ଟ୍ରେନରେ ପ୍ରଥମ ଦେଖାରେ ହେଲା ପ୍ରେମ : ପ୍ରେମିକାକୁ ପାଇବା ପାଇଁ ସହର ସାରା ୪୦୦୦ ପୋଷ୍ଟର ଲଗାଇଲେ ଯୁବକ

ପ୍ରେମ ଶାଶ୍ବତ, ଚିରନ୍ତନ, ପବିତ୍ର ଆଉ ଅମୃତର ଧାରା । ପ୍ରେମ ଜାଣେ ନାହିଁ ସୀମା, ସରହଦ, ଧର୍ମ ଗୋତ୍ର ଅବା ଜାତି । ପ୍ରେମର ଅନେକ କାହାଣୀ ଆପଣ ମାନେ ଦେଖିଥିବେ ଏବଂ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ କେହି ଜୀବନ ଦେଇପାରେ ଆଉ କେହି ନେଇପାରେ । କାରଣ ପ୍ରେମ ଅନ୍ଧ । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଆପଣଙ୍କୁ ସିନେମାର କାହାଣୀ ପରି ଲାଗିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଘଟଣାଟି ହେଉଛି ପଶ୍ଚିମବଙ୍ଗର ।

ଟ୍ରେନରେ ପ୍ରଥମ ଦେଖାରେ ଜଣେ ଯୁବତୀକୁ ଭଲ ପାଇବସିଥିଲେ ଜୋକାର ଜଣେ ଯୁବକ । ଆଉ ଏହି ପ୍ରଥମ ନଜରର ପ୍ରେମକୁ ଖୋଜିବା ପାଇଁ କୋନ୍ନଗର ଏବଂ ବଲ୍ଲି ମଧ୍ୟରେ ୪୦୦୦ ପୋଷ୍ଟର ଲଗାଇଛନ୍ତି ଯୁବକ ଜଣକ । କେବଳ ସେତିକି ନୁହେଁ ୟୁଟ୍ୟୁବରେ ଏକ ଭିଡିଓ ମଧ୍ୟ ଅପଲୋଡ୍ କରିଦେଇଛନ୍ତି ।

ଏହା ସହ ପଢନ୍ତୁ ଏଠାରେ ରହୁଥିବା ପିଲା ଗୁଗୁଲରେ ଖୋଜୁଛନ୍ତି ମରିବାର ଉପାୟ , କିଏ ନିଜ ଉପରେ ପେଟ୍ରୋଲ ପକାଇଲେ ତ କିଏ ଧାରୁଆ ଜିନିଷ ଖାଇଲେ

loveଏହି ପାଗଳ ପ୍ରେମିକ ଜଣକ ହେଉଛନ୍ତି ରାଜ୍ୟ ପର୍ୟ୍ୟବରଣ ବିଭାଗରେ କାମ କରୁଥିବା ୨୯ବର୍ଷୀୟ ବିଶ୍ୱଜିତ ପୋଦ୍ଦାର । ପ୍ରତିଦିନ ଅଫିସ୍ରୁ ଘରକୁ ସେ ଟ୍ରେନରେ ଯିବା ଆସିବା କରନ୍ତି । ଦିନେ ଟ୍ରେନରେ ଯିବା ସମୟରେ ଉକ୍ତ ଯୁବତୀଙ୍କୁ ଦେଖିଥିଲେ ବିଶ୍ୱଜିତ । ଯୁବତୀ ଜଣକ ନିଜ ପରିଜନଙ୍କ ସହ ବସିଥିଲେ । ଉଭୟ ପରସ୍ପରକୁ ଦେଖୁଥିଲେ ଏବଂ କଥା ହେବାକୁ ଚାହୁଁଥିଲେ । କିନ୍ତୁ ପରିବାର ଲୋକ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା ବୋଲି କହିଛନ୍ତି ବିଶ୍ୱଜିତ । ତେଣୁ ସେ ସେହି ଯୁବତୀଙ୍କୁ ଖୋଜିବା ପାଇଁ ୪୦୦୦ ପୋଷ୍ଟର ଲଗାଇଛନ୍ତି । ଏହି ପୋଷ୍ଟରରେ ବିଶ୍ୱଜିତ ମୋବାଇଲ୍ ନମ୍ବର ଦେବା ସହିତ ନିଜେ ବନାଇଥିବା ସିନେମାର ୟୁଟୁବ୍ ଲିଙ୍କ ମଧ୍ୟ ଦେଇଛନ୍ତି ।

ଏହା ସହ ବିଶ୍ୱଜିତ କହିଛନ୍ତି ଲୋକମାନେ ମୋତେ ପାଗଳ ବୋଲି ଭାବୁଛନ୍ତି । କାରଣ ମୁଁ ଯାହା କରୁଛି ତାହା ବହୁତ ଅଦ୍ଭୁତ । କିନ୍ତୁ ମୁଁ ସେହି ଯୁବତୀଙ୍କୁ ମନରୁ କାଢ଼ି ପାରୁନାହିଁ । ମୁଁ ଯାହା କରୁଛି କେବଳ ତାଙ୍କୁ ଖୋଜିବା ପାଇଁ କରୁଛି । ତାଙ୍କୁ କୌଣସି ଅସୁବିଧାରେ ପକାଇବା କିମ୍ବା ବଦନାମ୍ କରିବା ମୋର ଲକ୍ଷ୍ୟ ନୁହେଁ । ମୁଁ ଚାହୁଁଛି ସେ ଏସବୁ ଦେଖି ମୋ ସହ ସମ୍ପର୍କ କରନ୍ତୁ । ମୁଁ ତାଙ୍କ ସହ କଥା ହେବାକୁ ଚାହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.