୯୭୨ ବର୍ଷ ପରେ ପୁଣି ଆସୁଛି ଏହି ଦୁର୍ଲଭ ସଂଯୋଗ, ଶନି ଜୟନ୍ତୀରେ ଏହି ଚାରିଟି ଗ୍ରହ ହେଉଛନ୍ତି ଏକାଠି

ଆସନ୍ତା ୨୨ମେ ଶୁକ୍ରବାର ଦିନ ଜ୍ୟେଷ୍ଠ ମାସର ଅମାବାସ୍ୟା ହୋଇଥିବାରୁ ଶନି ଜୟନ୍ତୀ ପାଳନ କରାଯିବ। ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁଯାୟୀ ଚଳିତ ବର୍ଷରେ ଗ୍ରହମାନଙ୍କର ବିଶେଷ ସ୍ଥିତି କାରଣରୁ ୯୭୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ ରହିଛି। ଚଳିତ ବର୍ଷ ଶନି ଜୟନ୍ତୀ ସହ ବୃହସ୍ପତି ମକର ରାଶିରେ ରହିବ। ଗ୍ରହଙ୍କ ଏଭଳି ସ୍ଥିତି ଗତ ୨୧ମେ ୧୦୪୮ମସିହାରେ ହୋଇଥିଲା। ସୂଚନା ମୁତାବକ ଆସନ୍ତା ୫୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଏଭଳି ସଂଯୋଗ ହେବନାହିଁ।

ଜ୍ୟୋତିଷଙ୍କ କହିବାନୁଯାୟୀ ଶନି ଜୟନ୍ତୀ ଅର୍ଥାତ ଜ୍ୟେଷ୍ଠ ମାସର ଅମାବାସ୍ୟାରେ ଶନି ନିଜ ରାଶି ମକରରେ ବୃହସ୍ପତି ସହ ରହିବେ। ଏହିଗ୍ରହ କାରଣରୁ ଦେଶରେ ନ୍ୟାୟ ଏବଂ ଧର୍ମ ବଢିବ। ଶ୍ରମିକ ଏବଂ ନିଚ୍ଚ ସ୍ତରରେ କାମ କରୁଥିବା ଲୋକଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ।

shani 1

ଶନି ଜୟନ୍ତୀରେ ବୃଷ ରାଶିରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏକାଠି ରହିବେ। ଏହି ୪ଟି ଗ୍ରହ କାରଣରୁ ଦେଶର ଅର୍ଥବ୍ୟବସ୍ଥା ବଢିବ। ଦେଶର ଆଇନ ବ୍ୟବସ୍ଥା ଏବଂ ବ୍ୟାପାରିକ ନୀତିରେ ପରିବର୍ତ୍ତନ ଦେଖାଯିବ।

ସ୍କନ୍ଦପୁରାଣର କାଶିଖଣ୍ଡ କଥା ଅନୁଯାୟୀ ରାଜା ଦକ୍ଷଙ୍କ ପୁତ୍ରୀ ସଂଗ୍ୟାଙ୍କ ବିବାହ ସୂର୍ଯ୍ୟ ଦେବତାଙ୍କ ସହ ହୋଇଥିଲା। ଏହାପରେ ସଂଜ୍ଞା ମନୁ, ଯମରାଜ ଏବଂ ଯମୁନାଙ୍କୁ ଜନ୍ମ ଦେଇଥିଲେ। ସୂର୍ଯ୍ୟଙ୍କ ତେଜ ଅଧିକା ହେବାରୁ ସଂଜ୍ଞା ଚିନ୍ତିତ ଥିଲେ। ଏହାପରେ ସଂଜ୍ଞା ନିଜର ଛାୟାକୁ ସୂର୍ଯ୍ୟଙ୍କ ନିକଟରେ ଛାଡି ତପସ୍ୟା କରିଥିଲେ କିନ୍ତୁ ଏହିକଥା ଭଗବାନ ସୂର୍ଯ୍ୟଙ୍କୁ ଜଣା ନଥିଲା। ଏହାପରେ ଛାୟା ଏବଂ ସୂର୍ଯ୍ୟଙ୍କ ଠାରୁ ମଧ୍ୟ ୩ଟି ସନ୍ତାନ ଶନି ଦେବ, ମନୁ ଏବଂ ଭଦ୍ରା ଜନ୍ମ ହୋଇଥିଲେ। ଛାୟାଙ୍କ ପୁତ୍ର ହୋଇଥିବାରୁ ଶନି ଦେବଙ୍କ ରଙ୍ଗ କଳା। ଏହି ସମ୍ପର୍କରେ ସୂର୍ଯ୍ୟଦେଵ ଜାଣିବାପରେ ସେ ଛାୟାଙ୍କୁ ଅଭିଶାପ ଦେଇଥିଲେ। ଏହାପରେ ଶନି ଦେବ ଏବଂ ଭଗବାନ ସୂର୍ଯ୍ୟ ପିତା-ପୁତ୍ର ହୋଇଥିଲେ ମଧ୍ୟ ପରସ୍ପରଙ୍କ ଶତ୍ରୁ ହୋଇଯାଇଥିଲେ।

jayanti

ଶାସ୍ତ୍ର ଅନୁଯାୟୀ ସମସ୍ତ ଦେବା-ଦେବୀଙ୍କୁ ପୂଜା କରିବାର ମହତ୍ୱ ସକାଳ ସମୟରେ ରହିଥିବା ବେଳେ ଶନି ଦେବଙ୍କ ପୂଜାର ମହତ୍ୱ ରାତିରେ ଅଧିକା ରହିଥାଏ। ଶନି ଜୟନ୍ତୀରେ ଭଗବାନ ଶନି ଦେବଙ୍କୁ ରାଶି ତେଲ ଅର୍ପଣ କରିବା ଉଚିତ। ଏଥିସହ ବିଶେଷ ରୂପେ କଳା ରଙ୍ଗର କପଡ଼ା ଏବଂ ଅପରାଜିତା ଫୁଲ ଲାଗି କରିବା ଉଚିତ। ରାଶି, ବିରି, କଳା କମ୍ବଳ, ବାଦାମ ଏହିସବୁ ଉପରେ ଶନି ଦେବଙ୍କର ବିଶେଷ ପ୍ରଭାବ ରହିଥାଏ। ଏହିକାରଣରୁ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ସଂଧ୍ୟା ସମୟରେ ଏହିସବୁ ଜିନିଷ ଦାନ କରିବା ଦ୍ୱାରା ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.