ଭାରତର ଏହି ସବୁ ମନ୍ଦିରରେ କେବଳ ମହିଳାମାନେ କରନ୍ତି ପୂଜାର୍ଚ୍ଚନା, ପୁରୁଷଙ୍କ ପ୍ରବେଶ ନିଷେଧ

ଆମ ଦେଶରେ ମନ୍ଦିରକୁ ଯିବା ଓ ମୂର୍ତ୍ତି ପୂଜାକୁ ଗୁରୁତ୍ୱ ଦିଆଯାଇଥାଏ । ଭାରତ ଏହାର ଧାର୍ମିକ ମାନ୍ୟତା ପାଇଁ ବେଶ୍ ଜଣାଶୁଣା, ଆପଣ ନିଶ୍ଚୟ ଭାରତରେ ଏପରି ଅନେକ ମନ୍ଦିର ବିଷୟରେ ଶୁଣିଥିବେ ଯେଉଁଠାରେ ମହିଳାମାନଙ୍କୁ ଯିବାକୁ କିମ୍ବା ପୂଜା କରିବାକୁ ଅନୁମତି ଦିଆଯାଇନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପୁରୁଷମାନଙ୍କୁ ନେଇ ବିଶେଷ ନିୟମ ପ୍ରସ୍ତୁତ କରାଯାଇଛି । ଏହି ମନ୍ଦିରଗୁଡିକରେ ପୁରୁଷଙ୍କ ପ୍ରବେଶ ନିଷେଧ । ତେବେ ଆସନ୍ତୁ ଜାଣିବା ଆମ ଦେଶର କେଉଁ କେଉଁ ମନ୍ଦିରରେ ପୁରୁଷଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି ।

ଚକ୍କୁଲାଥୁକାଭୁ ମନ୍ଦିର

ଏହି ମନ୍ଦିର କେରଳର ନେରାଟୁପୁରମରେ ଅବସ୍ଥିତି । ଏହାକୁ ମହିଳାମାନଙ୍କର ସାବରୀମାଲା ମନ୍ଦିର କୁହାଯାଏ । ଏଠାରେ ହିଁ ଦେବୀ

କୌଶିକି ଶୁମ୍ବ ଓ ନିଶୁମ୍ବା ନାମକ ଦୁଇ ଦାନବଙ୍କୁ ବଧ କରିଥିଲେ । ଡିସେମ୍ବର ମାସରେ ଏଠାରେ ପୁରୁଷ ପୁରୋହିତମାନେ ମହିଳାମାନଙ୍କ

ପାଇଁ ୧୦ ଦିନ ଉପବାସ ରଖନ୍ତି ଏବଂ ସେହି ମାସର ପ୍ରଥମ ଶୁକ୍ରବାରରେ ଏଠାରେ ନାରୀ ପୂଜା କରାଯାଇଥାଏ ।

ବ୍ରହ୍ମା ମନ୍ଦିର

ପୁଷ୍କରରେ ଭଗବାନ ବ୍ରହ୍ମାଙ୍କ ଏକମାତ୍ର ମନ୍ଦିର ରହିଛି । ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିର ଭିତରେ ପ୍ରବେଶର ଅନୁମତି ନାହିଁ । ପ୍ରଥା ଅନୁଯାୟୀ ଯଦି ବିବାହିତ ପୁରୁଷମାନେ ଏଠାକୁ ଆସନ୍ତି, ତେବେ ସେମାନଙ୍କ ଜୀବନରେ ଦୁଃଖ ଆସିବ । ତେଣୁ ବିବାହିତ ପୁରୁଷମାନେ କେବଳ ପ୍ରାଙ୍ଗଣ ଯାଏ ଆସନ୍ତି । ମହିଳାମାନେ ମନ୍ଦିର ଭିତରେ ପୂଜା କରନ୍ତି ।

 

brahma

କୋଟ୍ଟନକୁଲଙ୍ଗରା ମନ୍ଦିର

କନ୍ୟାକୁମାରୀରେ ସ୍ଥିତ ଏହି ମନ୍ଦିରରେ ଦେବୀ ଭଗବତୀଙ୍କୁ ପୂଜା କରାଯାଇଥାଏ । କୁହାଯାଏ ଯେ ମାତା ସତୀଙ୍କ ମେରୁଦଣ୍ଡ ଏହି ସ୍ଥାନରେ ପଡିଥିଲା । ଏହି ମନ୍ଦିରରେ କେବଳ ମହିଳା ଓ କିନ୍ନରମାନଙ୍କୁ ଉପାସନା କରିବାର ଅଧିକାର ରହିଛି । ପୁରୁଷମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଛି ।

କାମାକ୍ଷା ମନ୍ଦିର 

ଆସାମର ଗୁଆହାଟୀ ସ୍ଥିତ ପ୍ରସିଦ୍ଧ କାମାକ୍ଷା ମନ୍ଦିର ପରି ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଥିବା କାମାକ୍ଷା ପୀଠ ମଧ୍ୟ ପ୍ରତ୍ୟେକ ମାସରେ

କିଛି ଦିନ ପାଇଁ ପୁରୁଷଙ୍କ ପାଇଁ ଫାଟକ ବନ୍ଦ ରହିଥାଏ । କାରଣ ଏହି ସମୟରେ ଦେବୀଙ୍କର ଋତୁସ୍ରାବ ଚାଲିଥିବାର ବିଶ୍ୱାସ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.