ଇଂଲଣ୍ଡ: ୨୭ ବର୍ଷୀୟା ମହିଳା ଜନ୍ମ ଦେଲେ ଏତେ ବଡ଼ ଶିଶୁ ଯେ ଉଠାଇବା ପାଇଁ ଡାକିବାକୁ ପଡ଼ିଲା ୨ ଜଣଙ୍କୁ!

ଇଂଲଣ୍ଡର ଚେଣ୍ଡିଙ୍ଗଟନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ଜଣେ ମହିଳା ପାଖାପାଖି ୬ କିଲୋ ଓଜନର ଶିଶୁ ଜନ୍ମ କରିଛନ୍ତି। ଖାସ କଥା ହେଉଛି, ଶିଶୁଟିକୁ ଉଠାଇବା ପାଇଁ ୨ ଜଣ ଲୋକ ଏକାଠି ହୋଇଥିଲେ।

ତେବେ ମହିଳାଙ୍କ କହିବା ହେଲା, ସେ ଗର୍ଭବତୀ ଥିଲା ବେଳେ ତାଙ୍କୁ କିଛି ଖାଇବାକୁ ଇଚ୍ଛା ହେଉ ନ ଥିଲା। ସେଥିରେ ପୁଣି ଏତେ ଓଜନର ଶିଶୁ ଜନ୍ମ ହେବା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟକର ଘଟଣା। ୨୭ ବର୍ଷୀୟା ଏହି ମହିଳାଙ୍କ ନାଁ, ଏମି ସ୍ମିତ। ଏମି ସିଜେରିୟନ ଜରିଆରେ ଶିଶୁକୁ ଜନ୍ମ ଦେଇଛନ୍ତି।

ଶିଶୁଟି ଚଳିତ ମାସ ୨୫ ତାରିଖରେ ଜନ୍ମ ହୋଇଛି। ଜନ୍ମ ହୋଇଥିବା ଏହି ଶିଶୁପୁତ୍ରର ନାଁ ଜେଇକ। ସୂଚନା ମୁତାବକ, ଜେଇକ ଯେତେବେଳେ ଜନ୍ମ ହୋଇଥିଲା, ତା’ର ଓଜନ ୧୨.୯ ଏଲବିଏସ ଅର୍ଥାତ ପାଖାପାଖି ୬ କିଲୋ ଥିଲା। ଏତିକି ହିଁ ନୁହେଁ, ତା’ର ଲମ୍ବା ମଧ୍ୟ ୨ ଫୁଟ ଥିଲା।

ଶିଶୁପୁତ୍ରର ବାପା, ମାଆଙ୍କ କହିବା ଅନୁସାରେ, ସେମାନେ ତାଙ୍କ ଛୁଆ ପାଇଁ ୩ ମାସ ପିଲାଙ୍କ ଡ୍ରେସ ପିନ୍ଧେଇବା ଲାଗି ଆଣିଛନ୍ତି। ଏମି କହିଥିଲେ କି, ମୋତେ ଯେତେବେଳେ ଡାକ୍ତର ଶିଶୁକୁ ଆଣି ଦେଖାଇଥିଲେ, ତ ମୋ ପାଟିରୁ ପ୍ରଥମ ଶବ୍ଦ ‘hell’ ହିଁ ବାହାରିଥିଲା। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.