏ।

ହୁଏତ ବିଶ୍ବରେ ଇଏ ଏକମାତ୍ର ମନୁଷ୍ୟ ହୋଇଥିବେ ଯିଏ ନିଜର ଏକ ଅଦ୍ଭୁତ ଟ୍ୟାଲେଣ୍ଟର ଅଧିକାରୀ ହୋଇଥିବେ । ଏଯାବତ ଅନ୍ୟକାହାକୁ ବି ହୁଏତ ଏମିତି କରିପାରୁଥିବାର ଦେଖାଯାଇନଥିବ । ଯେତେବେଳେ ଛାତ୍ର ଜଣଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ସେହି ସମୟରେ ହିଁ ତାଙ୍କର ଏହି ଅଦ୍ଭୁତ ଟ୍ୟାଲେଣ୍ଟ ବିଷୟରେ ପ୍ରଥମେ ଜଣାପଡିଥିଲା । ଦୀର୍ଘ ସମୟ ଧରି କମ୍ୟୁଟରରେ ଗେମ ଖେଳିବା ପରେ ନିଜ ଆଖିକୁ ଆରାମ ଦେବା ପାଇଁ ବସିଥିଲେ । ଆଉ ଏହି ସମୟରେ ତାଙ୍କର ଜଣେ ସାଙ୍ଗ ଠାବ କରିପାରିଥିଲେକି ତାଙ୍କର ଏକ ଅଦ୍ଭୁତ ଟ୍ୟାଲେଣ୍ଟ ଅଛି ବୋଲି । ନେଦରଲାଣ୍ଡର ୟୁନିଭର୍ସିଟିର ଜଣେ ମନୋବିଜ୍ଞାନ ବିଭାଗ ଦଳ ଏହାକୁ ମଣିଷର ମାନସିକ ଅବସ୍ଥା ସହ ତୁଳନା କରିଦେଖିଥିଲେ । ସେମାନଙ୍କର ଧାରଣା ଥିଲା ହୁଏତ ଆଲୋକ କିମ୍ବା ଅନ୍ଧାର ବିଷୟରେ ମନକୁ ଆଣି ଏମିତି କରିପାରୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏନେଇ ସେମାନଙ୍କୁ କୌଣସି ତତ୍ତ୍ୱ ମିଳିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.