ପ୍ରଭୁ ହନୁମାନଙ୍କୁ ଏଠାରେ ଦର୍ଶନ କଲେ ସବୁ ମନୋକାମନା ହୋଇଥାଏ ପୂର୍ଣ୍ଣ, ଦୂର ହୋଇଯାଏ ସବୁ ସଙ୍କଟ, ଆପଣ ବି ଥରେ ବୁଲି ଆସନ୍ତୁ

ସଙ୍କଟମୋଚନ ଜୟ ହନୁମାନ। ପ୍ରଭୁ ଶ୍ରୀରାମଙ୍କ ସବୁଠୁ ବଡ଼ ଭକ୍ତ। ଯାହାଙ୍କ ନାମ ବିନା ରାମଙ୍କ ନାମ ଧରିଲେ ଅଧୁରା ଲାଗେ। ନାସିକର ଆଞ୍ଜନେୟରେ ଜନ୍ମ ଗ୍ରହଣ କରିଥିବା ପ୍ରଭୁ ହନୁମାନଙ୍କ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ମନାଯାଏ। ବିଶ୍ୱାସ ରହିଛି ଯେ ପ୍ରଭୁ ଏବେ ବି ଏହି ଯୁଗରେ ବଞ୍ଚିଛନ୍ତି। ଜଣେ ବ୍ୟକ୍ତି ଯଦି ଶ୍ରଦ୍ଧାର ଓ ବିଶ୍ୱାସର ସହ ପ୍ରଭୁଙ୍କୁ ସ୍ମରଣ କରେ ତେବେ ସଙ୍କଟମୋଚନ ତାଙ୍କର ସବୁ କଷ୍ଟକୁ ଦୂର କରିଦିଅନ୍ତି। ବିଶ୍ୱାସରେ ତ ଏ ଦୁନିଆ ବନ୍ଧା। ତ ଭଗବାନ ବି ଦୂରେଇ ଯିବେ କେମିତି।

େଓ୍ଵଷ୍ଟଇଣ୍ଡିଜର ତ୍ରିନିଦାଦ ରେ ଦାତ୍ରେୟ ମନ୍ଦିର ରେ ୨୬ ମିଟର ଉଚ୍ଚା ହନୁମାନଙ୍କ ର ମୁର୍ତ୍ତି କୁ ସ୍ଥାପିତ କରାଯାଇଛି। ୧୯୮୧ ମସିହାରେ ଏହି ମନ୍ଦିରର ସ୍ଥାପନା ଅବଧୂତ ଦତ୍ତାପୀଠମ ର ପୀଠଧୀଶ ସ୍ୱାମୀ ଗଣପତି ସଚ୍ଚିଦାନନ୍ଦ କରିଥିଲେ। କୁହାଯାଏ ଏହା େଓ୍ଵଷ୍ଟଇଣ୍ଡିଜରେ ଥିବା ଭାରତୀୟ ଲୋକଙ୍କ ଆସ୍ଥାର କେନ୍ଦ୍ର।

କାର୍ଯ୍ୟସିଦ୍ଧି ହନୁମାନ ପ୍ରତିମା ନାମରେ ପ୍ରସିଦ୍ଧ ଏହି ମନ୍ଦିର। ଏହା ତ୍ରିିନିଦାଦର କାରାପିଚୋନା ନାମକ ସ୍ଥାନରେ ରହିଛି। ସବୁଠୁ ବଡ଼ କଥା ହେଉଛି ଏହା ଭାରତ ବାହାରେ ଥିବା ବିଶ୍ୱର ସବୁଠୁ ବଡ଼ ମୂୂର୍ତ୍ତି। ଏହାର ଭବ୍ୟତା ଦେଖିବା ପାଇଁ ପ୍ରତି ବର୍ଷ ଲକ୍ଷାଧିକ ଲୋକ ଏଠାକୁ ଆସିଥାନ୍ତି।

ଏହି ମୂର୍ତ୍ତିର ଚାରିପାଖ ପରିକ୍ରମା କରିବା ବହୁତ ଶୁଭ ମନାଯାଏ। ଏହାର କରିବା ପାଇଁ ତାମିଲନାଡ଼ୁ ରୁ ୨୦ ଶିଳ୍ପକାରିଗର ଯାଇଥିଲେ। ଏମାନେ ୨ ବର୍ଷ ରେ ଏହି ହନୁମାନ ମୂର୍ତ୍ତିକୁ ତିଆରି କରିଥିଲେ। ମନ୍ଦିର ନିର୍ମାଣ ଦକ୍ଷିଣ ଭାରତ ବାସ୍ତୁକଳା ଦ୍ରାବିଡ଼ ଶୈଳୀରେ ତିଆରି ହୋଇଛି ଯାହାକି ଖୁବ ସୁନ୍ଦର ହୋଇଛି। ଏହାର ଚାରିପାଖରେ ଭାରତୀୟ ଶାସ୍ତ୍ରୀୟ ବାଦ୍ୟ ଯନ୍ତ୍ର ବଜାଉଥିବା କଳାକାରଙ୍କ ଛବି ରହିଛି। ଏହାର ରଙ୍ଗ ୭ଟି ପ୍ରକାରର ରହିଛି।

ମନ୍ଦିରରେ ମଙ୍ଗଳବାର ଓ ଶନିବାର କୁ ବିଶେଷ ଭାବେ ପୂଜା କାରାଯାଏ। ଏହିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାବ୍ୟବିତି ହନୁମାନ ଜୟନ୍ତି ଓ ଅନ୍ୟାନ୍ୟ ପୂଜାର ଶୁଭ ଅବସରରେ ଲୋକମାନେ ମନ୍ଦିରକୁ ଯାଇଥାନ୍ତି। ଏହାର ବାହାରରେ ଦୁଇଟି ହାତୀ ମୂର୍ତ୍ତି ଲାଗିଛି , ଯେଉଁଥିରେ ପାଣି ବାହାରେ ଏଥିରେ ଶ୍ରଦ୍ଧାଳୁ ଯିବା ପୂର୍ବରୁ ନିଜ ପାଦ ଧୋଇ ମନ୍ଦିରକୁ ପ୍ରବେଶ କରିଥାନ୍ତି। ଏଠାରେ ଦାତ୍ରେୟ ଓ ଶିବ ମନ୍ଦିର ପ୍ରମୁଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.