ତିନି ବର୍ଷର ପୁଅ କହିଲା, ‘ମୋ ମାଆ ଚୋର ଚକୋଲେଟ୍ ଚୋରି କରୁଛି, ତାକୁ ଜେଲ୍ରେ ରଖ’

ପୋଲିସ୍ ଥାନାରେ ପହଞ୍ଚି ତିନି ବର୍ଷର ଶିଶୁ କଲା ମା ବିରୋଧରେ ଅଭିଯୋଗ । ତା ଅଭିଯୋଗ ରଖିଲେ ମହିଳା ପୋଲିସ୍। ଶିଶୁ ଅଭିଯୋଗ ଆଣିଛି ଯେ, ମୋ ମାଆ ଚୋର। ସେ ମୋ ଚକୋଲେଟ୍ ଚରେଇ ନେଉଛି। ମୋ ଟେଡି ଲୁଚାଇ ଦେଉଛି ଆଉ ମତେ ମାରୁଛି।

ମଧ୍ୟ ପ୍ରଦେଶର ବୁରାଂହ୍ନ ପୁର ଜିଲ୍ଲା ରୁ ଆସିଛି ଏଭଳି ଏକ ମଜାଳିଆ ଘଟଣା। ତିନି ବର୍ଷର ପୁଅ ନିଜ ମାଆ ନାଁ ନେଇ କରୁଛି ଅଭିଯୋଗ । ଶିଶୁର ଅଭିଯୋଗ ଶୁଣି ସେଠାରେ ଥିବା ସମସ୍ତ ପୋଲିସ୍ କର୍ମଚାରୀ ହସି ହସି ବେଦମ୍ ହେଉଛନ୍ତି । ଥାନାରେ ଥିବା ମହିଳା ଏଏସଆଇ ଗୋଟେ ଖାତା ଆଣି ତାକୁ ପଚାରୁଛନ୍ତି ମାଆ କଣ କଣ କରୁଛି କୁହ । ପିଲା ବି ସବୁ କହି ଚାଲିଛି। ବିନା ଡରରେ ତା ମନ କଥା କହି ଚାଲିଛି ପୁଅ।

ପୁଅ ଅଭିଯୋଗ କରିବା ସମୟରେ ସେଠାରେ ଥିବା କିଛି ଲୋକ ତାର ଭିଡିଓ କରି ମଜାଳିଆ ଢଙ୍ଗରେ ଭାଇରାଲ କରିଛନ୍ତି। ଲୋକେ ମଧ୍ୟ ଖୁବ୍ ମଜା ମଜା କମେଣ୍ଟ୍ ଦେଉଛନ୍ତି। କହୁଛନ୍ତି ଇଏ ହେଉଛନ୍ତି ଆଜିକା ପିଲା । ଏମାନଙ୍କୁ ଜଣା ଅଛି କିଛି ଅଭିଯୋଗ ଥିଲେ କାହା ପାଖକୁ ଯିବା ଦରକାର। ମୋବାଇଲ୍ ଦେଖି ସବୁ ବୁଝିଥିବା ପିଲାଙ୍କୁ ସାବଧାନ ରହିବାକୁ ମଧ୍ୟ ଲୋକେ ନିଜ କମେଣ୍ଟରେ ଲେଖିଛନ୍ତି ।

ତେବେ ପିଲାଟି ପୋଲିସ୍ ଥାନାରେ କେମିତି ପହଞ୍ଚିଲା ଜାଣି ନିଅନ୍ତୁ । ପିଲାଟି ଗାଧୋଇ ସାରିବା ପରେ ତା ମାଆ ତାକୁ ପ୍ୟାଣ୍ଟ୍ ସାର୍ଟ ପିନ୍ଧାଇ କଳା ଟିକା ଲଗାଇବା ବେଳେ ସେ ଆଦୌ ଧରାଛୁଆଁ ଦେଉ ନ ଥିଲା । ତେଣୁ ପିଲାର ବାପା ତା ହାତରେ ଚକୋଲେଟ୍ ଟିଏ ଦେଲେ ଏବଂ କହିଲେ କଳା ଟିକା ଲଗାଇବା ପରେ ଆଉ ଚକୋଲେଟ୍ ଦେବେ । ତଥାପି ପିଲାଟି ବହୁତ୍ ହଇରାଣ କଲା, ସେତେବେଳେ ତା ମା ତା ଗାଲକୁ ଚଟକଣି ଟିଏ ଦେଲେ ପିଲାଟି ସେତେବେଳଠାରୁ ନିଜ ବାପାଙ୍କ ପାଖକୁ ଆସି କହିଲା ଚାଲ ପୋଲିସ ପାଖକୁ ଯିବା।

ବାପା କହିଦେଲେ ହଉ ତୁ ଡ୍ରେସ୍ ପିନ୍ଧିଦେ ଆମେ ଯିବା । ଯେମିତି ଡ୍ରେସ୍ ପିନ୍ଧି ସାରିଲା ଖୁବ୍ କାନ୍ଦିଲା କହିଲା କହିଥିଲ ଏବେ ଚାଲ । ମାମା ମୋତେ ମାରିଲା ତାକୁ ଜେଲରେ ଛାଡ଼ିବା ଚାଲ ସେ ଆଉ ମାରିବନି। ତା ସହ ମୋ ଚକୋଲେଟ୍ ଚୋରି କରି ଦେଇଛି ମାମା, ମୁଁ ପୋଲିସକୁ କହିବି । ପୁଅର କାନ୍ଦ ଦେଖି ବାପା ବି ମଜାରେ ଘର ପାଖରେ ଥିବା ଥାନାକୁ ନେଇ ଗଲେ । ଆଉ ସେ ସିଧା ପୋଲିସ୍ ଏଏସଆଇଙ୍କ ପାଖକୁ ଯାଇ ବଡ ଗମ୍ଭୀର ମୁହଁରେ କହିଲା ମୋତେ କଂପ୍ଲେନ କରିବାର ଅଛି । ଆଉ ଗୋଟି ଗୋଟି କରି ସବୁ ଅଭିଯୋଗ କରି ଚାଲିଲା । ଯାହା ଦେଖି ପୋଲିସ୍ ଖୁବ୍ ହସିବାକୁ ଲାଗିଲେ । ଆଉ କହିଲେ ହଉ ମାମାକୁ ଜେଲ ପଠାଇ ଦେବା।

Leave A Reply

Your email address will not be published.