ଆକାଶରେ ଏକାସାଙ୍ଗରେ ଦେଖାଗଲା ୩ଟି ସୂର୍ଯ୍ୟ ! କ୍ୟାମେରାରେ କଏଦ ହେଲା ଏହି ଚମତ୍କାରୀ ଦୃଶ୍ୟ, ଦେଖନ୍ତୁ ଭିଡିଓ

ସାଧାରଣତଃ ଆମେ ଜାଣିଛନ୍ତି ଆକାଶରେ ଗୋଟିଏ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେଖାଯାଏ। କିନ୍ତୁ ଥରେ ଭାବନ୍ତୁ ଆପଣ ସକାଳୁ ଉଠି ଆକାଶକୁ ଚାହିଁଲେ ଗୋଟିଏ ନୁହେଁ ୩ଟି ସୂର୍ଯ୍ୟ ଦେଖିବେ। ତେବେ ସେତେବେଳେ ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ। ଭାବିବାକୁ ବାଧ୍ୟ ହେବେ ଯେ ଏହା କେମିତି ସମ୍ବବ ହୋଇପାରିବ ? ଆକାଶରେ କିପରି ଏକା ସାଙ୍ଗରେ ତିନୋଟି ସୂର୍ଯ୍ୟ ଦେଖାଯିବ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି କଥା ବିଲକୁଲ ସତ। ଆକାଶରେ ଦେଖିବାକୁ ମିଳିଛି ଏଭଳି କିଛି ଅଦ୍ଭୁତ ଦୃଶ୍ୟ ।

ସାରା ବିଶ୍ୱ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରୁଥିଲା, ସେତେବେଳେ ଚୀନବାସୀ ପ୍ରକୃତିର କିଛି ଅଦ୍ଭୁତ ଦୃଶ୍ୟ ଦେଖବାକୁ ପାଇଥିଲେ। ଫାୟୁ ସହରର ଲୋକମାନେ ନିଜେ ବି ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଆକାଶରେ ଗୋଟିଏ ନୁହେଁ ବରଂ ତିନି ତିନିଟି ସୂର୍ଯ୍ୟ ଦେଖିବାକୁ ପାଇଲେ।

sun୩୧ ଡିସେମ୍ବର ସକାଳ ୮ଟା। ଚୀନର ଫାୟୁ ସହରରେ ଏକାସଙ୍ଗେ ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ସୂର୍ଯ୍ୟର ଡାହାଣ ଏବଂ ବାମ ପାର୍ଶ୍ୱରେ ଆଉ ଦୁଇଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ସକାଳୁ ଚତୁଃପାଶ୍ୱର୍ ସବୁଦିନ ଅପେକ୍ଷା ଅଧିକ ଆଲୋକିତ ଦେଖାଯାଉଥିଲା । ଆଉ ଯେତେବେଳେ ଲୋକମାନେ ଘରୁ ବାହାରକୁ ଆସି ଦେଖିଲେ, ସେତେବେଳେ ସେମାନଙ୍କୁ ଆକାଶରେ ୩ଟି ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲା। ଏହି ଦୃଶ୍ୟ ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯାଇଥିଲା।

