କୁନି ପାଟିରେ ଶୁଭିଲା ଦେଶଭକ୍ତିର ସ୍ୱର, ୪ ବର୍ଷ ବୟସରେ ବନ୍ଦେ ମାତରମ ଗୀତଗାଇ ସମସ୍ତଙ୍କୁ କଲେ ମନମୁଗ୍ଧ

ବନ୍ଦେ ମାତରମ, ଆମ ଭାରତର ରାଷ୍ଟ୍ରିୟ ଗୀତ ଯାହା ସମସ୍ତ ଭାରତୀୟଙ୍କ ମୁହଁରୁ ଶୁଭିଥାଏ। ତେବେ ଓସ୍କାର ବିଜେତା ଭାରତୀୟ ସଙ୍ଗୀତଜ୍ଞ ଏ. ଆର. ରେହମାନ ଏହି ଗୀତକୁ ଏକ ଭିନ୍ନ ଢଙ୍ଗରେ ଗାଇଛନ୍ତି ଯାହାକୁ ଶୁଣିଲେ ପ୍ରକୃତରେ ଜଣେ ଭାରତୀୟର ରୁମ ଟାଙ୍କୁରି ଉଠେ। ନିକଟରେ ଏ.ଆର.ରେହମାନଙ୍କର ଏହି ସୁନ୍ଦର ଗୀତକୁ ମିଜୋରାମର ଜଣେ ଚାରି ବର୍ଷୀୟ କୁନି ଝିଅ ପାଟିରୁ ଶଣିବାକୁ ମିଳିଛି। ସେହି କୁନି ଝିଅଟି ସୁନ୍ଦର ଭାବରେ ଗାଇଥିବା ବନ୍ଦେ ମାତରମ ଗୀତ ବର୍ତ୍ତମାନ ଇଣ୍ଟରନେଟରେ ଚାରିଆଡେ ପ୍ରଶଂସା ସାଉଁଟୁଛି। କୁନି ପାଟିରୁ ଶୁଭୁଥିବା ରାଷ୍ଟ୍ରୀୟ ଗୀତ ସୋସିଆଲ ମିଡିଆ ଉପଭୋକ୍ତାଙ୍କ ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୁଗ୍ଧ କରିଛି।

mio girl

ଚାରି ବର୍ଷର କୁନି ଝିଅ ଏସ୍ତେର ହଂମତେ ଖୁବ ସୁନ୍ଦର ଭାବରେ ଏକ ଭିଡିଓରେ ବନ୍ଦେ ମାତରମ ଗୀତରେ ଝୁମୁଥିବାର ନଜର ଆସିଛନ୍ତି। ନିଜ କୁନି ସ୍ୱରରେ ଦେଶଭକ୍ତିର ଭାବନା ସହିତ ଗାଇଥିବା ଗୀତକୁ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର କରିବା ସମୟରେ ସେ ଏସ୍ତେରଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଏହା ପରେ ଏହି ଭିଡିଓ ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଲା।

The adorable kid ନାମକ ଏକ ୟୁଟୁବ ଚ୍ୟାନେଲରେ ଏହା ଅକ୍ଟୋବରେ ୨୫ ତାରିଖରେ ଅପଲୋଡ ହୋଇଥିଲ।। ଅପଲୋଡ ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ୩.୩୭ ଲକ୍ଷ ଲୋକ ଦେଖି ସାରିଥିଲେ।ଲୋକେ କୁନି ପିଲାଟିର ପ୍ରଶଂସା କରି ବିଭିନ୍ନ କମେଣ୍ଟ ଦେଇ ତାକୁ ଉତ୍ସାହିତ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.