୨୫୯ ବର୍ଷ ପୁରୁଣା ଐତିହାସିକ ପ୍ରାସାଦ; ଯାହା ସମୁଦ୍ରରେ ପହଁରିି ଅନ୍ୟ ସ୍ଥାନକୁ ହୋଇଥିଲା ସିଫ୍ଟ

ଲୋକମାନେ ରହିବା ପାଇଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସିଫ୍ଟ ହୋଇଥାନ୍ତି। କିନ୍ତୁ ଘର ସିଫ୍ଟ ହେବା କଥା ଆପଣ କେବେ ବି ଶୁଣିନଥିବେ। କିନ୍ତୁ ଆମେରିକାର ମେରୀଲ୍ୟାଣ୍ଡରେ ୩.୬୨ ଲକ୍ଷ କିଲୋଗ୍ରାମ ଓଜନର ଏକ ବିଲିଡିଂକୁ ଡଙ୍ଗାରେ ଲଦି ସମୁଦ୍ର ପଥ ଦେଇ ଇଷ୍ଟର୍ଣ୍ଣରୁ କ୍ୱିଇନ୍ସଟାଉନର ଡିକୋର୍ସୀ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ଏହି ବିଲିଡିଂ ଏକ ଐତିହାସିକ ପ୍ରାସାଦ। ଯାହା ୨୫୯ ବର୍ଷ ପୁରୁଣା। ଏହାକୁ ଆମେରିକା ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ଅର୍ଥାତ ୧୭୬୦ ମସିହାରେ ନିର୍ମାଣ କରାଯାଇଥିଲା।

5

‘ଗାଲାେଓ୍ଵ ମ୍ୟାନସନ’ ନାମକ ଏହି ପ୍ରାସାଦକୁ ଗୋଟେ ଜାଗାରୁ ଅନ୍ୟ ଏକ ଜାଗାକୁ ସିଫ୍ଟ କରିବା ପାଇଁ ପାଖାପାଖି ୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ଘର କ୍ରୋଶ୍ଚିୟନ ନିଲୀ ନାମକ ଜଣେ ବ୍ୟକ୍ତିଙ୍କର ରହିଛି। ତାଙ୍କ କହିବା ମୁତାବକ, ଏହି ପୁରୁଣା ପ୍ରାସାଦକୁ ସିଫ୍ଟ କରିବା ପାଇଁ ଗତ ଦୁଇ ବର୍ଷ ହେବ ଯୋଜନା ଚାଲିଥିଲା। ଏହାକୁ ସିଫ୍ଟ କରିବାକୁ ଦୁଇ ସପ୍ତାହ ଲାଗିଥିଲା। ପ୍ରଥମେ ୧୫୦ଟି ଚକା ଥିବା ଟ୍ରକରେ ଏହାକୁ ବନ୍ଦରଗାହ ପର୍ଯ୍ୟନ୍ତ ଅଣାଯାଇଥିଲା, ଏହା ପରେ ତାକୁ ଏକ ମାଲବାହୀ ଡଙ୍ଗାରେ ଲଦି ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିଆଯାଇଥିଲା।

ଏହାସହ ପଢନ୍ତୁ ; ଏହା ହେଉଛି ହମ୍ପି ସହର: ଯେଉଁଠି ରହିଛି ସାରେଗାମା ସ୍ତମ୍ଭ, ଜାଣନ୍ତୁ ଏହା ସହିତ ଜଡିତ ଅଦ୍ଭୁତ କାହାଣୀ

6

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏହି ପୁରୁଣା ପ୍ରସାଦକୁ ଏତେ ଟଙ୍କା ଖର୍ଚ୍ଚ କରି କ’ଣ ନେବା ଦରକାର ଥିଲା। କିନ୍ତୁ କ୍ରୋଶ୍ଚିୟନ କହିଛନ୍ତି, ନୂଆ ଘର କରିବା ପାଇଁ ଆଉ କମ୍‌ ଟଙ୍କା ଖର୍ଚ୍ଚ ହୋଇଥାନ୍ତି କିନ୍ତୁ ଏପରି ଐତିହାସିକ ଘର ନିର୍ମାଣ କରିପାରିନଥାନ୍ତି। ଏଥିପାଇଁ ମୁଁ ଏତେ ଟଙ୍କା ଖର୍ଚ୍ଚ କରି ଏହି ପ୍ରାସାଦକୁ ନେଇଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.