ଆକାଶରେ ଯେଉଁ ୩ଟି ସୂର୍ଯ୍ୟ ଦେଖାଯାଉଥିଲା, ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ଆଂଶିକ ଦୃଶ୍ୟମାନ ହେଉଥିବା ବେଳେ ମଝିରେ ଥିବା ସୂର୍ଯ୍ୟ ସମ୍ପୂର୍ଣ୍ଣ ଦେଖାଯାଉଥିଲା । ପାଖାପାଖି ୨୦ ମିନିଟ୍ ଧରି ଆକାଶରେ ଏହି ବିରଳ ଘଟଣା ଦୃଶ୍ୟମାନ ହେବା ପରେ ଦୁଇଟି ସୂର୍ଯ୍ୟ ଗାୟବ ହୋଇଯାଇଥିଲା । ଏବେ ଆପଣ ଚିନ୍ତାରେ ପଡିଯାଇଥିବେ ଯେ ଏହା କେମିତି ସମ୍ବବ ହୋଇପାରିବ। ଏକାସାଥିରେ ୩ଟି ସୂର୍ଯ୍ୟ କେମିତି ଦେଖାଯାଇପାରିବ। ବାସ୍ତବରେ ଏହା ପଛରେ ରହିଛି ବୈଜ୍ଞାନିକ କାରଣ।ଯେତେବେଳେ ଲୋକମାନେ ଘରୁ ବାହାରକୁ ଆସି ଦେଖିଥିଲେ, ସେତେବେଳେ ସେମାନଙ୍କୁ ଆକାଶରେ ୩ଟି ସୂର୍ଯ୍ୟ ଦେଖାଯାଇଥିଲା । ସାଧାରଣ ଲୋକଙ୍କ ପାଇଁ ଏହି ଦୃଶ୍ୟ ଚମତ୍କାର ଭଳି ଥିଲା । ଏଥିପାଇଁ ରାସ୍ତାରେ ଲୋକଙ୍କର ପ୍ରବଳ ଗହଳି ଲାଗିଥିଲା । ଲୋକେ ହଠାତ୍‌ ଜାଣିପାରିଲେନି ଏହା କେମିତି ସମ୍ଭବ। ଏହାକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଲେ କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଆସନ୍ତୁ ଜାଣିବା ଆକାଶରେ ୩ଟି ସୂର୍ଯ୍ୟ ଦେଖାଯିବା ପଛରେ କଣ ରହିଛି କାରଣ ।

sunଏସବୁ ବୈଜ୍ଞାନିକ ଘଟଣା ଯୋଗୁଁ ଦେଖିବାକୁ ମିଳିଥିଲା। ବୈଜ୍ଞାନିକଙ୍କ ଭାଷାରେ ଏହାକୁ ସନ୍ ଡଗ୍ ବୋଲି କୁହାଯାଏ । ଏବେ ଆପଣ ଭାବୁଥିବେ ଏହି ସନ୍ ଡଗ୍ କଣ ? ଏହା ଏକ ପ୍ରକାର ପ୍ରାକୃତିକ ଘଟଣା ଅଟେ। ସୂର୍ଯ୍ୟେଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସନଡଗ୍ ହୋଇଥାଏ, ଯେତେବେଳେ ଆକାଶରେ ସୂର୍ଯ୍ୟ ତଳ ଆଡକୁ ଦୃଶ୍ୟମାନ ହୋଇଥାଏ । ଅଥବା ଯେତେବେଳେ ଆକାଶରେ ଘନ ବାଦଲ ଛାଇ ହୋଇଯାଇଥାଏ କିମ୍ବା ବରଫ କଣିକା ଭାସମାନ ହେଉଥାଏ ସେତେବେଳେ ଏହି କଣିକାରେ ସୂର୍ଯ୍ୟଙ୍କ ରଶ୍ମି ପଡିଥାଏ। ଏହି କଣିକା ଅଲୋକରେ ପ୍ରତିଫଳିତ ହୋଇ ଆକାଶରେ ପଡିଥାଏ । ଯେଉଁ କାରଣରୁ ଆକାଶରେ ୩ଟି ସୂର୍ଯ୍ୟ ଥିବା ଭଳି ଦୃଶ୍ୟମାନ ହୁଏ ।

ସେହିପରି ସନ୍‌ ଡଗ୍‌ ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ କୌଣସି ସ୍ଥାନର ତାପମାତ୍ରା ମାଇନସ୍‌ ୨୦ ଡିଗ୍ରୀ ହୋଇଥାଏ। କେବଳ ତାପମାତ୍ରା ନୁହେଁ ବରଂ ଏହି ସନ୍‌ ଡଗ୍‌ ସୂର୍ଯ୍ୟେଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଉତ୍ପନ୍ନ ହୋଇଥାଏ। ଯେଉଁଠି କିଛି ମାତ୍ରାରେ ବରଫର କଣିକା ରହିଥାଏ।ଏହା ସହ ଏହା ଉପରେ ଓଲଟା ଇନ୍ଦ୍ରଧନୁ ମଧ୍ୟ ଦେଖାଯାଇଥାଏ । ଚୀନର ପାଣିପାଗ ବିଭାଗର ମୁଖ୍ୟ ବିଷ୍ଳେଶକଙ୍କ କହିବାନୁଯାୟୀ ‘ଏହା ଏକ ବାୟୁ ମଣ୍ଡଳୀୟ ଅପଟିକାଲ ଘଟଣା ଅଟେ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.