ପାକିସ୍ତାନରେ ୨୩୦୦ ବର୍ଷରୁ ଅଧିକ ପୁରୁଣା ବୌଦ୍ଧ ମନ୍ଦିର, ଲୁଚି ରହିଛି ଅନେକ ରହସ୍ୟ

ବୌଦ୍ଧ ମନ୍ଦିର କଥା ଆସିଲେ ଏହା ବିଶ୍ୱର ପ୍ରାୟ ସବୁ ସ୍ଥାନରେ ଦେଖାଯାଇଥାଏ ବୋଲି ସମସ୍ତେ ଜାଣିଛନ୍ତି। ହେଲେ ପାକିସ୍ତାନ ପାରି ଦେଶରେ କୌଣସି ବୌଦ୍ଧ ମନ୍ଦିର ଦେଖାଯିବା ଆଶ୍ଚର୍ଯ୍ୟର କଥା। ପୁଣି ଏହା ଦୁନିଆର ସବୁଠାରୁ ପୁରୁଣା ମନ୍ଦିର। ଦୁନିଆରେ ଅନେକ ବଡ଼ ବୌଦ୍ଧ ମନ୍ଦିର ରହିଛି। କିନ୍ତୁ ବହୁ ବର୍ଷର ପୁରୁଣା ମନ୍ଦିର ଉତ୍ତର ପାକିସ୍ତାନ ର ସ୍ୱାତ ଘାଟରେ ମିଳିଛି। ଅନେକ କୁହନ୍ତି ଏହା ପ୍ରାଚୀନ ଗାନ୍ଧର କ୍ଷେତ୍ର ର ଭାଗ ଯାହାକୁ ସିକନ୍ଦର ଜିତିଥିଲେ। ତେବେ ଭୁ ତତ୍ତ୍ଵବିତ୍ କହିଛନ୍ତି ଯେ ଏହି ମନ୍ଦିର ଇଶ ପୂର୍ବ ମଧ୍ୟ କାଳର।

ତେବେ ଏହି ମନ୍ଦିର ପାକିସ୍ତାନର ଟ୍ୟାକ୍ସିଲା ମନ୍ଦିରଠାରୁ ପୁରାତନ। ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱବିତଙ୍କ ମିଳିତ ଖନନ ଦଳ ୨, ୩୦୦ ବର୍ଷ ପୁରୁଣା ମନ୍ଦିର ଏବଂ ଉତ୍ତର-ପଶ୍ଚିମ ପାକିସ୍ଥାନର ଅନ୍ୟ କେତେକ ମୂଲ୍ୟବାନ କଳାକୃତି ଆବିଷ୍କାର କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ମନ୍ଦିର ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ମାନେ ବୌଦ୍ଧ ଧର୍ମ ସମୟର ଅଧିକ କଳାକୃତି ଉଦ୍ଧାର କରିଛନ୍ତି ଯେଉଁଥିରେ ମୁଦ୍ରା, ରିଙ୍ଗ, ହାଣ୍ଡି ଏବଂ ଗ୍ରୀସ୍ ରାଜା ମେନାଣ୍ଡର ସମୟର ଖାରୋଶୀ ଭାଷାର ଲେଖା ଅନ୍ତର୍ଭୁକ୍ତ ଥିଲା।

