ଯଦି ଝିଅ ଠାରେ ଏହି ୪ ଗୁଣ ରହିଛି, ଖୁସିରେ ଭରିଯିବ ବୈବାହିକ ଜୀବନ

ମାନବ ଜୀବନର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ନେଇ ଚାଣକ୍ୟ ତାଙ୍କ ନୀତିବାଣିରେ କହିଛନ୍ତି । ବିଶେଷକରି ସୁଖି ବୈବାହିକ ଜୀବନ ପାଇଁ ଜଣେ ଝିଅ ପାଖରେ କେଉଁ ଗୁଣ ରହିବା ଦରକାର, ସେ ସମ୍ପର୍କରେ ଚାଣକ୍ୟ କହିଛନ୍ତି । ଆଜି ଆମେ ଆପଣଙ୍କୁ ପତି ପତ୍ନୀଙ୍କ ସମ୍ପର୍କରେ କିଛି ଏପରି କଥା କହିବୁ, ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଯିବ । ଆସନ୍ତୁ ଜାଣିବା କ’ଣ ସେଗୁଡିକ ।

ଜଣେ ଅନ୍ୟ ଜଣଙ୍କ ପ୍ରତି ସମ୍ମାନ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପତି-ପତ୍ନୀଙ୍କ ସମ୍ପର୍କରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ସମ୍ମାନ ରହିବା ଉଚିତ୍‌ । ଜଣେ ଅନ୍ୟଜଣଙ୍କୁ ଯେତେ ସମ୍ମାନ କରିବେ, ଉଭୟଙ୍କ ସମ୍ପର୍କ ସେତେ ମଜବୁତ ହେବ । ସମ୍ମାନ ଦେବା ଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ । ଉଭୟଙ୍କ ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ଯେତେ ସମ୍ମାନ ଦେବେ, ଉଭୟଙ୍କ ସମ୍ପର୍କ ସେତେ ମଜବୁତ ହେବ । ସମ୍ମାନ ଦେବାରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ ଓ ପ୍ରେମ ବଢ଼ିଲେ ଉଭୟଙ୍କ ବୈବାହିକ ଜୀବନ ସର୍ବଦା ଖୁସିରେ କଟିଥାଏ ।

ଘମଣ୍ଡ ନ ରହିବା ଦରକାର

ଚାଣକ୍ୟଙ୍କ ଅନୁସାରେ ପତି-ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଘମଣ୍ଡ ନହେବା ଦରକାର । ପତି କେବେ ନିଜକୁ ଭାବିବା କଥା ନୁହେଁ ଯେ ସେ ଅର୍ଥ ରୋଜଗାର କରୁଛନ୍ତି ଓ ପତି ତାଙ୍କ ତଳେ ରହିବା ଦରକାର । ସେହିପରି କେହି ପତ୍ନୀ ସୁନ୍ଦର ତ ତାଙ୍କୁ ତାଙ୍କ ସୁନ୍ଦରତା ଉପରେ ଘମଣ୍ଡ କରିବା କଥା ନୁହେଁ । ଉଭୟଙ୍କ ମଧ୍ୟରେ କାହାର ବି ଘମଣ୍ଡ ଆସିଲେ, ସମ୍ପର୍କ ଦୁର୍ବଳ ହୋଇଥାଏ ।

ଧୈର୍ଯ୍ୟ ରଖିବା ଉଚିତ୍‌

ପତି-ପତ୍ନୀଙ୍କ ସମ୍ପର୍କ ବହୁତ ନିବୀଡ ହୋଇଥାଏ । ଜୀବନ ବହୁ ଉଚ୍ଚ ନୀଚ୍ଚ ଦେଇ ଗତି କରିଥାଏ । ତେଣୁ ଭଲ ଓ ଖରାପ ସମୟରେ ଉଭୟେ ଧୈର୍ଯ୍ୟ ହରା ନହୋଇ ସମ୍ପର୍କକୁ ପୂର୍ବ ପରି ପ୍ରେମପୂର୍ଣ୍ଣ ରଖିବା ଉଚିତ୍‌ । କାରଣ ଖରାପ ସମୟ ହିଁ ପତି ଓ ପତ୍ନୀଙ୍କ ସମ୍ପର୍କର ପରୀକ୍ଷା ସମୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.