ନାଗିନ୍ ନେଉଛି ପ୍ରତିଶୋଧ। ନିଜ ନାଗର ପ୍ରତିଶୋଧ ନେବାକୁ ଆସିଛି ନାଗିନ। ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ। ଏକୌଣସି ଫିଲ୍ମ ଟିଭିର କାହାଣୀ ଆମେ ଆପଣଙ୍କୁ କହୁନୁ। ଫିଲ୍ମ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ଏବେ ଘଟୁଛି ବାସ୍ତବରେ। ଏହି ନାଗିନ୍ ଜଣେ କି ଦୁଇ ଜଣଙ୍କୁ ନୁହେଁ ଗୋଟେ ଗୋଟେ କରି ୨୬ ଜଣଙ୍କୁ ଦଂଶନ କରିସାରିଲାଣି।
ଉତ୍ତରପ୍ରଦେଶ ବହରାଇଚ୍ ଜିଲ୍ଲାରେ ନାଗିନର ପ୍ରତିଶୋଧ ଖବର ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି। ସୂଚନା ମୁତାବକ ଉତ୍ତରପ୍ରଦେଶ ବହରାଇଚ ରୂପଇଡୀହା ଥାନାର ବାବାଗଞ୍ଜ ଅଞ୍ଚଳର। ସୂଚନା ମୁତାବକ ଏହି ଗାଁରେ ଥିବା ଏକ ମନ୍ଦିରରେ ରହୁଥିବା ନାଗ ଯୋଡିଙ୍କ ମଧ୍ୟରୁ ନାଗକୁ ଗ୍ରାମବାସୀ ନାଗ ପଞ୍ଜମୀ ଦିନ ମାରିଦେଇଥିଲେ। ଯାହା ପରଠାରୁ ଗାଁରେ ଅଚାନକ ନାଗିନର ଆତଙ୍କ ସୃଷ୍ଟି ହୋଇଗଲା। ଗାଁରେ ପାଖାପାଖି ଦୁଇ ଦର୍ଜନରୁ ଅଧିକ ଲୋକଙ୍କ ସମେତ ପ୍ରାୟ ଅଧା ଦର୍ଜନ ପଶୁଙ୍କୁ ସାପ ଦଂଶନ କରିସାରିଲାଣି। ସାପ ଦଂଶନରେ ଜଣେ ଲୋକଙ୍କର ପ୍ରାଣ ମଧ୍ୟ ଯାଇସାରିଲାଣି।
ନାଗିନ କବଳରୁ ମୁକ୍ତି ପାଇବା ପାଇଁ ଲୋକମାନେ ଗ୍ରାମ ଛାଡି ଚାଲି ଯାଉଛନ୍ତି ଆଉ କିଛି ଲୋକ ତ ନିଜ ପିଲାମାନଙ୍କ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଉଛନ୍ତି। ନାଗିନର ଡର ଲୋକମାନଙ୍କୁ ଏତେ ମାତ୍ରାରେ କବଳିତ କରୁଛି ଯେ ସ୍ୱପ୍ନରେ ବି ସାପ ଦଂଶନର ଭୟ ଡରାଉଛି। ଲୋକମାନେ ସାପ ଧରାଳୀଙ୍କୁ ଖବର ଦେଇଛନ୍ତି କିନ୍ତୁ ବର୍ଷା ଯୋଗୁଁ ଏତେ ମାତ୍ରାରେ ସାପ ଗାଁରେ ବାହାରୁଥିବାରୁ ସମସ୍ତଙ୍କୁ ଧରିବା ସମ୍ଭବପର ହେବ ନାହିଁ ବୋଲି କହୁଛନ୍ତି ସାପ ଧରାଳୀ।
ଝଡା ଫୁଙ୍କା କରୁଥିବା ଲୋକ ମଧ୍ୟ ଡରୁଛନ୍ତି ଏହି ଗାଁ ଆସିବାକୁ। ଲୋକମାନେ ଭୟରେ କହୁଛନ୍ତି ଏକ ନିର୍ଦ୍ଧିଷ୍ଟ ନାଗିନ୍ ଆମ ଗାଁକୁ ଟାର୍ଗେଟ କରି ଏପରି କରୁଛି। ତେବେ ଏହି ଘଟଣା ଜାଣିବା ପରେ ଲାଗୁଛି ଯଦି ଆମେ ଫିଲ୍ମ ଏବଂ ଟିଭିରେ ଏହି ଦୃଶ୍ୟ ଦେଖି ଏତେ ଭୟ ଲାଗୁଛି ତାହେଲେ ବାସ୍ତବ ଜୀବନରେ ଏହା କେତେ ଭୟଙ୍କର ହୋଇନଥିବ।