budha
budha

ପାକିସ୍ତାନରେ ଥିବା ଇଟାଲୀ ପ୍ରତ୍ନତାତ୍ତ୍ୱିକ ମିଶନର ମୁଖ୍ୟ ଡାକ୍ତର ଲୁକା ମାରିଆ ଅଲିଭେରି କହିଛନ୍ତି ଯେ ବୌଦ୍ଧ ସମୟର ମନ୍ଦିରର ଆବିଷ୍କାର ପ୍ରମାଣିତ କରିଛି ଯେ ଟ୍ୟାକ୍ସିଲା ଅପେକ୍ଷା ଆମେ ଖୋଜୁଥିବା ବୌଦ୍ଧ ମନ୍ଦିର ଏବଂ ଅନେକ ବୁଧିଷ୍ଟ ଗୁମ୍ଫା ପୁରାତନ। ସଂଗ୍ରହାଳୟ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଡାକ୍ତର ଅବଦୁସ ସମାଦ କହିଛନ୍ତି ଯେ ବାରିକୋଟ ବାଜିରା ସହର ଟ୍ୟାକ୍ସିଲା ଅବଶିଷ୍ଟାଂଶଠାରୁ ଖୋଜା ଯାଇଥିବା ବୈଧ ମନ୍ଦିର ଓ କଳାକୃତି ଖୁବ୍ ପୁରୁଣା।

ଇଟାଲୀ ବିଶ୍ୱବିଦ୍ୟାଳୟ ଏବଂ ଖାଇବର ପାଖ୍ଟନଖୱା ପ୍ରତ୍ନତତ୍ତ୍ୱ ବିଭାଗର ପିଏଚଡି ଛାତ୍ରମାନେ ବାଜିରା ସହରରେ ଏହି ସ୍ଥାନ ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନିକଟରେ ବାଜିରା ସହରରେ କଳାକୃତିର ଆବିଷ୍କାର ପ୍ରମାଣିତ କରିଛି ଯେ ଛଅରୁ ସାତୋଟି ଧର୍ମ ପାଇଁ ଏହି ସ୍ଥାନପବିତ୍ର ସ୍ଥାନ ଥିଲା। ପାକିସ୍ତାନରେ ଇଟାଲୀର ରାଷ୍ଟ୍ରଦୂତ ଆଣ୍ଡ୍ରିଆସ୍ ଫେରେସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଧର୍ମ ପାଇଁ ପାକିସ୍ଥାନର ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଖାଇବର ପାଖ୍ଟନଖୱା ପ୍ରତ୍ନତତ୍ତ୍ୱ ବିଭାଗର ସହଯୋଗରେ ଇଟାଲୀର ପ୍ରତ୍ନତାତ୍ତ୍ୱିକ ମିଶନ ଗତ ସତୁରି ବର୍ଷ ଧରି ପାକିସ୍ତାନରେ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକର ସୁରକ୍ଷା ତଥା ଖନନ କରିଆସୁଛି ବୋଲି ସେ କହିଛନ୍ତି। ତେବେ ଏହି ସ୍ଥାନରେ ବୌଦ୍ଧ ଧର୍ମର ଅନେକ ଜିନିଷ ରହିଥିବା ପ୍ରତ୍ନତତ୍ଵବିତ୍ କହିଛନ୍ତି। ଏମିତିକି ହିନ୍ଦୁ ଧର୍ମର ଅନେକ ମୂର୍ତ୍ତି ଏଠାରେ ମିଳିଥିବା ସେ କହିଛନ୍ତି। କହିବାକୁ ଗଲେ ବୁଦ୍ଧଙ୍କୁ ମଧ୍ୟ ସମସ୍ତେ ହିନ୍ଦୁ ବୋଲି ମାନନ୍ତି। ତେବେ ସେଥିପାଇଁ ଏହି ସର୍ବ ପୁରାତନ ମନ୍ଦିରରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ବାହାର କରାଯାଇଛି। ତେବେ ଏହି ମନ୍ଦିର ସବୁଠାରୁ ପୁରୁଣା ମନ୍ଦିର ବୋଲି ବିବେଚନା କରାଯାଇଛି। ହୁଏତ ଏଠାରେ ଅନେକ ରହସ୍ୟ ଲୁଚି ରହିଛି ଯାହା ବିଷୟରେ ରିସର୍ଚ୍ଚ କଲେ ସେ ମଧ୍ୟ ଲୋକ ଲୋଚନକୁ ଆସିବ।