୧୦୦ ଛୁଆର ବାପା ହେଉଛନ୍ତି ୩୯ ବର୍ଷିୟ ଯୁବକ, ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା

୩୯ ବୟସର ଯୁବକ ହେଉଛନ୍ତି ୧୦୦ ଛୁଆର ବାପା । ଏ କଥା ଶୁଣିବାକୁ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏ କଥା ସମ୍ପୂର୍ଣ୍ଣ ସତ । ଯୁବକ ଜଣଙ୍କ ଗୋଟିଏ କି ଦୁଇଟି ନୁହେଁ ୧୦୦ଟି ଛୁଆର ବାପା ହୋଇଛନ୍ତି । ବୟସ ମାତ୍ର ୩୯ କିନ୍ତୁ ଏଭଳି କାରନାମା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ଆପଣ ସବୁବେଳେ ଶୁଣିଥିବେ ଆମେ ଦୁଇ ଆମର ଦୁଇ । କିନ୍ତୁ ଏ ଯୁବକ ଏତେ ବଡ଼ ସ୍ଲୋଗାନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି । ତାଙ୍କ ପାଇଁ ‘ମୁଁ ଏକ ମୋର ୧୦୦’ ସ୍ଲୋଗାନ ହିଁ ଠିକ୍‌ ରହିବ ।

ଋଷରେ ଏହି ବ୍ୟକ୍ତି ଜଣଙ୍କ ଏଭଳି କରି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଋଷର ଏହି କୋଟିପତି ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ସେ ମାତ୍ର ୩୯ ବର୍ଷ ବୟସରେ ୧୦୦ ସନ୍ତାନର ବାପା ହୋଇପାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।

ରିପୋର୍ଟ ଅନୁସାରେ ଯୁବକଙ୍କ ନାଁ ହେଉଛି ପାଭେଲ୍‌ ଡ୍ୟୁରୋଭ୍‌ । ୩୯ ବର୍ଷ ବୟସରେ ସେ ୧୦୦ଟି ଛୁଆର ବାପା ହୋଇଛନ୍ତି । ବାହା ନହୋଇ ମଧ୍ୟ ସେ ଏଭଳି ଭାବେ ୧୦୦ ଛୁଆର ବାପା ହେବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ସେ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି ଯେ ସେ କିପରି ବାହା ନହୋଇ ମଧ୍ୟ ୧୦୦ଟି ପିଲାର ବାପା ହୋଇପାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା କେମିତି ସମ୍ଭବ ହେଲା ।

ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ ଏକାକୀ ରହିବାକୁ ପସନ୍ଦ କରନ୍ତି ଏବଂ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ତେବେ ସେ ୧୦୦ ପିଲାର ବାପା କିପରି ହେଲେ ସେ ରହସ୍ୟର ଖୁଲାସା କରିଛନ୍ତି । ପାଭେଲ୍ ହେଉଛନ୍ତି ଜଣେ ସ୍ପର୍ମ ଡୋନର । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୨ ଦେଶର ପ୍ରାୟ ୧୦୦ ଦମ୍ପତିଙ୍କୁ ପିତାମାତା ହେବାରେ ସାହାଯ୍ୟ କରିଛନ୍ତି । ପାଭେଲ କହିଛନ୍ତି ଯେ ୧୫ ବର୍ଷ ପୂର୍ବେ ସେ ତାଙ୍କର ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ସ୍ପର୍ମ ଡୋନେଟ୍‌ କାମ ଆରମ୍ଭ କରିଥିଲେ।

ପାଭେଲ ଡ୍ୟୁରୋଭଙ୍କ କହିବା ଅନୁଯାୟୀ ତାଙ୍କ ବନ୍ଧୁ ଏବଂ ତାଙ୍କ ପତ୍ନୀଙ୍କର ସନ୍ତାନ ହେଉନଥିଲା । ଏଥିପାଇଁ ତାଙ୍କ ବନ୍ଧୁ ଅନେକ ଡାକ୍ତରଙ୍କ ନିକଟକୁ ଯାଇଥିଲେ, କିନ୍ତୁ କୌଣସି ସମାଧାନ ମିଳିଲା ନାହିଁ । ଶେଷରେ ପାଭେଲଙ୍କ ସହାୟତାରେ ତାଙ୍କ ବନ୍ଧୁ ଏବଂ ତାଙ୍କ ପତ୍ନୀ ବାପା ମା’ ହୋଇପାରିଲେ । ପାଭେଲଙ୍କ ଅନୁସାରେ ସେ କେବଳ ତାଙ୍କ ସାଙ୍ଗଙ୍କୁ ସାହାଯ୍ୟ କରିଛନ୍ତି ତାହା ନୁହେଁ ବର ଅନେକ ଦମ୍ପତିଙ୍କୁ ସାହାଯ୍ୟ କରିଛନ୍ତି । ପାଭେଲଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ଅନେକ ୟୁଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିଛି ୟୁଜର ପାଭେଲଙ୍କୁ ପରିହାସ କରୁଛନ୍ତି । କିନ୍ତୁ ପାଭେଲ କାହା କଥାକୁ ଗୁରୁତ୍ୱ ଦେଇ ନାହାନ୍ତି । ସେ ଲୋକମାନଙ୍କ ସାହାଯ୍ୟ କରିପାରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ।

You might also like