ବାପା-ମଆ ଖେତରେ କାମ କରୁଥିବା ବେଳେ ୩ବର୍ଷର ଝିଅ କଲା କିଛି ଏଭଳି କାମ, ଲୋକେ କଲେ ପ୍ରଂଶସା
ସୋସିଆଲ ମିଡିଆରେ ଏକ ଏମିତି ଖବର ଭଇରାଲ ହେଉଛି, ଯାହାକୁ ପଢ଼ିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ଏହି ଭାଇରାଲ ନ୍ୟୁଜଟି ହେଉଛି ଜଣେ ଛୋଟ ପିଲାର । ବାପା-ମାଆ ଖେତକୁ କାମ କରିବାକୁ ଯାଇଥିବା ବେଳେ ପିଲାଟିର ଦେହ ଖରାପ ହୋଇଯାଇଥିଲା । କିନ୍ତୁ ସେ ଏହି ପରିସ୍ଥିତିରେ ଡରି ନଯାଇ ନିଜେ ଡାକ୍ତରଙ୍କ ପାଖକୁ ଯାଇଥିଲା ଚେକଅପ ପାଇଁ । ଏହି ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଘଟଣାଟି ନାଗାଲାଣ୍ଡର । ଏଠାରେ ଥିବା ସ୍ୱାସ୍ଥ୍ୟ ସେଣ୍ଟରରେ ଛୋଟ ଝିଅଟି ନିଜ ଚେକଅପ ପାଇଁ ଯାଇଥିଲା । କାରଣ ପିଲାଟିର ବାପା ମାଆ ଖେତକୁ କାମ କରିବାକୁ ଯାଇଥିଲେ । ଯେଉଁ ଖବର ଏବେ ଭାଇରାଲ ହେଉଛି । ଦ ମାରୁଙ୍ଗ ଏକ୍ସପ୍ରେସ ଅନୁଯାୟୀ ଏହି ପିଲାଟି ଦେହରେ ଥଣ୍ଡା ଓ ଜ୍ୱରର ଲକ୍ଷଣ ଦେଖାଯାଇଥିଲା । ପିଲାଟିର ନାମ ହେଉଛି ଲିପବୀ । ୩ବର୍ଷର ଲିପବୀର ଦେହ ଅସୁସ୍ଥ ହେବା କାରଣରୁ ନିଜେ ହସ୍ପିଟାଲ ଯାଇ ଯାଞ୍ଚ କରିଥିଲା । ଦେଖନ୍ତୁ ଏହି ଫଟୋ ।
The medical staff were in for a pleasant surprise when 3-year old Miss Lipavi,showed up at the health centre.She reportedly had cold symptoms but since her parents had left for the paddy field,she decided to come all by herself for a checkup at the health center.@narendramodi pic.twitter.com/hPzLZg6OCi
— Benjamin Yepthomi (@YepthomiBen) June 3, 2021
ଯାଞ୍ଚ କରିବା ସମୟରେ କ୍ଲିକ ହୋଇଥିବା ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ @YepthomiBen ନାମକ ଟ୍ୱିଟର ୟୂଜର ସେୟାର କରିଥିଲେ । ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ଏହାକୁ ୫ହଜାରରୁ ଅଧିକ ଲାଇକ ସହ ୧ ହଜାରରୁ ଅଧିକ ରିଟ୍ୱିଟ ହୋଇସାରିଛି । ଏହାକୁ ଅନେକ ଲୋକ ପ୍ରଂଶସା ମଧ୍ୟ କରିଛନ୍ତି ।