୪ ଜଣ ରେଷ୍ଟୁରାଣ୍ଟରେ ଖାଇଗଲେ ୩୩ ହଜାର ଟଙ୍କାର ଖାଦ୍ୟ! ବିଲ୍‌ ନ ଦେଇ ମାରିଲେ ଛୁ; ଏବେ ମ୍ୟାନେଜର କରିବେ ପେମେଣ୍ଟ

ଲକ୍‌ଡାଉନରେ ଅନେକ ବିଜନେସ୍‌ ସଟ୍‌ଡାଉନ ହୋଇ ଯାଇଛି। ଦୀର୍ଘ ଦିନ ଯାଏ ଲାଗିଥିବା ଲକ୍‌ଡାଉନ କାରଣରୁ କେତେକ ବ୍ୟବସାୟ ଯଥେଷ୍ଟ କ୍ଷତି ସହିଛି। ଏଥିରେ ହୋଟେଲ, ରେଷ୍ଟୁରାଣ୍ଟ ଶିଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଯଦିଓ ଏବେ ଧୀରେ ଧୀରେ ସ୍ଥିତି ସାମାନ୍ୟ ସୁଧୁରିବାରେ ଲାଗିଛି। ତେବେ ଏହାରି ଭିତରେ ନିଜ ଅଣ୍ଟା ସଳଖୁଥିବା ଏକ ରେଷ୍ଟୁରାଣ୍ଟରେ ଯାହା ଘଟିଛି, ତାହା ବିଷୟରେ ଆପଣ କଳ୍ପନା ସୁଦ୍ଧା କରି ପାରିବେ ନାହିଁ।

ଇଂଲଣ୍ଡର ନଟିଙ୍ଗ୍‌ହାମ୍‌ଶାୟରରେ ରହିଛି ଏହି ରେଷ୍ଟୁରାଣ୍ଟ। ଏଠାରେ ଖାଇବା ପାଇଁ ୪ ଜଣ ବ୍ୟକ୍ତି ପିଲାଛୁଆ ଧରି ପହଞ୍ଚିଥିଲେ। ତେବେ ଆରମ୍ଭରୁ ହିଁ ରେଷ୍ଟୁରାଣ୍ଟ ଏହି କଷ୍ଟମରଙ୍କ ପିଲାମାନଙ୍କୁ ନେଇ ବ୍ୟସ୍ତ ହୋଇ ପଡ଼ିଥିଲା, କାହିଁକି ନା, ସେମାନେ ବାକି ଗ୍ରାହକମାନଙ୍କୁ ହଇରାଣ କରୁଥିଲେ। କିନ୍ତୁ ପରେ ଆଗକୁ ଯାହା ହୋଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

୪ ଜଣ ମିଶି ରେଷ୍ଟୁରାଣ୍ଟରେ ମହଙ୍ଗା ଖାଦ୍ୟ ସବୁ ଅର୍ଡର କରିଥିଲେ, ଯେଉଁଥିରେ ଷ୍ଟିକ୍ସ, କକ୍‌ଟେଲ୍ସ, ଭୋଡକା ଆଦି ସାମିଲ ଥିଲା। ଏହାପରେ ସେମାନେ ଖାଇବା ଜାଗାକୁ ବହୁତ ଅପରିଷ୍କାର କରି ପକାଇଥିଲେ। ଖାଦ୍ୟ ତଳେ ପକାଇଥିଲେ। ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଆଶାଳୀନ ଭାବେ କଥାବର୍ତ୍ତା କରିଥିଲେ। ଏହା ସତ୍ତ୍ୱେ ରେଷ୍ଟୁରାଣ୍ଟ ସେମାନଙ୍କୁ ଗ୍ରାହକ ଭାବି ସବୁ କିଛି ବରଦାସ୍ତ କରି ଚାଲିଥିଲା। ଶେଷରେ େଓ୍ଵଟର ସେମାନଙ୍କୁ ୩୩ ହଜାରର ବିଲ୍‌ ଧରାଇ ଦେଇଥିଲା। କିନ୍ତୁ ପଇସା ଦେବା ବଦଳରେ ସେମାନେ ରେଷ୍ଟୁରାଣ୍ଟରେ ଆହୁରି ହଙ୍ଗମା ଆରମ୍ଭ କରି ଦେଇଥିଲେ ଏବଂ ପେମେଣ୍ଟ ନ କରି ସେଠାରୁ ଛୁ ମାରିଥିଲେ।

ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି, ଏହି ଘଟଣାରେ ଦୁଇ ପରିବାର ସାମିଲ ଅଛନ୍ତି। ସମସ୍ତେ ମୋଟ ୩୩ ହଜାର ଟଙ୍କାର ଖାଦ୍ୟ ଖାଇଥିଲେ। ଯେତେବେଲେ େଓ୍ଵଟର ବିଲ୍‌ ଧରାଇଥିଲେ, ତ ସେମାନେ ପିଲାଛୁଆ ଧରି ଖସି ପଳାଇଥିଲେ। ମାଲିକଙ୍କ କହିବା ଅନୁସାରେ, ସେମାନେ ପୂରା ରେଷ୍ଟୁରାଣ୍ଟକୁ ଅପରିଷ୍କାର କରି ଦେଇଛନ୍ତି। ଯେତେବେଳେ ଷ୍ଟାଫ୍‌ମାନେ ଟିକିଏ ଅନ୍ୟ ମନସ୍କ ଥିଲେ ତ ସମସ୍ତେ ଫେରାର ହୋଇ ଯାଇଥିଲେ। ଏବେ ଏହି ବିଲ୍‌ ହୋଟେଲ ମ୍ୟାନେଜରଙ୍କ ଖାତାରେ ପକାଇ ଦିଆଯାଇଛି।

Leave A Reply

Your email address will not be published.