ସ୍ପେଶାଲ

ସିମେଣ୍ଟ ଚଟାଣରୁ ବାହାରିଲେ କୁମ୍ଭୀର, ଗୋଟେ କି ଦୁଇଟା ନୁହେ ଏକାଥରେ ୩

କୁମ୍ଭୀର ନାଁ ଶୁଣିଲେ ମନରେ ଛନକା ପସିଯାଏ । କାହିଁକିନା ଏବେ ଚାରିଆଡେ କୁମ୍ଭୀର ଲୋକଙ୍କୁ ଆତଙ୍କିତ କରି ରଖିଛି । ନିକଟରେ ତ କୁମ୍ଭୀର ଜଣେ ମହିଳାଙ୍କୁ ନଦୀ ମଧ୍ୟକୁ ଟାଣି ନେଇ ଖଣ୍ଡ ବିଖଣ୍ଡିତ କରି ଦେବାର ଦୃଶ୍ୟ ଖୁବ ଭାଇରଲ ହୋଇଥିଲା । ଯାହାକୁ ଯିଏ ବି ଦେଖିଲା ଲୋମ ଟାଙ୍କୁରୀ ଉଠୁଥିଲା ।

ତେବେ ଆପଣ ତ ଜାଣିଛନ୍ତି କୁମ୍ଭୀର ଏକ ଭୟଙ୍କର ଜୀବନ । ସାଧାରଣତଃ ଏହା ନଦୀ, କିମ୍ବା ସମୁଦ୍ରରେ ଦେଖାଯାଇଥାନ୍ତି । କେବେ କେବେ ଏହା ନଦୀ ଆଖପାଖ ଅଞ୍ଚଳରେ ବୁଲୁଥିବାର ମଧ୍ୟ ନଜର ଆସିଥାନ୍ତି । କିନ୍ତୁ ଆପଣ ଏପରି କେବେ ଦେଖିବାକୁ ପାଇନଥିବେ କି, ଆପଣ ଘରେ ବସିଥିବେ ଆଉ ଅଚାନକ କୁମ୍ଭୀର ମାଟି ତଳୁ ବାହାରିବ । ଭାବିଲେ ଏହା ଭାବିଲା ବେଳକୁ କେମିତି ଲାଗୁଚି କିନ୍ତୁ ଭାବନ୍ତୁ ଏପରି ସତରେ ଯଦି ହୁଏ ଆପଣ କଣ କରିବେ । କିନ୍ତୁ ଏପରି ଘଟିବା ଆଶ୍ଚର୍ଯ୍ୟଜନକ ହୋଇଥିଲେ ବି ଏବେର ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରଲ୍ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିପାରିବେ ଯେ, ମାଟି ତଳୁ ଗୋଟିଏ ପରେ ଗୋଟିଏ କୁମ୍ଭୀର ଉପରକୁ ଆସୁଛନ୍ତି । ମିଳିଥିବା ସୂଚନା ଆଧାରରେ, ଜଣେ ଲୋକଙ୍କ ଘରର ଚଟାଣ ତଳୁ କିଛି ଅଜିବ ଶବ୍ଦ ଶୁଣିବାକୁ ମିଳିଥିଲା । ଏପରି ଲାଗିଥିଲା ଯେପରି ଦୁଇ ଜୀବ ମାଟି ତଳେ ଲଢେଇ କରୁଛନ୍ତି । ଏହା ଶୁଣିବା ପରେ ଘରର ମାଲିକ ଡରିଯାଇଥିଲେ, ପରେ ଭାବିଥିଲେ ଘରର ପ୍ଲାଷ୍ଟର ତଳେ ବା କେଉଁଠୁ ବଡ ଜୀବ ଆସିବେ । ବୋଧ ହୁଏ ଏହା କୌଣସି ମୂଷା ହୋଇଥିବ ।

କିଛି ସମୟ ବିତିବା ପରେ ବ୍ୟକ୍ତିଙ୍କୁ ପୁଣି ସେହିଭଳି ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ବ୍ୟକ୍ତିଜଣକ ଯେତେବେଳେ ସିମେଣ୍ଟ୍ ଫାଟିଥିବା ସ୍ଥାନରୁ ତଳକୁ ଦେଖିଲେ ତାଙ୍କର ହୋସ୍ ଉଡିଯାଇଥିଲା । ସିମେଣ୍ଟ୍ ଚଟାଣ ତଳେ ଦୁଇଟି କୁମ୍ଭୀର ଫସିରହିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତିଜଣକ । ପରେ ବନବିଭାଗଙ୍କୁ ଏନେଇ ଖବର ଦିଆଯାଇଥିଲା । ବନବିଭାଗ ଓ ସୁରକ୍ଷା କର୍ମୀଙ୍କୁ ମିଳିତ ଅପରେସନ୍ ପରେ ସିମେଣ୍ଟ୍ ଚଟାଣ ତଳୁ ୩ଟି କୁମ୍ଭୀରକୁ ଉଦ୍ଧାର କରାଯାଇଛି । ତେବେ ଏହି ଭାଇରଲ ଭିଡିଓଟି କେଉଁଠାରେ ଓ କେବେର ତାହା ଜଣାପଡିନାହିଁ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago